ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଲେ ଜେପି ନଡ୍ଡା

0

ଭୁବନେଶ୍ବର: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଗୁରୁବାର ଭୁବନେଶ୍ୱରରେ ପହଞ୍ଚି ଦଳୀୟ କାର୍ଯ୍ୟାଳୟକୁ ଯାଇଥିଲେ। ଏଠାରେ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ସହ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।

ସୂଚନା ଥାଉକି, ନଡ୍ଡା ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଉପମୁଖ୍ୟମନ୍ତ୍ରୀ ଭବ୍ୟ ସ୍ବାଗତ ଜଣାଇଥିଲେ। ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ନଡ୍ଡା ନୂଆ ସଦସ୍ୟଙ୍କୁ ମାର୍ଗଦର୍ଶନ କରାଇବା ସହ ଭାଜପା ଏକମାତ୍ର ଗଣତାନ୍ତ୍ରିକ, କ୍ୟାଡରଯୁକ୍ତ ରାଜନୈତିକ ଦଳ। ଭାରତରେ ୫ ହଜାର ଦଳ, ୫୦ରୁ ଅଧିକ ପାର୍ଟି। ଆପଣମାନେ କଂଗ୍ରେସର ଏପରି ସଦସ୍ୟତା ଅଭିଯାନ ଦେଖିଛନ୍ତି କି ବୋଲି ନଡ୍ଡା ପ୍ରଶ୍ନ କରିଥିଲେ।

ସେ କହିଛନ୍ତି, ଭାଜପାରେ ଅତ୍ୟନ୍ତ ସ୍ୱଚ୍ଛ ଭାବେ ସଦସ୍ୟତା ଗ୍ରହଣ ହୁଏ। ସଦସ୍ୟତା ସରିବା ପରେ କାର୍ଯ୍ୟକର୍ତ୍ତା ନିର୍ବାଚନ ହେବ। ଆମର ଏଠି ନେତା ପୁଅ ନେତା ହୁଏନି। ମାଟିରୁ ଆସିଥିବା ବ୍ୟକ୍ତି ନେତା ହୁଅନ୍ତି। ଏମିତି କିଛି କହି ବିରୋଧୀଙ୍କୁ ତେର୍ଚ୍ଛାବାଣ ମାରିଛନ୍ତି ନଡ୍ଡା। ଆଜି ଆମ ପାର୍ଟିରେ ୧୦ଲକ୍ଷ ୪୦ହଜାର ବୁଥ୍ ଅଛି। ଦେଢ ଲକ୍ଷ ଶକ୍ତି କେନ୍ଦ୍ର, ୧୫ହଜାରରୁ ଅଧିକ ମଣ୍ଡଳ ରହିଛି। ଆଜି ପ୍ରାୟ ୩୫୦ ପାର୍ଲାମେଣ୍ଟ ମେମ୍ୱର ଅଛନ୍ତି। ମୋଦିଙ୍କ ନେତୃତ୍ୱରେ ବିକଶିତ ଭାରତ ୨୦୪୭ରେ ସାମିଲ ହେବାକୁ ଆମେ ଆପଣଙ୍କୁ ଆହ୍ୱାନ ଦେଉଛୁ। ଏଥିପାଇଁ ଆପଣ ସମସ୍ତେ ଏକାଠି ହୋଇ ଆମକୁ ସମର୍ଥନ କରନ୍ତୁ ବୋଲି ନଡ୍ଡା କହିଛନ୍ତି।

Leave A Reply

Your email address will not be published.