ପ୍ରମୁଖ ଖବର

ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ: ଶାର୍ପ ସୁଟର ସହ ୩ ଗିରଫ
ମୁଖ୍ୟମନ୍ତ୍ରୀ ହେବା ପରେ ତ୍ରିଚି ଆସନ ଛାଡିଲେ ବିଜୟ
ମୁମ୍ବଇ-ପୁଣେ ଏକ୍ସପ୍ରେସୱେରେ ସୁପ୍ରିୟା ସୁଲେଙ୍କ କାର୍‌କୁ ଧକ୍କା, ଅଳ୍ପକେ ବର୍ତ୍ତିଲେ ସାଂସଦ
ଜୁଲାଇ ୧ରୁ ଲାଗୁ ହେବ ‘ଭିବି-ଜିରାମ-ଜି’ ଆଇନ
ମୋଦୀଙ୍କ ଦେଶବାସୀଙ୍କୁ ଆହ୍ୱାନ:‘ଗୋଟିଏ ବର୍ଷ ‘ସୁନା କିଣନ୍ତୁ ନାହିଁ,ୱାର୍କ ଫ୍ରମ୍ ହୋମ୍‌ କରନ୍ତୁ -ଇନ୍ଧନ ସଞ୍ଚୟ କରନ୍ତୁ’

୨୦୨୮ ଡିସେମ୍ବର ଯାଏ ମିଳିବ ମାଗଣା ଚାଉଳ

0

ନୂଆଦିଲ୍ଲୀ: ପୁଣି ମାଗଣାରେ ମିଳିବ ଚାଉଳ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଖାଦ୍ୟ ଆଇନ ଓ ଅନ୍ୟାନ୍ୟ ସରକାରୀ ଯୋଜନା ଅଧୀନରେ ଦିଆଯାଉଥିବା ମାଗଣା ପୋଷଣଯୁକ୍ତ ଚାଉଳ ବଣ୍ଟନ ପ୍ରକ୍ରିୟା ଆସନ୍ତା ୨୦୨୮ ଯାଏ ଜାରି ରହିବ। ଆଜି କ୍ୟାବିନେଟ ବୈଠକରେ ଏଥିପାଇଁ ୧୭ ହଜାର ୨୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଆନେମିଆ ଓ ଅପପୃଷ୍ଟିକୁ ରୋକିବା ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି ସରକାର । କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଏହି ଯୋଜନା ପାଇଁ ମୋଟ ୧୭,୦୮୨ କୋଟି ଟଙ୍କା ଖର୍ଚ୍ଚ ହେବ। ୨୦୨୪ ଜୁଲାଇରୁ ୨୦୨୮ ଡିସେମ୍ବର ଯାଏ ଏହି ପୋଷଣଯୁକ୍ତ ମାଗଣା ଚାଉଳ ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଏପ୍ରିଲ ୨୦୨୨ରେ କେନ୍ଦ୍ର ସରକାର ଦେଶରେ ପୋଷଣଯୁକ୍ତ ଚାଉଳ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲା। ମାର୍ଚ୍ଚ ୨୦୨୪ ସୁଦ୍ଧା ପର୍ଯ୍ୟାୟକ୍ରମେ ଏହି ଯୋଜନା ସାରା ଦେଶରେ ଲାଗୁ ହେବା ନେଇ କୁହାଯାଇଥିଲା। ତେବେ ଏହି ଯୋଜନାକୁ ୨୦୨୮ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

Leave A Reply

Your email address will not be published.