ପ୍ରମୁଖ ଖବର

ରାଜ୍ୟପାଳଙ୍କ ପୋଲିସ୍ ଏଡିସି ହେଲେ ଆଇପିଏସ୍ ଅନୁଗୁ ଶିବା ମାରୁତି ରେଡ୍ଡୀ
ଶ୍ରୀମନ୍ଦିରରେ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ
କଲୁଙ୍ଗା ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ରାସ୍ତାକୁ ଆସିଲେ ଗୃହବନ୍ଦୀ କରିବାକୁ ଧମକ ଦେଉଛନ୍ତି ଶୁଭେନ୍ଦୁ : ମମତା
ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ
ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ, ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ
ଆଉ ଅଧିକ ଦାୟିତ୍ୱ ନେଇପାରିବିନି’,- ଗଡ଼କରୀଙ୍କ ବୟାନ ପରେ ଅବସର ଚର୍ଚ୍ଚା
ଆମେରିକାର ଆର୍ଥିକ ଚାପର ଜବାବ, ହର୍ମୁଜରେ ଜାହାଜଠାରୁ ଶୁଳ୍କ ନେବ ଇରାନ

ସୌରଶକ୍ତିକୁ ନେଇ ଟିପିସିଓଡିଏଲ୍ ପକ୍ଷରୁ ସୋଆରେ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

0

ଭୁବନେଶ୍ୱର, ନଭେମ୍ବର ୨: ଶକ୍ତି ଉତ୍ପାଦନ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ କରିବା କ୍ଷେତ୍ରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ‘ଗ୍ରୀଡ୍ କନେକ୍ଟେଡ୍ ରୁଫ୍ ଟପ୍ ସୋଲାର ସିଷ୍ଟମ୍‌’ ଉପରେ ଏକ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗତ ଅକ୍ଟୋବର ୨୮ ଓ ୨୯ ତାରିଖରେ ଆୟୋଜିତ ହୋଇଯାଇଛି।

ଟାଟା ପାୱାର ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ପ୍ରାୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଛି କେନ୍ଦ୍ର ସରକାରଙ୍କ ‘ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜ୍‌ଲି ଯୋଜନା’ କାର୍ଯ୍ୟକ୍ରମକୁ ସଫଳ କରିବା। ଏହାର ମୂଳ ଲକ୍ଷ୍ୟ ହେଉଛି ସାରା ଦେଶରେ ସବୁଜ ଶକ୍ତିକୁ ପ୍ରୋତ୍ସାହନ ଦେଇ ସୌରଶକ୍ତିରୁ ବିଦ୍ୟୁତ୍ ଉତ୍ପାଦନ କରିବା।

ନ୍ୟୁ ଆଣ୍ଡ ରିନ୍ୟୁବଲ୍ ଏନର୍ଜି (ଏମ୍‌ଏନ୍‌ଆରଇ) ମନ୍ତ୍ରଣାଳୟ ପକ୍ଷରୁ ମନୋନୀତ ନ୍ୟାସ୍‌ନାଲ୍ ପାୱାର ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍ (ଏନ୍‌ପିଟିଆଇ) ସହଭାଗିତାରେ ଓଡ଼ିଶାରେ ଏହି ପ୍ରଶିକ୍ଷଣ କାର୍ଯ୍ୟ କରାଯାଉଛି। ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ରେ ଏହା ଆୟୋଜିତ ହୋଇଥିଲା।

କର୍ମଶାଳାର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଆଇଟିଇଆର୍‌ର ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ପ୍ରଫେସର ରେଣୁ ଶର୍ମା, ଓଡ଼ିଶା ଡିଷ୍ଟକମ୍‌ସ ଏଲ୍ ଆଣ୍ଡ ଡି ମୁଖ୍ୟ ତଥା ସିନିୟର ଜେନେରାଲ ମ୍ୟାନେଜର (ଏଚ୍‌ଆର୍‌) ଶ୍ରୀ ବୁଦ୍ଧିଶ କୁମାର ବେହେରା ଏବଂ ଦୁର୍ଗାପୁର ସ୍ଥିତ ଏନ୍‌ପିଟିଆଇର ଡେପୁଟି ଡାଇରେକ୍ଟର ଶ୍ରୀ ମୋତିଲାଲ୍ ସେନାପତି ଉପସ୍ଥିତ ଥିଲେ।

Leave A Reply

Your email address will not be published.