ପ୍ରମୁଖ ଖବର

ଏପ୍ରିଲ ୧୪ରେ ସାରା ଦେଶରେ ସରକାରୀ ଛୁଟି ଘୋଷଣା କଲେ ସରକାର
ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଛନ୍ତି ସୁଜାତା କାର୍ତ୍ତିକେୟନ
ମିଆଁମାର ଭୂକମ୍ପ : ହଜାରେ ଟପିଲା ମୃତ୍ୟୁ ସଂଖ୍ୟା

ଆଜି ମେଲାଣି ନେଇଛନ୍ତି ମା’ ଦୁର୍ଗା।

0

ଭୁବନେଶ୍ବର; ଆଜି ମେଲାଣି ନେଇଛନ୍ତି ଜଗତ୍‌ଜନନୀ ମା’ ଦୁର୍ଗା। ପୁଣି ଆର ବରଷକୁ ଅପେକ୍ଷା କରିବେ ଭକ୍ତ। ମା’ଙ୍କ ଭସାଣି ଉତ୍ସବ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଭସାଣୀ ଉତ୍ସବ ପାଇଁ ବ୍ୟାପକ ବନ୍ଦୋବସ୍ତ ହୋଇଛି। ବିଶେଷକରି ଟୁଇନ୍‌ ସିଟି ଭୁବନେଶ୍ବର-କଟକରେ ଭସାଣି ପାଇଁ କଟକଣା ଜାରି ହୋଇଛି। ଅପରାହ୍ନ ୩ଟାରୁ ଭସାଣି ଶେଷ ହେବା ଯାଏ ଏହି କଟକଣା ବଳବତ୍ତର ରହିବ।

ଦିନ ୩ଟାରୁ ଭସାଣୀ ଶେଷ ହେବା ଯାଏ କଟକଣା ବଳବତ୍ତର ରହିବ। କୌଣସି ଯାନାବହନ ବାଣୀବିହାର ପଟୁ ରୁପାଲି ପଟକୁ ଯାଇପାରିବେ ନାହିଁ। କିଟ୍‌ ଛକ ପଟୁ ନାଲ୍‌କୋ ଛକ ଆଡ଼କୁ କୌଣସି ଯାନବାହନକୁ ଅନୁମତି ନାହିଁ। ସେହିପରି କଟକରେ କଲେଜ ଛକଆଡୁ ଚାନ୍ଦିନୀଚୌକ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ କଟଣା ଜାରି କରିଛି । ସେହିଭଳି ଚୌଧୁରୀବଜାର ଛକରୁ ପୂର୍ଣ୍ଣ ସାହୁ ଛକ, ଯାଁଳିଆପଟି ଓ ଫିରିଙ୍ଗି ବଜାର ଦେଇ ଦେବୀ ଗଡ଼ା ପର୍ଯ୍ୟନ୍ତ ଏବଂ କଟକ ଚଣ୍ଡୀ ଛକରୁ ଶେଖବଜାର ଓ ମହମ୍ମଦିଆ ବଜାର ରାସ୍ତାରେ ଚାନ୍ଦିନଚୌକ ଛକ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାରେ ଯାନବାହନ ଯାତାୟତ କରିପାରିବ ନାହିଁ ।

Leave A Reply

Your email address will not be published.