ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ
ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ
ସ୍ତନ କର୍କଟ ନିମନ୍ତେ ସମ୍ମମରେ ବ୍ରାକିଥେରାପି ଚିକିତ୍ସା ଉପଲବ୍ଧ
ରାଜକୀୟ ସମ୍ମାନସହ ଦିଆଗଲା ରତନ ଟାଟାଙ୍କୁ ଅନ୍ତିମ ବିଦାୟ
ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଡାଟା ଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ସାହୁ
ଚଳିତ ବର୍ଷ ଦକ୍ଷିଣ କୋରିଆର ସୁନାମଧନ୍ୟ ଲେଖିକା ହାନ କାଙ୍ଗଙ୍କୁ ମିଳିବ ସାହିତ୍ୟରେ ନୋବେଲ
ରତନ ଟାଟାଙ୍କୁ ‘ଭାରତ ରତ୍ନ’ ସମ୍ମାନରେ ସମ୍ମାନିତ ପ୍ରସ୍ତାବ ପାରିତ
ରାଜଧାନୀରୁ ଜବତ ହେଲା ଆଉ ୨୦୦୦ କୋଟି ଟଙ୍କାର କୋକେନ
ଟେନିସରୁ ଅବସର ଘୋଷଣା କଲେ ରାଫେଲ ନାଡାଲ

ୟୁପି ସଡକ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ, ଆହତଙ୍କୁ ୫୦ ହଜାର

0

ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ
ମିର୍ଜାପୁର: ଉତ୍ତରପ୍ରଦେଶର ମିର୍ଜାପୁରରେ ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟରକୁ ଟ୍ରକ୍‌ ଧକ୍କା ଦେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ମିର୍ଜାପୁର-ବାରାଣସୀ ସୀମା ଜି.ଟି. ରୋଡ୍‌ରେ ଏହି ଦୁର୍ଘଟଣା ଘଟିଛି। ଭାଦୋହୀ ଜିଲାରେ ନିର୍ମାଣ କାର୍ଯ୍ୟ ସାରି ୧୩ ଜଣ ଶ୍ରମିକ ଟ୍ରାକ୍ଟର ଟ୍ରଲିରେ ଘରକୁ ଫେରୁଥିବାବେଳେ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା।

ସୂଚନା ଅନୁସାରେ, ମୃତାହତ ସମସ୍ତେ ଶ୍ରମିକ ଥିବା ନେଇ ସୂଚନା ମିଳିଛି। ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରରେ ମୋଟ ୧୩ଜଣ ଶ୍ରମିକ ବସିଥିଲେ । କାମ ସାରି ରାତିରେ ଘରକୁ ଫେରୁଥିବା ବେଳେ ସାମ୍ନାରୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଥିଲେ। ଖବରପାଇ ଘଟଣା ସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଗୁରୁତର ୩ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି

ଦୁର୍ଘଟଣାରେ ୧୩ ଜଣ ଆହତ ହୋଇଥିବା ବେଳେ ହସ୍ପିଟାଲ ନେବା ବାଟରେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଏବଂ ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି।

Leave A Reply

Your email address will not be published.