ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ମଠ ମନ୍ଦିର ସୁରକ୍ଷା ପାଇଁ ଆସୁଛି ‘ଦେବାଳୟ ଯୋଜନା’

0

ଭୁବନେଶ୍ବର:ଆଉ ଏକ ନୂଆ ଯୋଜନା ଆଣିବାକୁ ଯାଉଛି ବିଜେପି ସରକାର। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୋମବାର ଏହି ଯୋଜନା ବିଷୟରେ ସୂଚନା ଦେଇଛନ୍ତି। ଏହି ଯୋଜନା ଧର୍ମ ପୀଠ ଯେମିତି ମଠ ଓ ମନ୍ଦିରର ସୁରକ୍ଷା ପାଇଁ ରହିବ। ଏହାର ନାମ ରହିଛି ‘ଦେବାଳୟ ଯୋଜନା’।

ଯୋଜନା ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ, ପୂର୍ବ ସରକାରରେ ଅବଢ଼ା ଯୋଜନା ନାଁରେ କେବଳ ମରାମତି କଥା ଥିଲା। ମରାମତି, ରକ୍ଷଣାବେକ୍ଷଣ, ପରିଚାଳନା ସମସ୍ୟା ସମାଧାନ ଏହି ଯୋଜନାରେ ସବୁ ରହିଛି। ବିଶେଷକରି ‘ଓଡ଼ିଶାର ସଂସ୍କୃତି ଯେଉଁ ମଠ ମନ୍ଦିର ସହ ଜଡ଼ିତ, ତା’ର ସୁରକ୍ଷା ଆମର ପ୍ରାଥମିକତା ବୋଲି ମନ୍ତ୍ରୀ କହିଛନ୍ତି।

ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଥିବା ମଠମନ୍ଦିର ଗୁଡ଼ିକର ସୁରକ୍ଷା,ରକ୍ଷଣାବେକ୍ଷଣ ଓ ପରିଚାଳନା ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଏକ ନୂଆ ଯୋଜନା ଆଣିବାକୁ ଯାଉଛନ୍ତି। ମନ୍ଦିର ଓ ମଠର ପରିଚାଳନା ଦୃଷ୍ଟିକୋଣରୁ ଯେଉଁସବୁ ସମସ୍ୟା ଓ ସହାୟତା କଥା ଆସୁଛି ସେଦିଗରେ ଗଭୀର ଭାବେ ଚିନ୍ତା କରାଯାଉଛି। ଯେଉଁସବୁ ଦିଗ ଦୀର୍ଘଦିନ ଧରି ଅବହେଳିତ ହୋଇ ରହିଛି ତାକୁ ଗୁରୁତ୍ୱ ଦିଆଯିବ। ସେହିପରି ଏହି ଯୋଜନାକୁ ନେଇ ଆଲୋଚନା ହେବା ସହ ବ୍ଲୁପ୍ରିଣ୍ଟ କରାଯାଉଥିବା ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.