ପ୍ରମୁଖ ଖବର

ପୁଲିସ ଏନକାଉଣ୍ଟରରେ ଜଣେ ମାଓବାଦୀ ନିପାତ, ଗୁରୁତର ଯବାନ ଡାକ୍ତରଖାନାରେ ଭର୍ତ୍ତି
ମଦ ଦୁର୍ନୀତି ମାମଲାରେ ଶୁଣାଣି ସ୍ଥଗିତ ରଖିବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ
ବାୟୁ ପ୍ରଦୂଷଣ ଯୋଗୁଁ ବଦଳିଲା ସରକାରୀ କର୍ମଚାରୀଙ୍କ ଯିବା ଆସିବା ସମୟ
୬ମାସ ବଢିଲା ରାଜ୍ୟର ୩ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ
ଓଡ଼ିଶାରେ ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱ ବିଦ୍ୟାଳୟ
ପଳାଶୁଣି ଛକରେ ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରକ
ପାକିସ୍ତାନରେ ଆତଙ୍କୀ ହମଲା; ୩୮ ମୃତ, ୨୯ ଆହତ
ଖଣ୍ଡଗିରି ବାରିସ୍ଥିତ ବିବାଦୀୟ ବୈକୁଣ୍ଠଧାମ୍‌ ଆଶ୍ରମ ଶୁକ୍ରବାର ଦିନ ପୂର୍ବାହ୍‌ଣରେ ଭଙ୍ଗାଯିବ, ବୈକୁଣ୍ଠଧାମ ଆଶ୍ରମ ଭାଙ୍ଗିବା ନେଇ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଘୋଷଣା କରିଛି
ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ: ବନ୍ଧା ହେଲେ ୧୦ ଅଭିଯୁକ୍ତ
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଖାଦ୍ୟ ଯୋଗାଣ ଅଧିକାରୀ (ସିଏସ୍‌ଓ) ସୁରେଶ କୁମାର ପାଣିଗ୍ରାହୀଙ୍କୁ ଗିରଫ କରିଛି ଭିଜିଲାନ୍ସ

ଓଡ଼ିଶାରେ ଅଗ୍ନିଶମ ସେବାର ଆଧୁନିକୀକରଣ ପାଇଁ କେନ୍ଦ୍ର ସରକାର ଦେବେ ୨୦୧.୧୦କୋଟି

0

ନୂଆଦିଲ୍ଲୀ: ରାଜ୍ୟରେ ଅଗ୍ନିଶମ ବାହିନୀକୁ ଆହୁରି ସଶକ୍ତ କରିବାକୁ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ସହ ୩ଟି ରାଜ୍ୟ ପାଇଁ ମୋଟ ୭୨୫.୬୨ କୋଟି ମଞ୍ଜୁରୀ କରିଛନ୍ତି। ରାଜ୍ୟରେ ଅଗ୍ନିଶମ ସେବାର ଆଧୁନିକୀକରଣ ପାଇଁ କେନ୍ଦ୍ର ସରକାର ଦେବେ ୨୦୧.୧୦କୋଟି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟି ବୈଠକରେ ଓଡ଼ିଶା, ଛତିଶଗଡ଼ ଓ ପଶ୍ଚିମବଙ୍ଗରେ ଅଗ୍ନିଶମ ସେବାର ଆଧୁନିକୀକରଣ ଓ ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାର ମୋଟ ୭୨୫.୬୨କୋଟି ଟଙ୍କା ଅନୁମୋଦନ କରିଛନ୍ତି। ରାଜ୍ୟରେ ବିପର୍ଯ୍ୟୟର ସଠିକ ମୁକାବିଲା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

କେନ୍ଦ୍ର ସରକାର ‘ରାଜ୍ୟଗୁଡ଼ିକରେ ଅଗ୍ନିଶମ ସେବାର ସମ୍ପ୍ରସାରଣ ଓ ଆଧୁନିକୀକରଣ’ ଯୋଜନାରେ ଏନଡିଆରଏଫ ଅଧୀନରେ ୫ହଜାର କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଭାରତରେ ବିପର୍ଯ୍ୟୟ ବିପତ୍ତି ହ୍ରାସ ପ୍ରଣାଳୀକୁ ସୁଦୃଢ଼ କରିବା ଓ ବିପର୍ଯ୍ୟୟବେଳେ ଧନଜୀବନ ହାନିକୁ ହ୍ରାସ ନିମନ୍ତେ ମଧ୍ୟ ମନ୍ତ୍ରଣାଳୟ ପଦକ୍ଷେପ ନେଇଛନ୍ତି।

ଅଗ୍ନିଶମ ସେବାର ଆଧୁନିକୀକରଣ ଓ ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ୨୦୧.୧୦କୋଟି, ଛତିଶଗଡ଼କୁ ୧୪୭.୭୬କୋଟି ଓ ପଶ୍ଚିମବଙ୍ଗକୁ ୩୭୬.୭୬କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଏହା ପୂର୍ବରୁ କେନ୍ଦ୍ର ସରକାର ୧୫ ରାଜ୍ୟ ପାଇଁ ୨୫୪୨.୧୨କୋଟି ଟଙ୍କା ମଞ୍ଜୁର କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଚଳିତବର୍ଷ ଏସଡିଆରଏଫରୁ ୨୬ଟି ରାଜ୍ୟକୁ ୧୪,୮୭୮.୪୦ କୋଟି ଟଙ୍କା ଓ ଏନଡିଆରଏଫରୁ ୧୫ଟି ରାଜ୍ୟକୁ ୪୬୩୭ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

Leave A Reply

Your email address will not be published.