ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଫରେଷ୍ଟର ସଞ୍ଜୟ ନାୟକ ମୃତ୍ୟୁ ଘଟଣାରେ ରାୟଗଡ଼ା ଡିଏଫଓ ନିଲମ୍ବିତ

0

ରାୟଗଡ଼ା: କଳାହାଣ୍ଡି ଫରେଷ୍ଟର ସଞ୍ଜୟ ନାୟକ ମୃତ୍ୟୁ ଘଟଣାରେ ରାୟଗଡ଼ା ଡିଏଫଓ ଦେବେନ୍ଦ୍ର ବେହେରା ନିଲମ୍ବିତ ହୋଇଛନ୍ତି । ଭବାନୀପାଟଣାରେ ଗତ ୨ ଦିନ ଧରି ଜେରା କରିବା ପରେ ଦେବେନ୍ଦ୍ରଙ୍କ ବିରୋଧରେ ନିଆଯାଇଛି ବିଭାଗୀୟ କାର୍ଯ୍ୟାନୁଷ୍ଠାନ । ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତପ ବିଭାଗ ଚିଠି ଜାରି କରି ରାୟଗଡ଼ା ବନ ତତ୍ତ୍ବବିତ ଡିଭିଜନ ବନଖଣ୍ଡ ଅଧିକାରୀ ଦେବେନ୍ଦ୍ର ବେହେରାଙ୍କୁ ନିଲମ୍ବିତ କରିଛି ।

ନିଲମ୍ବନ ପରେ ଡି.ଏଫ.ଓଙ୍କୁ ଭୁବନେଶ୍ବରସ୍ଥିତ ପି.ସି.ସି.ଏଫ କାର୍ଯ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଦେବା ସହ ବିନା ସୂଚନାରେ କାର୍ଯ୍ୟାଳୟ ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। କଳାହାଣ୍ଡି ଫରେଷ୍ଟର ସଞ୍ଜୟ ନାୟକ ଆତ୍ମହତ୍ୟା ଘଟଣାରେ ଗତକାଲି ରାୟଗଡ଼ା ଡିଏଫଓଙ୍କୁ ଜେରା କରିଥିଲା ପୋଲିସ । ଜେରା ସମୟରେ ମୁହଁ ଖୋଲିଥିଲେ ଡିଏଫଓ ଦେବେନ୍ଦ୍ର ବେହେରା । ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା। ସେ ଫରେଷ୍ଟର ସଂଜୟଙ୍କୁ ବଦଳି କରି ଦେଇଥିବାରୁ ତାଙ୍କ ନାଁରେ ଏଭଳି ଅଭିଯୋଗ ହୋଇଛି ବୋଲି କହିଥିଲେ ଦେବେନ୍ଦ୍ର ।

Leave A Reply

Your email address will not be published.