ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଅକ୍ଟୋବର ୧ରୁ ବଢିବ ଶ୍ରମିକ ସର୍ବନିମ୍ନ ମଜୁରୀ

0

ଶ୍ରମିକଙ୍କୁ କେନ୍ଦ୍ର ସରକାରଙ୍କ ଦଶହରା ଉପହାର
ନୂଆଦିଲ୍ଲୀ: ଶ୍ରମିକଙ୍କୁ ଦଶହରା ଉପହାର ଦେଲେ କେନ୍ଦ୍ର ସରକାର। ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାର ସର୍ବନିମ୍ନ ମଜୁରୀ ହାରରେ ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତା (ଭିଡିଏ) ସଂଶୋଧନ କରି ଘୋଷଣା କରିଛନ୍ତି। ଶ୍ରମିକମାନଙ୍କୁ ସହାୟତା ପ୍ରଦାନ ଓ ସେମାନଙ୍କର ଜୀବନର ମାନ ବୃଦ୍ଧି କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ସର୍ବନିମ୍ନ ମଜୁରୀ ଦର ବୃଦ୍ଧି କରିଛନ୍ତି।
ସରକାରୀ ଅଫିସରେ ନିର୍ମାଣ କାର୍ଯ୍ୟ, ଲୋଡିଂ, ଅନଲୋଡିଂ, ୱାଚ୍ ଓ ୱାର୍ଡ, ସଫେଇ, ହାଉସ କିପିଂ ସମେତ ବିଭିନ୍ନ କ୍ଷେତ୍ରରେ ନିୟୋଜିତ ଶ୍ରମିକମାନେ ଏହି ନୂତନ ବେତନ ହାରରେ ଉପକୃତ ହେବେ। ୨୦୨୪ ଅକ୍ଟୋବର ୧ରୁ ନୂତନ ବେତନ ହାର କାର୍ଯ୍ୟକାରୀ ହେବ। ୨୦୨୪ ଏପ୍ରିଲ ଶେଷଥର ପାଇଁ ସଂଶୋଧନ କରାଯାଇଥିଲା।

ସଂଶୋଧନ ପରେ, ଅଣଶିକ୍ଷିତ କାର୍ୟ୍ୟ ପାଇଁ ନିର୍ମାଣ, ସ୍ୱିପ୍, ସଫା କରିବା, ଲୋଡିଂ ଏବଂ ଅନଲୋଡିଂରେ କାର୍ୟ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ମଜୁରୀ ହାର ଦିନକୁ ୭୮୩ ଟଙ୍କା (ମାସକୁ ୨୦,୩୫୮ ଟଙ୍କା) ଦିନକୁ ୮୬୮ ଟଙ୍କା (ପ୍ରତିମାସକୁ ୨୨,୫୬୮ ଟଙ୍କା) ହେବ। ସେହିଭଳି କୁଶଳୀ, କିରାଣୀ ଏବଂ ୱାଚ୍ ଏବଂ ୱାର୍ଡ ପାଇଁ ଦିନକୁ ୯୫୪ ଟଙ୍କା (ମାସକୁ ୨୪,୮୦୪ ଟଙ୍କା) ଏବଂ ଉଚ୍ଚ କୁଶଳୀ ତଥା ୱାଚ୍ ୱାର୍ଡ ପାଇଁ ଦିନକୁ ୧,୦୩୫ ଟଙ୍କା (ମାସକୁ ୨୬,୯୧୦ ଟଙ୍କା) ହେବ। ଶିଳ୍ପ ଶ୍ରମିକମାନଙ୍କ ପାଇଁ ଗ୍ରାହକ ମୂଲ୍ୟ ସୂଚକାଙ୍କରେ ୬ ମାସର ହାରାହାରି ଦରଦାମ୍ ବୃଦ୍ଧିକୁ ଆଧାର କରି କେନ୍ଦ୍ର ସରକାର ବର୍ଷକୁ ଦୁଇଥର ଭିଡିଏ ସଂଶୋଧନ କରନ୍ତି।

Leave A Reply

Your email address will not be published.