ପ୍ରମୁଖ ଖବର

ପଦ୍ମପୁରର ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ପରଲୋକ
ରକ୍ଷାବନ୍ଧନରେ ମହିଳାଙ୍କୁ ମାଗଣା ଆମ ବସ୍‌ ଯାତ୍ରା
ଏବେ ୩୫ ଟଙ୍କାରେ ମିଳିବ ପିଆଜ, ମହଙ୍ଗା ଦରକୁ ରୋକିବ କେନ୍ଦ୍ର
ନେପାଳରେ ହଠାତ୍ ବନ୍ୟା: ୭ ମୃତ, ୩୮୪ ନିଖୋଜ

ଘରୋଇ କଲେଜରେ ବୋମାମାଡ଼

0

ଭୁବନେଶ୍ୱର: ଭୁବନେଶ୍ୱରର ଏକ ଘରୋଇ କଲେଜରେ ବୋମାମାଡ଼। ପୂର୍ବଶତ୍ରୁତାରୁ ବୋମାମାଡ଼, ଏକାଧିକ କଲେଜ ଛାତ୍ର ଆହତ। କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏୟାରଫିଲ୍ଡ ଥାନାରେ ଏତଲା ଦିଆଯାଇଛି।

ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଘରୋଇ କଲେଜରେ ହୋଇଥିବା ବୋମାମାଡ଼ ଘଟଣାରେ ଭିଡିଓ ସାମ୍ନାକୁ ଆସିଛି। ଶତାଧିକ ଯୁବକ ଗଣ୍ଡଗୋଳ କରିବା ସହ ବୋମାମାଡ଼ କରିଛନ୍ତି। ରଣକ୍ଷେତ୍ର ପାଲଟିଥିଲା କଲେଜ କ୍ୟାମ୍ପସ। ଭାଇଗିରି ଦେଖାଇବା ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ ସହ ବୋମାମାଡ଼ ହୋଇଥିବା ଜଣାପଡିଛି।

ରାତି ଅଧରେ ରଣକ୍ଷେତ୍ର ପାଲଟିଥିଲା କଲେଜ କ୍ୟାମ୍ପସ। ପୋଲିସ ଉପରେ ମଧ୍ୟ ହୋଇଛି ଆକ୍ରମଣ। ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଘଟଣାରେ ଶତାଧିକ ଛାତ୍ର ସାମିଲ ଥିବା ଜଣାପଡିଛି। ଘଟଣା ପରେ କଲେଜ କର୍ତ୍ତୃପକ୍ଷ ଗାଏବ ହୋଇଯାଇଛନ୍ତି। ଶାନ୍ତି ବଜାୟ ରଖିବା ପାଇଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଲେଜକୁ ସାଇନ ଏ ଡାଏ ଘୋଷଣା କରାଯାଇଛି।

Leave A Reply

Your email address will not be published.