ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭାଷଣ ଦେବାବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

0

ବଲାଙ୍ଗିର: ପିଲାଙ୍କ ଆଗରେ ଶିଶୁ ଦିବସ ଅବସରରେ ଭାଷଣ ଦେଉ ଦେଉ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ। ଭାଷଣ ଦେବାବେଳେ ଅଚାନକ ଟଳିପଡିଲେ। ପରେ ଡାକ୍ତରଖାନା ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁରେଇକେଲା ବ୍ଲକ ପଲ୍ଲୀବିକାଶ ପଞ୍ଚାୟତ ହାଇସ୍କୁଲରେ। ଶିଶୁ ଦିବସ ଅବସରରେ ପଲ୍ଲୀବିକାଶ ପଞ୍ଚାୟତ ହାଇସ୍କୁଲରେ ଆୟୋଜିତ ସଭାରେ ପ୍ରଧାନଶିକ୍ଷକ ପର୍ଶୁରାମ ଦାସ ଭାଷଣ ଦେଉଥିଲେ। ହେଲେ କିଏ ଜାଣିଥିଲା, ସେଠି ତାଙ୍କ ମୃତ୍ୟୁ ଜଗି ବସିଥିବ। ଭାଷଣ ଦେଉ ଦେଉ ହଠାତ୍‌ ତଳେ ପଡ଼ିଯାଇଥିଲେ ପର୍ଶୁରାମ। ସଙ୍ଗେ ସଙ୍ଗେ ତାଙ୍କୁ ସହକର୍ମୀମାନେ ନିକଟସ୍ଥ ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିବା ବେଳେ ଘଟଣା ପରେ ମର୍ମାହତ ହୋଇପଡିଛନ୍ତି ପରିବାର ଲୋକେ ଏବଂ ସ୍କୁଲ କର୍ତ୍ତୃପକ୍ଷ।

Leave A Reply

Your email address will not be published.