ପ୍ରମୁଖ ଖବର

ମଣିପୁରରେ ପୁଣି ରକ୍ତପାତ: ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ
ଚାଉଳ ମିଲିଂ ଦର ଦ୍ୱିଗୁଣ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
ମଣିପୁରରେ ପୁଣି ରକ୍ତପାତ: ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ
ରାଜ୍ୟରେ ବଢ଼ିଛି ଶିଶୁ ଟିକାକରଣ ହାର, ସହରଠାରୁ ଗ୍ରାମାଞ୍ଚଳ ଆଗରେ
ବାଲିଗୁଡ଼ା ଏଇଇ ବୈକୁଣ୍ଠନାଥ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍
ବିରୋଧୀ ଦଳ ନେତା ନିଯୁକ୍ତିକୁ ନେଇ ହାଇକୋର୍ଟ ଯିବ ଟିଏମସି
ବୋର୍ଡ-ନିଗମର ଖାଲି ପଦ ପୂରଣ ପାଇଁ ତତ୍ପର ସରକାର, ଜୁନ୍ ୩୦ ସୁଦ୍ଧା ୧୧୮୩ ନିଯୁକ୍ତି ଲକ୍ଷ୍ୟ
ଏମ୍ସ ଭୁବନେଶ୍ୱରରେ ମହିଳାଙ୍କ ହାତରୁ କଢ଼ାଗଲା ୭ କିଲୋଗ୍ରାମର ବିଶାଳ ଟ୍ୟୁମର
ଜନ୍ତରମନ୍ତରରେ ‘କକ୍ରୋଚ୍ ଜନତା ପାର୍ଟି’ର ବିଶାଳ ବିକ୍ଷୋଭ, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

ଭଗବାନଙ୍କୁ ରାଜନୀତିଠାରୁ ଦୂରେଇ ରଖ : ସୁପ୍ରମିକୋର୍ଟ

0

ନୂଆଦିଲ୍ଲୀ: ତିରୁପତି ଲଡୁ ବିବାଦ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ତିରୁପତି ଲଡୁ ବିବାଦ ମାମଲାରେ ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ଏହାକୁ ନେଇ ସର୍ବୋଚ୍ଚ ଅଦାଲତ କହିଛନ୍ତି, “ଭଗବାନଙ୍କୁ ନେଇ ରାଜନୀତି କରାନଯାଉ। ଈଶ୍ଵର ସବୁଠୁ ଊର୍ଦ୍ଧ୍ବରେ। ଭଗବାନଙ୍କୁ ରାଜନୀତିଠାରୁ ଦୂରେଇ ରଖିବା ଉଚିତ୍‌ ବୋଲି ସୁପ୍ରମିକୋର୍ଟ କହିଛନ୍ତି। କାରଣ ଭଗବାନଙ୍କ ପ୍ରସାଦ ଭକ୍ତଙ୍କ ଭାବାବେଗ ସହ ଜଡ଼ିତ । ଏଭଳି ବିବାଦ ଦ୍ୱାରା ଭକ୍ତଙ୍କ ଆସ୍ଥା ତୁଟିନଯାଉ ।” ଏହା ବିଶ୍ୱାସର ବିଷୟ। ଏହି ସପ୍ତାହ ପୂର୍ବରୁ ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ ଏବଂ ପୂର୍ବତନ ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡି) ଅଧ୍ୟକ୍ଷ ତଥା ରାଜ୍ୟ ସଭା ଏମ୍‌ପି ୟେ.ଭି ସୁବା ରେଡ୍ଡୀଙ୍କ ଦ୍ୱାରା ପିଟିସନ ଦାଖଲ କରାଯାଇଥିଲା। ଜଷ୍ଟିସ ବି.ଆର ଗାଭାଇ ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥନଙ୍କ ବେଞ୍ଚ ଏହି ଆବେଦନ ଉପରେ ଶୁଣାଣି କରୁଛି।

ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କୁ ତାଗିଦ କରି ଜୁଲାଇରେ ଆସିଥିବା ରିପୋର୍ଟ ଉପରେ ଦୁଇମାସ ପରେ କାହିଁକି ବିବୃତ୍ତି ଦେଇଛନ୍ତି ବୋଲି ପଚାରିଥିଲେ। ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ପଚାରିଥିଲେ ଯେ, ପ୍ରସାଦ ଲଡୁ ତିଆରିରେ ଦୂଷିତ ଘିଅ ବ୍ୟବହାର କରାଯାଇଛି କି ନାହିଁ? ଟିଡିପି ପାଇଁ ହାଜର ହୋଇଥିବା ବରିଷ୍ଠ ଓକିଲ ସିଦ୍ଧାର୍ଥ ଲୁଥ୍ରା କହିଛନ୍ତି, ଲଡୁର ସ୍ବାଦ ଭଲ ନୁହେଁ ବୋଲି ଲୋକମାନେ ଅଭିଯୋଗ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଲୋକମାନେ ଏହା ବିଷୟରେ ଅବଗତ ନୁହଁନ୍ତି, ପ୍ରଦୂଷିତ ଘିଅକୁ ପ୍ରସାଦ ପାଇଁ ବ୍ୟବହାର କରାଯାଉଥିବା କୌଣସି ପ୍ରମାଣ ଅଛି କି ନାହିଁ ସେ ବିଷୟରେ ଜଣାନ୍ତୁ।



Leave A Reply

Your email address will not be published.