ପ୍ରମୁଖ ଖବର

କେରଳରେ ପରିବର୍ତ୍ତନର ଲହରୀ, ୟୁଡିଏଫ ଫେରିଲା କ୍ଷମତାକୁ
ଆସାମରେ ହିମନ୍ତଙ୍କ ଐତିହାସିକ ବିଜୟ
କଲକାତାରେ ଭୋଟ ଗଣନା ମଧ୍ୟରେ ସେଲିବ୍ରେସନ ନିଷେଧ
ହାରିଲେ କଂଗ୍ରେସ ମୁଖିଆ ଗୌରବ ଗୋଗୋଇ
ଯାଜପୁରରେ ଭୟାବହ ସଡ଼କ ଦୁର୍ଘଟଣା, ୫ ମୃତ
ଓଡ଼ିଶାରେ ନୌକା ସୁରକ୍ଷା କଠୋର, ଲାଇଫ୍ ଜାକେଟ୍ ବାଧ୍ୟତାମୂଳକ

ଓଡିଶା ଇତିହାସ ଉପରେ ହେବ ଗବେଷଣା : ଆଇନ ମନ୍ତ୍ରୀ

0

ଭୁବନେଶ୍ବର: ଓଡିଶା ଇତିହାସ ଉପରେ ହେବ ଗବେଷଣା। ଗବେଷଣା କହିବ, ଓଡିଶା ଇତିହାସର ଗାଥା। କ’ଣ ରହିଛି ଓଡିଶାର ପ୍ରକୃତ ଇତିହାସ। ଓଡ଼ିଆ ବରପୁତ୍ରଙ୍କ ଓ ଓଡ଼ିଶାର ପ୍ରକୃତ ଇତିହାସ ଜାଣିବାକୁ ଗବେଷଣା ହେବା ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ଆଜି ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ, ଓଡ଼ିଶାର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ମହାନ ବିପ୍ଳବୀ ଶହୀଦ ଜୟୀ ରାଜଗୁରୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ସାରା ଦେଶ ଯେତେବେଳେ ଇଂରେଜମାନଙ୍କ ଦ୍ୱାରା ଶାସିତ ହୋଇ ଅତ୍ୟାଚାରର ଶିକାର ହେଉଥିଲା ସେତେବେଳେ ଏ ଜାତିର ବୀର ପାଇକମାନଙ୍କୁ ଏକାଠି କରି ଜୟୀ ରାଜଗୁରୁ ଇଂରେଜମାନଙ୍କ ବିରୋଧରେ ଯେଉଁ ସଂଗ୍ରାମ ଆରମ୍ଭ କରିଥିଲେ ତାହା ସାରା ଇଂରେଜ ଶାସନକୁ ହତବାକ୍‌ କରିଦେଇଥିଲା। ତେଣୁ ଏହି ବୀରତ୍ୱର ଗାଥାକୁ ଯୁବପିଢ଼ି ପଢ଼ିବା ଜରୁରୀ ବୋଲି କହି ଏହି ମନ୍ତବ୍ୟ ରଖିଛନ୍ତି ମନ୍ତ୍ରୀ।

ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ଇତିହାସକୁ ନେଇ ଏପର୍ଯ୍ୟନ୍ତ କୌଣସି ଗବେଷଣା ହୋଇନାହିଁ, ଯାହାକି ଦୁର୍ଭାଗ୍ୟଜନକ। ତେଣୁ ଆଗକୁ ଓଡିଶାର ପ୍ରକୃତ ଇତିହାସ ଏବଂ ଓଡିଆ ବରପୁତ୍ରଙ୍କ ଇତିହାସ ବିଷୟରେ ଗବେଷଣା ହେବ। ଏଥିପାଇଁ ବିଶ୍ୱବିଦ୍ୟାଳୟର ଏକ ଚେୟାର ବରପୁତ୍ରଙ୍କ ନାଁରେ ପ୍ରତିଷ୍ଠା କରାଯାଇ ଗବେଷଣା କରାଯିବ। ଏଥିସହିତ ଓଡ଼ିଶାର ଏକ ପ୍ରମୁଖ ରାସ୍ତାକୁ ବରପୁତ୍ର ଜୟୀ ରାଜଗୁରୁଙ୍କ ନାଁରେ ନାମିତ କରାଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ।

Leave A Reply

Your email address will not be published.