ପ୍ରମୁଖ ଖବର

ସମ୍ବାଦ ଗ୍ରୁପ୍ ପକ୍ଷରୁ ଆୟୋଜିତ ପ‌ରିବେଶ ପଞ୍ଚାୟତରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ରାଜ ନିୱାସଠାରେ ଆୟୋଜିତ ଏକ ସମାରୋହରେ ଆପ୍ ନେତା ଆତିଶୀ ମାର୍ଲେନା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି, ଉପରାଜ୍ୟପାଳ ଭିକେ ସାକ୍ସେନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି
ତାଙ୍କ ସହ ଆପ୍ ବିଧାୟକ ଗୋପାଳ ରାୟ, ସୌରଭ ଭରଦ୍ୱାଜ, କୈଲାସ ଗେହଲୋଟ୍, ଇମ୍ରାନ ହୁସେନ୍ ଏବଂ ମୁକେଶ ଅହଲୱାତ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି
ବାୟୁସେନାର ନୂଆ ଏୟାର ଚିଫ୍ ମାର୍ଶଲ ଅମର ପ୍ରୀତ ସିଂ
ଗିରଫ ହେଲେ ଗ୍ରାମ୍ୟ ନିର୍ମାଣ ମଣ୍ଡଳର ଭାରପ୍ରାପ୍ତ ଅଧୀକ୍ଷଣ ଯନ୍ତ୍ରୀ ଏନ.ଭି ହରିହର ରାଓ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ

ନବ, ପ୍ରତାପଙ୍କ ଭଳି ମନ୍ତ୍ରୀ କାହିଁକି ରହିବେ?

0

ଭୁବନେଶ୍ବର: ସାରା ବିଶ୍ବରେ କରୋନା ଆତଙ୍କ ଖେଳିଯାଇଛି। କେନ୍ଦ୍ର ସରକାରରେ ମନ୍ତ୍ରୀମାନେ ତୁହାକୁ ତୁହା ବୈଠକ କରୁଛନ୍ତି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଧିକବାର ବୈଠକ ନେଇସାରିଲେଣି। ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି, ଚିଠି ବି ଲେଖିଛନ୍ତି। ବିଭିନ୍ନ ବିଭାଗର ସଚିବମାନେ ଘନ ଘନ ବୈଠକ କରୁଛନ୍ତି। ସରକାରଙ୍କ ପ୍ରତିଟି ପଦକ୍ଷେପ ଉପରେ ଏବେ ରାଜ୍ୟର ନଜର ରହିଛି। କେଉଁଟା ଭଲ, କରୋନା ପାଇଁ କେତେ ଓ କେମିତି ସତର୍କ ରହିବାକୁ ହେବ, ଏହାକୁ ନେଇ ସବୁ ମହଲରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି।

କିନ୍ତୁ ଏସବୁ ଭିତରେ ଯେଉଁ ଗୋଟିଏ ଅଭାବ ଜଳ ଜଳ ହୋଇ ଦିଶୁଛି, ତାହା ହେଉଛି, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ତନାଘନା କରୁଥିବା ବେଳେ ଓଡ଼ିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ପତ୍ତା ମିଳୁନାହିଁ। ବୈଠକ କରିବା, ବିଭିନ୍ନ ବର୍ଗର ସହଯୋଗ ଲୋଡିବା ଲାଗି ଲାଗି ସେମାନଙ୍କୁ ଡାକି ଥରୁଟିଏ କଥା ହେବା ଆଦି ଦୂରର କଥା, ନିଜ ଆଡୁ ରାଜ୍ୟବାସୀଙ୍କୁ ଥରୁଟିଏ ବି କରୋନା ଭଳି ମାରାତ୍ମକ ରୋଗ ପ୍ରତି ସତର୍କ ରହିବା ଲାଗି ବି ନିବେଦନ କରିନାହାନ୍ତି। ସଚିବାଳୟରେ ଅଧିକାରୀଙ୍କୁ ଡାକି ବୈଠକ କରିବା ପରେ ଜନସାଧାରଣଙ୍କୁ ଆଶ୍ବାସନା ଦେଇନାହାନ୍ତି ଯେ ରାଜ୍ୟ ସରକାର ସବୁସ୍ତରରେ ପ୍ରସ୍ତୁତ ଅଛନ୍ତି। ପ୍ରତି ଜିଲ୍ଲା ମେଡିକାଲ କରୋନା ନେଇ ମୁଖ୍ୟମନ୍ତ୍ରୀଙ୍କ ସତର୍କତାକୁ କେତେ ଦୂର ପାଳନ କରିଛନ୍ତି, ତାହା ବି ଗତ ଦିନରେ ଦେଖିବା ଲାଗି ଆଗ୍ରହ ଦେଖାଇନାହାନ୍ତି। ରାଜନୈତିକ ମହଲରେ ପ୍ରଶ୍ନ ଉଠିଲାଣି, ଏଭଳି ସ୍ବାସ୍ଥ୍ୟମନ୍ତ୍ରୀ ରହିବେ କାହିଁକି?

ନୂଆ ନୂଆ ଶପଥ ଗ୍ରହଣ ପରେ ମନ୍ତ୍ରୀ ଶ୍ରୀ ଦାସ ବେଶ ତତ୍ପର ହୋଇ ଉଠୁଥିଲେ। ଆକ୍ସନ ମୁଡରେ ରହୁଥିଲେ ମନ୍ତ୍ରୀ। ଏଠି ତଦନ୍ତ କର, ସେଠି ତଦନ୍ତ କର ବୋଲି କହି ସାରା ଓଡ଼ିଶାରେ ହଇଚଇ ସୃଷ୍ଟି କରିଥିଲେ। ଅବଶ୍ୟ ରିପୋର୍ଟ ଗଣମାଧ୍ୟମକୁ ଆସୁନଥିଲା। କଣ ହେଲା କେଜାଣି, ରାଜ୍ୟରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପସ୍ଥିତି ସଂପର୍କରେ ଲୋକେ ଏବେ ସର୍ବନିମ୍ନ ସୂଚନା ପାଇପାରୁନାହାନ୍ତି। କେଉଁଥିରେ ତାଙ୍କର କିଛି ବି ସଂପୃକ୍ତି ଥିବା ଭଳି ଦୃଷ୍ଟିଗୋଚର ହେଉନାହିଁ। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରମୁଖ ଗଣମାଧ୍ୟମ ସାମ୍ନାକୁ ଆସି ନିଜ ନିଜ ବିଭାଗ ସଂପର୍କରେ ସବିଶେଷ ସୂଚନା ଦେଉଥିବା ବେଳେ ସ୍ବାସ୍ଥ୍ୟମନ୍ତ୍ରୀଙ୍କର ଅନାଗ୍ରହ ଓ ବେପରୁଆ କାରବାରକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ ବୋଲି ରାଜନୈତିକ ମହଲରେ ଆଲୋଚନା ହେଲାଣି।

କେବଳ ଶ୍ରୀ ଦାସ ନୁହେଁ, ଶ୍ରୀଜଗନ୍ନାଥ ମନ୍ଦିର ଆଇନ ବିଭାଗ ଅଧୀନରେ ରହିଛି। ୟେସ୍ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଜମା ପ୍ରସଙ୍ଗକୁ ନେଇ ସାରା ଓଡ଼ିଶାରେ ହଇଚଇ ସୃଷ୍ଟି ହେଲା। ବିରୋଧୀ ସରକାରଙ୍କୁ କାଠଗଡାକୁ ଟାଣିବା ଲାଗି ଆପ୍ରାଣ ଉଦ୍ୟମ କଲେ। ପ୍ରଥମ ପର୍ଯ୍ୟାୟ ଟଙ୍କା ଫେରିଯାଇଛି ସତ, ତଥାପି ସୁଧ କଥା ଉଠାଇ ବିଜେପି ଘେରିବା ଆରମ୍ଭ କଲେଣି। ଖାେଦ୍ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏଭଳି ଏକ ସଙ୍ଗିନ୍ ପ୍ରସଙ୍ଗକୁ ଲୋକଙ୍କ ଭିତରକୁ ଛାଡିବା ଲାଗି କାର୍ପଣ୍ୟ କରିନାହାନ୍ତି। ଏହାର କେତେ ପ୍ରଭାବ ପଡିବ ନ ପଡିବ, ତାହା ଅଲଗା କଥା, କିନ୍ତୁ ପ୍ରସଙ୍ଗଟିକୁ ବଞ୍ଚାଇ ରଖିବା ଲାଗି ଶ୍ରୀ ନାୟକଙ୍କ ସାମ୍ବାଦିକ ସମ୍ମିଳନୀ ଅନେକ ମହତ୍ବ ରଖିଛି। ଆଇନ ମନ୍ତ୍ରୀ ପ୍ରତାପ ଜେନା କୁଆଡେ ଗଲେ? ଏହି ପ୍ରସଙ୍ଗରେ ସରକାରଙ୍କ ସୁରକ୍ଷା ଲାଗି ପଦୁଟିଏବି କହିବେ ନାହିଁ? ମନ୍ତ୍ରୀ ଭାବେ ଅଜସ୍ର କ୍ଷମତା ଉପଭୋଗ କରୁଥିବା ଏହି ବ୍ୟକ୍ତିମାନେ ବାସ୍ତବରେ କାହା ସ୍ବାର୍ଥରେ? ପ୍ରସଙ୍ଗକୁ ନେଇ ସାରା ରାଜ୍ୟ ପଡୁଥିବା ଉଠୁଥିବା ବେଳେ ନିରବ, ଏବେ ବି?

ଏମିତିରେ ବି ସେ ପଞ୍ଚାୟତିରାଜ ମନ୍ତ୍ରୀ ଓ ନଗର ଉନ୍ନୟନ ବିଭାଗ ଦାୟିତ୍ବରେ ଅଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତ ସରପଞ୍ଚମାନଙ୍କୁ ଯେଉଁ ଚିଠି ଲେଖିଛନ୍ତି, ତାହା ଘରେ ଘରେ ପଶିଛି। ମନ୍ତ୍ରୀ ଶ୍ରୀ ଜେନାଙ୍କ ହାତରେ ଥିବା ଉଭୟ ବିଭାଗ ଉପରେ ଏବେ ଗୁରୁ ଦାୟିତ୍ବ ରହିଛି। ନିଜ ବିଭାଗର ପ୍ରସ୍ତୁତି ସଂପର୍କରେ ସେ ଥରୁଟିଏ କଥା ହେଲେନି କିମ୍ବା ଭି଼ଡିଓଟିଏ ଜାରି କରି ଲୋକପ୍ରତିନିଧି, ଅଧିକାରୀଙ୍କ ଭୂୁମିକା ନେଇ କିିଛି ବି କହିଲେନି।

ଏଇ ଦୁଇ ମନ୍ତ୍ରୀ କେବଳ ନୁହେଁ, ସରକାରରେ ଏମିତି ପାଞ୍ଚ ସାତ ମନ୍ତ୍ରୀ ଅଛନ୍ତି, ସେମାନଙ୍କ କାର୍ଯ୍ୟ ସଂପର୍କରେ କେହି କିଛି ବି ଠଉରାଇ ପାରୁନାହାନ୍ତି। ସବୁଠାରୁ କୌତୂହଳର କଥା ହେଲା, ବାବୁମାନେ ସବୁ କାମ ମାଡିବସୁଛନ୍ତି ବୋଲି ପ୍ରତି କଥାରେ ଚିତ୍କାର କରୁଥିବା ନେତା, ମନ୍ତ୍ରୀମାନଙ୍କ ଅଭିଯୋଗ ପଛର ବାସ୍ତବତା ଏବେ ବୁଝି ହେଉଛି। ବିଭିନ୍ନ ବିଭାଗର ସଚିବ କରୋନା ମୁକାବିଲା ନେଇ ଦିନରାତି ସଂଗ୍ରାମ ଜାରି ରଖିଥିବା ବେଳେ ମନ୍ତ୍ରୀମାନେ ଆରାମରେ ଦିନ ବିତାଉଛନ୍ତି। ନିଜ ଦାୟିତ୍ବ ସଂପୂର୍ଣ୍ଣ ଭାବେ ବାବୁମାନଙ୍କ ଉପରେ ଝା଼ଡି ଦେଇଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ଯେତିକି ତତ୍ପରତା ଦେଖାଇଛନ୍ତି, ସେତିକି ତତ୍ପରତା ଏମାନଙ୍କଠି ନାହିଁ।

Leave A Reply

Your email address will not be published.