ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟର ଗିରଫ

0

ଦିଲ୍ଲୀ: ଅଡୁଆରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ, ପ୍ୟାନ ଇଣ୍ଡିଆ କାର୍ଯ୍ୟାନୁଷ୍ଠାନରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ଜଣ ସୁଟରଙ୍କୁ ଗିରଫ କରିଛି। ଏହି ୭ଜଣ ସୁଟରଙ୍କୁ ପଞ୍ଜାବ ଏବଂ ଏହାର ଆଖପାଖ ରାଜ୍ୟରୁ ପୋଲିସ ଗିରଫ କରିଛି। ସ୍ପେଶାଲ ସେଲ ଟିମ ମଧ୍ୟ ଏମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଉଦ୍ଧାର କରିଛି।

ସାମ୍ପ୍ରତିକ ଘଟଣାକୁ ଆଧାର କରି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ବିରୋଧରେ ପାନ ଇଣ୍ଡିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ସ୍ପେଶାଲ ସେଲ ଦ୍ୱାରା ଗିରଫ ହୋଇଥିବା ୭ଜଣ ସୁଟରଙ୍କୁ ବାବା ସିଦ୍ଦିକୀଙ୍କ ମାମଲାରେ ପଚରାଉଚରା କରାଯାଇପାରିବ। ବାବା ସିଦ୍ଦିକୀଙ୍କ ହତ୍ୟା ପରେ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ ସାରା ଦେଶରେ ସକ୍ରିୟ ହୋଇ ଲରେନ୍ସ ବିଷ୍ଣୋଇଙ୍କ ବିଭିନ୍ନ ସ୍ଥାନ ଉପରେ କ୍ରମାଗତ ଭାବେ ଟାର୍ଗେଟ କରୁଛି। ସ୍ପେଶାଲ ସେଲ ଦ୍ୱାରା ଗିରଫ ହୋଇଥିବା ୭ଜଣ ସୁଟରଙ୍କୁ ପ୍ରାଥମିକ ପଚରାଉଚରା କରାଯାଉଛି।

ସୂଚନାଯୋଗ୍ୟ, ଅକ୍ଟୋବର ୧୨ରେ, ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକୀଙ୍କୁ ମହାରାଷ୍ଟ୍ରର ମୁମ୍ବାଇରେ କିଛି ଅଜ୍ଞାତ ବ୍ୟକ୍ତି ଗୁଳି କରି ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡ ପରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ନାମ ପ୍ରକାଶ ପାଇଥିଲା। ଗତ ବୁଧବାର ମୁମ୍ବାଇ ପୋଲିସ ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରିଥିଲା। ବାବା ସିଦ୍ଦିକୀ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ମୋଟ ୧୪ଜଣଙ୍କୁ ଗିରଫ କରାଯାଇଛି।

Leave A Reply

Your email address will not be published.