ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ବାତ୍ୟା ପାଇଁ ଶୁକ୍ରବାର କନ୍ଧମାଳ ଜିଲ୍ଲାରେ ସମସ୍ତ ସ୍କୁଲ ବନ୍ଦ

0

କନ୍ଧମାଳ: ଆସନ୍ତାକାଲି କନ୍ଧମାଳ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକ ବନ୍ଦ ରହିବ। ଏନେଇ ଆଜି ଜିଲ୍ଲାର ସମସ୍ତ ବିଇଓ, ପ୍ରଧାନଶିକ୍ଷକମାନଙ୍କୁ ଚିଠି ଲେଖିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ।ଶୁକ୍ରବାର କନ୍ଧମାଳ ଜିଲାରେ ବନ୍ଦ ରହିବ ସ୍କୁଲ। ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଜିଲା ଶିକ୍ଷାଧିକାରୀ ସ୍କୁଲ ବନ୍ଦ ଘୋଷଣା କରିଛନ୍ତି। ଏହା ପୂର୍ବରୁ ରାଜ୍ୟ ସରକାର ୧୪ ଜିଲାରେ ୨୩ରୁ ୨୫ ଯାଏ ସ୍କୁଲ ଛୁଟି ଘୋଷଣା କରିଥିଲେ। ସେହି ଜିଲାଗୁଡିକ ହେଉଛି ଗଞ୍ଜାମ, ପୁରୀ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା,ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼ ଓ କଟକ। ଏହି ସବୁ ଜିଲାରେ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ।

ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ମୁହାଁ ହେଉଛି ‘ଦାନା’। ଗତ ୬ ଘଣ୍ଟାରେ ୧୦ କିମି ବେଗରେ ଗତି କରୁଛି। ପାରାଦୀପର ଦକ୍ଷିଣପୂର୍ବକୁ ୧୫୦ କିମି ଏବଂ ଧାମରାର ଦକ୍ଷିଣ ଦକ୍ଷିଣ-ପୂର୍ବର ୧୮୦ କିମି ଦୂରରେ ବାତ୍ୟା ରହିଛି। ସେହିପରି ସାଗର ଦ୍ବୀପର ଦକ୍ଷିଣକୁ ୨୫୦ କିମି ଦୂରରେ ରହିଛି। ଆଜି ମଧ୍ୟରାତି ଓ କାଲି ସକାଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ। ଭିତରକନିକା ଓ ଧାମରା ପାଖରେ ଲ୍ୟାଣ୍ଡଫଲ କରିବା ନେଇ ଆକଳନ କରାଯାଉଛି।

Leave A Reply

Your email address will not be published.