ପ୍ରମୁଖ ଖବର

ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ୧୫ରୁ ଅଧିକ ଦୋକାନ ପୋଡି ପାଉଁଶ
ଖଣ୍ଡଗିରି ଡବଲ ମର୍ଡରର ପର୍ଦ୍ଦାଫାଶ: ଦୁଇ ନାବାଳକ ଅଭିଯୁକ୍ତ ଅଟକ
୩ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା: ୬୫ ବର୍ଷୀୟ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ
ଭାରତୀୟ ସ୍ଥଳସେନାର ନୂଆ ମୁଖ୍ୟ ହେଲେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍
ଦିଲ୍ଲୀରେ ଇଭିକୁ ବଡ଼ ପ୍ରୋତ୍ସାହନ, ୨୦୨୮ରୁ ବନ୍ଦ ହେବ ପେଟ୍ରୋଲ ଦୁଇଚକିଆ ପଞ୍ଜୀକରଣ

ଏସସିବିରେ କାର୍ଯ୍ୟକ୍ଷମ ହେଲା ପ୍ରଥମ ‘ବୋନ ବ୍ୟାଙ୍କ’ ବା ଅସ୍ଥି ଭଣ୍ଡାର

0

କଟକ: କଟକର ଏସସିବି ମେଡିକାଲ କଲେଜରେ କାର୍ଯ୍ୟକ୍ଷମ ହେଲା ରାଜ୍ୟର ପ୍ରଥମ ‘ବୋନ ବ୍ୟାଙ୍କ’ ବା ଅସ୍ଥି ଭଣ୍ଡାର। ଏଣିକି ରକ୍ତ ଭଳି ହାଡ଼ ମଧ୍ୟ ମିଳିପାରିବମାଗଣାରେ । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗି ଆଜି ବଡ଼ ମେଡିକାଲର ଅସ୍ତିଶଲ୍ୟ ବିଭାଗରେ ଆୟୋଜିତ ଉତ୍ସବରେ ଅତିଥି ଭାବେ ଯୋଗଦେଇ ଏହି ବୋନ ବ୍ୟାଙ୍କକୁ ଉଦଘାଟନ କରିଛନ୍ତି।

ଏହି ଅସ୍ଥି ଭଣ୍ଡାର କାର୍ଯ୍ୟକ୍ଷମ ହେବା ଫଳରେ ରାଜ୍ୟରେ ଅସ୍ଥି ରୋଗର ଚିକିତ୍ସା କ୍ଷେତ୍ରରେ ଅଧିକ ଉନ୍ନତି ଆସିବ ବୋଲି କୁହାଯାଉଛି। ରାଜ୍ୟର ପ୍ରଥମ ସରକାରୀ ହସ୍ପିଟାଲ ଭାବେ ଏସସିବିରେ ଏହି ସୁବିଧା ଉପଲବ୍ଧ ହୋଇଛି। ଏନେଇ ଗତବର୍ଷ ଠାରୁ ରାଜ୍ୟ ସରକାର ଭିତ୍ତିଭୂମିକୁ ସୁଦୃଢ଼ କରିବା ସହିତ ଆବଶ୍ୟକ ମେଶିନ୍ କ୍ରୟ କରିଥିଲେ। ଏହି ବୋନ ବ୍ୟାଙ୍କ ପୂର୍ବ ଭାରତରେ ପ୍ରଥମ ବୋନ ବ୍ୟାଙ୍କ।

ଏସସିବିରେ ବୋନ ବ୍ୟାଙ୍କର ଶୁଭାରମ୍ଭ ଅନେକ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଏକ ନୂଆ ଆଶା ସଞ୍ଚାର କରିଛି । ଏଣିକି ଦୁର୍ଘଟଣା ଜନିତ ରୋଗୀ ଓ କାଡାଭରିକ ପ୍ରତିରୋପଣ ପାଇଁ ଆସିଥିବା ମୃତ ଦେହଙ୍କ ଠାରୁ ମଧ୍ୟ ଅସ୍ଥି ସଂଗ୍ରହ କରି ଏହି ବ୍ୟାଙ୍କରେ ଗଚ୍ଛିତ ରଖାଯାଇ ପାରିବ। ପରେ ଏହି ଅସ୍ଥିକୁ ଅନ୍ୟ ଶରୀରରେ ଉପଯୋଗ କରାଯାଇପାରିବ। ଏହି ସେବା ସମ୍ପୂର୍ଣ୍ଣ ରୂପେ ମାଗଣା ରହିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।

ରାଜ୍ୟରେ ପ୍ରଥମ ଥର ପାଇଁ ଏହି ବ୍ୟବସ୍ଥା କରାଯାଇଥିବାରୁ ଏହା ଦ୍ୱାରା ରୋଗୀମାନେ ବିଶେଷ ଭାବେ ଉପକୃତ ହେବେ ।ଏସସିବି ମେଡିକାଲରେ ବର୍ଷକୁ ପ୍ରାୟ ୫ଶହରୁ ଅଧିକ ଲୋକଙ୍କ ଅସ୍ଥି ଅସ୍ତ୍ରୋପଚାର କରାଯାଇ ବଦଳା ଯାଇଥାଏ। ବର୍ତ୍ତମାନ ସଂଗୃହୀତ ଅସ୍ଥିକୁ ଫ୍ରିଜରରେ ରଖି ତାକୁ ଆବଶ୍ୟକ ସ୍ଥଳେ ବ୍ୟବହାର କରାଯିବ ବୋଲି କହିଛନ୍ତି ମେଡିକାଲ ଅସ୍ଥିଶଲ୍ୟ ବିଭାଗ ମୁଖ୍ୟ ନିର୍ମଳ ଚନ୍ଦ୍ର ମହାପାତ୍ର।

Leave A Reply

Your email address will not be published.