ପ୍ରମୁଖ ଖବର

କ୍ୟାପିଟାଲ ହସ୍ପିଟାଲରେ ବଢିବ ଆଇସିୟୁ ବେଡ୍
ଡିସେମ୍ବରରେ ପୁଣି ୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ
ବାୟୁ ପ୍ରଦୂଷଣ ପାଇଁ ଦିଲ୍ଲୀରେ ସ୍କୁଲ କଲେଜ ବନ୍ଦ
ଚୋରା ଚାଲାଣ ବଳେ ଓଲଟିଲା ଭ୍ୟାନ, ନିଆଁ ଲାଗି ଗୋରୁ ଜୀବନ୍ତ ଦଗ୍ଧ
ଦେଶର ନାଗରିକଙ୍କୁ ପ୍ରଦୂଷଣମୁକ୍ତ ପରିବେଶରେ ରଖିବା ସରକାରଙ୍କ ଦାୟିତ୍ୱ, ସୁପ୍ରିମକୋର୍ଟ
ଗିରଫ ହେଲେ ବ୍ରହ୍ମପୁର ଡିଭିଜନର ଡେପୁଟି ଜେନେରାଲ ମ୍ୟାନେଜର ସୁବାସ ଚନ୍ଦ୍ର ପଣ୍ଡା
୨୬ରେ ବିଧାନସଭା ଶୀତକାଳୀନ ଅଧିବେଶନ, ୨୫ରେ ହେବେ ସର୍ବଦଳୀୟ ବୈଠକ

ବିଜେଡି କାଉନ୍‌ସିଲରଙ୍କ ଘରୁ ୪ ମାସର ଶିଶୁ ପୁତ୍ର ଉଦ୍ଧାର

0

ରେମୁଣା: ବିଜେଡି କାଉନ୍‌ସିଲରଙ୍କ ଘରୁ ଶିଶୁ ପୁତ୍ର ଉଦ୍ଧାର। ବାଲେଶ୍ଵର ଜିଲା ରେମୁଣାର ଜଣେ ବିଜେଡି କାଉନସିଲରଙ୍କ ଘରୁ ୪ ମାସର ଶିଶୁପୁତ୍ର ଉଦ୍ଧାର ହୋଇଛି। କାଉନସିଲରଙ୍କ ଭଉଣୀ ଉକ୍ତ ଶିଶୁପୁତ୍ରକୁ ଘରେ ଲୁଚାଇ ରଖିଥିବା ଅଭିଯୋଗ ହୋଇଥିଲା। ଚାଇଲ୍ଡଲାଇନ ଅଧିକାରୀ ଓ ପୁଲିସ୍‌ ବିଜେଡି କାଉନ୍‌ସିଲରଙ୍କ ଘରେ ଚଢ଼ଉ କରି ଶିଶୁ ପୁତ୍ରକୁ ଉଦ୍ଧାର କରିଛନ୍ତି।

ଉକ୍ତ ଅଞ୍ଚଳର ଜଣେ ପୂର୍ବତନ ସରପଞ୍ଚ ଏ ସମ୍ପର୍କରେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ଜିଲାପାଳ ଉକ୍ତ ଶିଶୁପୁତ୍ରକୁ ଉଦ୍ଧାର କରିବା ଲାଗି ଚାଇଲ୍ଡଲାଇନକୁ ନିର୍ଦେଶ ଦେଇଥିଲେ। ଜିଲାପାଳଙ୍କ ନିର୍ଦେଶକ୍ରମେ ଚାଇଲ୍ଡଲାଇନ ପକ୍ଷରୁ ପୁଲିସ ସହାୟତାରେ କାଉନସିଲରଙ୍କ ଘରୁ ଚଢ଼ାଉ କରି ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଜି ଚାଇଲ୍ଡଲାଇନ ଅଧିକାରୀ ଓ ରେମୁଣା ଥାନା ଅଧିକାରୀ ବିଜେଡି କାଉନ୍‌ସିଲର ପାନମଣୀଙ୍କ ଘରେ ଚଢ଼ଉ କରିଥିଲେ। ହେଲେ ସେତେବେଳେ ପାନମଣୀ ଘରେ ନଥିଲେ। ତେବେ ତାଙ୍କ ଝିଅ ତୁଳସୀ ପାଖରେ ୪ ମାସର ଶିଶୁ ପୁତ୍ର ଥିବା ଦେଖିବାକୁ ପାଇଥିଲେ। ଛୁଆ କାହାର ? କେଉଁଠୁ ଆଣିଲ ? ଏମିତି ନାନା ପ୍ରଶ୍ନ ପଚାରିଥିଲେ ଚାଇଲ୍ଡଲାଇନ ଅଧିକାରୀ ଓ ପୋଲିସ୍‌। ଜବାବରେ ତୁଳସୀ କହିଥିଲେ, ଆମେ ପୁଅକୁ ପୋଷ୍ୟ ସନ୍ତାନ କରିଛୁ। ହେଲେ ପୋଷ୍ୟ ସନ୍ତାନ ପାଇଁ ଆବଶ୍ୟକ ହେଉଥିବା କୌଣସି କାଗଜପତ୍ର ଦେଖାଇ ପାରିନଥିଲେ। ତେଣୁ ଚାଇଲ୍ଡଲାଇନ ଅଧିକାରୀ ଶିଶୁ ପୁତ୍ରକୁ ଉଦ୍ଧାର କରି ନିଜ ହେପାଜତରେ ରଖିଛି।

Leave A Reply

Your email address will not be published.