ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ବଙ୍ଗୋପସାଗର ରେ ସୃଷ୍ଟି ହେଲା ବାତ୍ୟା ‘ ଦାନା ‘

0

ଭୁବନେଶ୍ବର: ଆଜି ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ରେ ସୃଷ୍ଟି ହୋଇଛି ବାତ୍ୟା ‘ ଦାନା ‘। ଦାନା ବର୍ତ୍ତମାନ ଉତ୍ତର ପଶ୍ଚିମ ଦିଗ ରେ ଘଣ୍ଟା ପ୍ରତି ୧୨ କିମି ବେଗ ରେ ଅଗ୍ରସର ହେଉଛି। ପାରାଦୀପ ଠାରୁ ଦକ୍ଷିଣ ପୂର୍ବ ଦିଗରେ ୪୬୦କିମି ଦୂର ରେ ଅବସ୍ଥିତ ରହିଛି ଦାନା ।
ଦାନା ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଭୀଷଣ ବର୍ଷା ରେ ପରିଣତ ହେବ ଏବଂ ଆସନ୍ତାକାଲି ରାତିରେ ପୁରୀ – ସାଗରଦୀପ ମଧ୍ୟରେ ଭିତରକନିକା ଏବଂ ଧାମରା ନିକଟରେ ସ୍ଥଳଭାଗ ଅତିକ୍ରମ କରିବ।

ପ୍ରଭାବ ରେ ଆଜି ଉତ୍ତର ଓଡ଼ିଶା ର କିଛି ଅଞ୍ଚଳ ରେ ବାତ୍ୟା ର ବାହ୍ୟ ବାଦଲ ପ୍ରଭାଵ ରେ ଅଳ୍ପ ବର୍ଷା ଆରମ୍ଭ ହୋଇଛି। ଆଜି ରାତି ରେ ଉପକୂଳ ଓଡ଼ିଶା ର କେତେକ ଅଞ୍ଚଳ ରେ ବର୍ଷା ସମ୍ଭାବନା ରହିଛି କିଛି ଅଞ୍ଚଳ ରେ ପ୍ରବଳ ବର୍ଷା ହୋଇପାରେ।
୨୪ -୨୫ ତାରିଖ ରେ ଉତ୍ତର ଉପକୂଳ ଓଡ଼ିଶା ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର,କଟକ, ମୟୂରଭଞ୍ଜ, ଯାଜପୁର, କେଉଁଝର ଜିଲ୍ଲାରେ ପ୍ରବଳ ବର୍ଷା ସହ କିଛି ଅଞ୍ଚଳ ରେ ଅତ୍ୟନ୍ତ ପ୍ରବଳ ବର୍ଷା (୨୦ସେମି +) ହୋଇପାରେ। ସେହିପରି ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, ଅନୁଗୁଳ, ଢ଼େଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ସହ କିଛି ଅଞ୍ଚଳ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା (୧୨-୨୦ସେମି ) ସମ୍ଭାବନା ରହିଛି। ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶାର ଅନେକ ଅଞ୍ଚଳ ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ପବନ – ଆଜି ରାତି ରୁ ଉପକୂଳ ଓଡ଼ିଶା ସଂଲଗ୍ନ ସମୁଦ୍ର ରେ ୪୦କିମି/ ଘଣ୍ଟା ପବନ ବହିବାର ସମ୍ଭାବନା ରହିଛି ଓ ଆସନ୍ତାକାଲି ସକାଳେ ଧିରେଧିରେ ଏହା ବୃଦ୍ଧି ପାଇବାର ସମ୍ଭାବନା। ଏହାପରେ ୨୪ ସନ୍ଧ୍ୟା ରୁ ଉପକୂଳ ରେ ପବନ ର ବେଗ ୯୦-୧୦୦କିମି/ ଘଣ୍ଟା ରହିବାର ସମ୍ଭାବନା ରହିଛି ଓ ଉତ୍ତର ଉପକୂଳ ଓଡ଼ିଶା ରେ ପବନ ର ବେଗ ସ୍ଥଳଭାଗ ଛୁଇଁବା ସମୟରେ ୧୦୦-୧୧୦କିମି / ଘଣ୍ଟା ବହିବାର ସମ୍ଭାବନା ରହିଛି ଓ ୨୫ ତାରିଖ ସକାଳ ପରେ ପବନ ର ବେଗ ହ୍ରାସ ପାଇବ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ ତେଣୁ ୨୬ ତାରିଖ ଯାଏଁ ସମୁଦ୍ର କୁ ଯିବା ମନା।

ଅଧ୍ୟାପକ- ସାର୍ଥକ ମିଶ୍ର

Leave A Reply

Your email address will not be published.