ପ୍ରମୁଖ ଖବର

୨୦୨୭ରେ ହେବାକୁ ଥିବା ୩୯ତମ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ହୋଷ୍ଟ ଷ୍ଟେଟ୍ ଏଗ୍ରିମେଣ୍ଟ (HSA) ସ୍ୱାକ୍ଷରିତ
ଓଡ଼ିଶାର ୧୧ ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ
ଲାଲୁ-ରାବ୍ରୀଙ୍କୁ ବଙ୍ଗଳା ଖାଲି ନୋଟିସ, ରାବ୍ରୀଙ୍କ ଦୃଢ଼ ଜବାବ- ‘ଆମେ ଛାଡ଼ିବୁ ନାହିଁ’
ପୁଅ ଯତିନ୍ଦ୍ରଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କଲେ ସିଦ୍ଧରମେୟା
‘ଶନିବାରଠାରୁ ଆରମ୍ଭ ହେବ ଏସ୍‌ଆଇଆର୍ କାର୍ଯ୍ୟକ୍ରମ
ସିଦ୍ଧରମେୟାଙ୍କ ଇସ୍ତଫା ଗ୍ରହଣ, ଡିକେ ଶିବକୁମାର ହେବେ ନୂଆ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁରେ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ କଲା ଆତ୍ମହତ୍ୟା

0

ବେଙ୍ଗଲୁରୁ: ବେଙ୍ଗଲୁରୁ ମହାଲକ୍ଷ୍ମୀ ହତ୍ୟା ମାମଲା। ଆତ୍ମହତ୍ୟା କଲା ମୁଖ୍ୟ ଅଭିଯୁକ୍ତ। ବେଙ୍ଗାଲୁରୁରେ ଜଣେ ୨୯ ବର୍ଷୀୟ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣାର ମୁଖ୍ୟ ଅଭିଯୁକ୍ତର ମୃତଦେହ ଆଜି ଝୁଲନ୍ତା ଅବସ୍ଥାରେ ଓଡ଼ିଶାର ଭଦ୍ରକରୁ ମିଳିଛି।ମୃତ ଯୁବକ ଜଣଙ୍କ ହେଲା ମୁକ୍ତି ରଞ୍ଜନ ରାୟ। ଭଦ୍ରକରେ ମୁଖ୍ୟ ଅଭିଯୁକ୍ତ ମୁକ୍ତିରଞ୍ଜନ ପ୍ରତାପ ରାୟ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି। ଧୁଷୁରି ଥାନା କୁଳେଇପଦା ଗାଁ ଶ୍ମଶାନରୁ ମୁକ୍ତିରଞ୍ଜନର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏନେଇ ସ୍ପଷ୍ଟ କରିଛନ୍ତି ଭଦ୍ରକ ଏସ୍‌ପି।

ସୂଚନା ଅନୁସାରେ, ବେଙ୍ଗାଲୁରୁର ମାଲେଶ୍ୱରମ ଅଞ୍ଚଳରେ ମହାଲକ୍ଷ୍ମୀ ନାମକ ଜଣେ ୨୯ ବର୍ଷୀୟା ମହିଳାଙ୍କୁ ହତ୍ୟା କରିବା ପରେ ୫୯ ଖଣ୍ଡ କରି କାଟି ଫ୍ରିଜରେ ରଖିଥିଲା ମୁଖ୍ୟ ଅଭିଯୁକ୍ତ ମୁକ୍ତିରଞ୍ଜନ ପ୍ରତାପ ରାୟ। ମୁକ୍ତିରଞ୍ଜନ ପ୍ରତାପ ରାୟଙ୍କ ଘର ଓଡିଶାରେ। ସେ ମୃତ ମହିଳାଙ୍କର ପ୍ରେମିକ ଥିଲା। ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ମୁକ୍ତିକାନ୍ତ। ତେବେ ଏହି ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ଯାଞ୍ଚ ବେଳେ ଫ୍ରିଜ ଭିତରୁ ମହିଳାଙ୍କର ୫୯ ଖଣ୍ଡ ମାଂସ ଟୁକୁଡା ମିଳିଥିଲା।

ଫ୍ରିଜ ନିକଟରେ ଏକ ନୀଳ ସୁଟକେଶ ମଧ୍ୟ ରହିଥିଲା। ସେହି ସୁଟକେଶ ମାମଧ୍ୟମରେ କିଛି ମାଂସ ଟୁକୁଡାକୁ ବାହାରେ ଫିଙ୍ଗାଯାଇଥିବା ଅନୁମାନ କରୁଛି ପୋଲିସ। ତେବେ ମୃତମହିଳା ଜଣଙ୍କ ବିବାହିତ ଥିବା ବେଳେ ପ୍ରାୟ ୬ମାସ ହେବ ସେ ତାଙ୍କ ସ୍ୱାମୀ ଓ ଝିଅଠାରୁ ଅଲଗା ଭଡା ଘରେ ରହୁଥିଲେ। ସେପଟେ ମୃତ ମହିଳାଙ୍କ ସ୍ୱାମୀଙ୍କ କହିବା ଅନୁସାରେ ପ୍ରେମିକ ହିଁ ମୁଖ୍ୟ ହତ୍ୟାକାରୀ।

Leave A Reply

Your email address will not be published.