ପ୍ରମୁଖ ଖବର

ନାମାଙ୍କନର ପରଦିନ ନିର୍ବାଚନରୁ ଓହରିଲେ ଭାଜପା ପ୍ରାର୍ଥୀ ଅଭିଷେକ ସିହ୍ନା
କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ, ନାମଲେଖା ଫି ଫେରସ୍ତ ପାଇବେ ଛାତ୍ରଛାତ୍ରୀ
ସୁପ୍ରିମକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକାଥରେ ୫ କିସ୍ତି
ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ପାଦତଳେ ପଡ଼ିଲେ ନର୍ସିଂ ଛାତ୍ରଛାତ୍ରୀ
ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ, ଘରକୁ ଘର ବୁଲି ପ୍ରସ୍ତୁତ ହେବ ଭୋଟର ତାଲିକା
ଗୁରୁଗ୍ରାମରେ ଏନକାଉଣ୍ଟର: ୪ ଗ୍ୟାଙ୍ଗଷ୍ଟର ନିହତ, ୩ ପୋଲିସ କର୍ମଚାରୀ ଆହତ
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବନ୍ୟା ପାଣିରେ ଭାସିଗଲା ୩ ହଜାର ଏଲପିଜି ସିଲିଣ୍ଡର

ପୁଣେରେ ହେଲିକପ୍ଟର ଦୁର୍ଘଟଣା, ୩ ମୃତ

0

ପୁଣେ: ମହାରାଷ୍ଟ୍ର ପୁଣେରେ ହେଲିକପ୍ଟର ଦୁର୍ଘଟଣା। ମହାରାଷ୍ଟ୍ର ପୁଣେରେ ଏକ ପ୍ରାଇଭେଟ ହେଲିକପ୍ଟର କ୍ରାଶ ହୋଇଛି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ହେଲିକପ୍ଟରଟି ପୂରା ଖଣ୍ଡ ଖଣ୍ଡ ହୋଇଯାଇଛି। ଏଥିରେ ୩ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ପାଇଲଟ ଓ ୨ ଜଣ ଇଂଜିନିୟର ଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଆଜି ସକାଳୁ ମହାରାଷ୍ଟ୍ର ପୁଣେ ଜିଲ୍ଲାର ବାବଧାନ ବୁଦ୍ରୁକ ଗାଁରେ ହେଲିକପ୍ଟର କ୍ରାଶ ହୋଇଛି। ଏନେଇ ଗାଁ ଲୋକେ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ଆଜି ସକାଳ ପ୍ରାୟ ୬ଟା ୪୫ରେ ଏହି ଦୁର୍ଘଟଣା ଘଟିଛି। ହେଲିକ୍ୟାପ୍ଟରଟି ନିକଟସ୍ଥ ଏକ ହେଲିପ୍ୟାଡରୁ ଉଡାଣ ଭରିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ, ଅଗ୍ନିଶମ ବାହିନୀ ଏବଂ ବିପର୍ଯ୍ୟୟ ପ୍ରଶମନ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୋଲିସର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। କୁହୁଡି ପାଇଁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଦୁର୍ଘଟଣାର ପ୍ରକୃତ କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ ।

Leave A Reply

Your email address will not be published.