ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

କରୋନା ପାଇଁ ହାତଖୋଲିଦେଲେ ଧର୍ମେନ୍ଦ୍ର

0
  • ଏଲପିଜି ବିତରଣ ସହ ସଂପୃକ୍ତ ବ୍ୟକ୍ତିଙ୍କ କରୋନା ଯୋଗୁଁ ମୃତ୍ୟୁ ଘଟିଲେ ୫ ଲକ୍ଷ ସହାୟତା
  • ସୋ-ରୁମ ଷ୍ଟାଫ୍‌, ଗୋଦାମ କିପର, ମେକାନିକ୍ ଓ ଡେଲିଭରି ବୟଙ୍କ ମୃତ୍ୟୁରେ ମିଳିବ ଟଙ୍କା
  • ଇଣ୍ଡିଆନ ଅଏଲ, ବିପିସିଏଲ ଏବଂ ଏଚପିସିଏଲ ଦ୍ୱାରା ନିଆଯାଇଥିବା ନିଷ୍ପତି ସ୍ୱାଗତଯୋଗ୍ୟ
  • ତୈଳ କମ୍ପାନୀ ଗୁଡିକର ପଦକ୍ଷେପ କର୍ମଚାରୀଙ୍କ ସୁରକ୍ଷାକୁ ମଜବୁ୍‌ତ୍ କରିବ
  • କର୍ମଚାରୀଙ୍କ ସୁରକ୍ଷା ଓ ସୁସ୍ଥତା ଆମ ପାଇଁ ପ୍ରାଥମିକତା ଓ ଗୁରୁତ୍ୱପୂର୍ଣ୍ଣ


ନୂଆଦିଲ୍ଲୀ: ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧୀନରେ ଥିବା ପିଏସୟୁ ପକ୍ଷରୁ
ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ୧୦୩୧.୨୯ କୋଟି ଟଙ୍କା ଦାନ କରାଯାଇଥିବା ବେଳେ ପିଏସୟୁର କର୍ମଚାରୀମାନେ ସେମାନଙ୍କ ଦରମାରୁ ଅତିରିକ୍ତ ୬୧ କୋଟି ଟଙ୍କା ଦାନ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି। ବର୍ତମାନ ସୁଦ୍ଧା ଗୋଟିଏ ଦିନରେ ମୋଟ ୧୦୯୨.୨୯ ସର୍ବାଧିକ ଟଙ୍କା ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ପ୍ରଦାନ କରାଯାଇଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।
ଏ ନେଇ ଶ୍ରୀ ପ୍ରଧାନ ପ୍ରଶଂସା କରିବା ସହ ଟ୍ୱିଟ୍ କହିଛନ୍ତି ଯେ ବିଶ୍ୱ ଯେତେବେଳେ ସବୁଠୁ ବଡ ବିପଦର ସମ୍ମୁଖୀନ ହୁଏ, ସେତେବେଳେ ଲୋକମାନଙ୍କ ପାଇଁ ତୈଳ ଏବଂ ଗ୍ୟାସ ପିଏସୟୁର ଏଭଳି ପ୍ରତିବଦ୍ଧତା ମୋତେ ବିସ୍ମିତ କରିଛି ଓ ଏହି ପରିବାରର ଅଂଶ ହୋଇଥିବାରୁ ମୁଁ ଗର୍ବିତ। ଅପରପକ୍ଷରେ ଏଲପିଜି ବିତରଣ ସମୟରେ କରୋନା ସଂକ୍ରମଣ ବା ପ୍ରଭାବରେ କାର୍ଯ୍ୟରତ କର୍ମଚାରୀ ଯଥା ସୋ-ରୁମ ଷ୍ଟାଫ୍‌, ଗୋଦାମ କିପର, ମେକାନିକ୍ ଓ ଡେଲିଭରି ବୟଙ୍କ ମୃତ୍ୟୁ ଘଟିଲେ ସେମାନଙ୍କୁ ସହାୟତା ସ୍ୱରୂପ ୫ ଲକ୍ଷ ଲେଖାଏଁ
ଟଙ୍କା ଦିଆଯିବ ବୋଲି ସୋମବାର ଦେଶର ତୈଳ ବିପଣନ କମ୍ପାନୀ ଆଇଓସିଏଲ, ବିପିସିଏଲ ଓ ଏଚପିସିଏଲ ପକ୍ଷରୁ ଘୋଷଣା କରାଯାଇଛି ।
ଏ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରିବା ସହ ଉଲ୍ଲେଖ କରିଛନ୍ତି ଯେ ଇଣ୍ଡିଆନ ଅଏଲ, ବିପିସିଏଲ ଏବଂ ଏଚପିସିଏଲ ଦ୍ୱାରା ନିଆଯାଇଥିବା ନିଷ୍ପତି ସ୍ୱାଗତଯୋଗ୍ୟ। ବର୍ତମାନ ସମୟରେ ଆମର ବ୍ୟକ୍ତିବିଶେଷଙ୍କ ଦ୍ୱାରା ଦିଆଯାଉଥିବା ସେବା ହିଁ ଆମର ପରିଚୟ । କର୍ମଚାରୀଙ୍କ ସୁରକ୍ଷା ଓ ସୁସ୍ଥତା ଆମ ପାଇଁ ପ୍ରାଥମିକତା ଓ ଗୁରୁତ୍ୱପୂର୍ଣ୍ଣ। ଏହି ସହାନୁଭୂତିଶୀଳ ପଦକ୍ଷେପ ଶ୍ରମିକଙ୍କ ସୁରକ୍ଷାକୁ ମଜବୁ୍‌ତ୍ କରିବା ସହ ସେମାନଙ୍କୁ ଭାରତ କରୋନା ଯୁଦ୍ଧରେ ଲଢିବାକୁ ସାହାଯ୍ୟ କରିବ।
ଶ୍ରୀ ପ୍ରଧାନ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଲକ୍ ଡାଉନରୁ ଏଲପିଜି ଯୋଗାଣକୁ ଅବ୍ୟାହତି ଦିଆଯାଇଛି । ଏଲପିଜି ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବାରୁ ଦେଶରେ ଓ ସମସ୍ତ ଉପଭୋକ୍ତାଙ୍କ ପାଖରେ ନିରନ୍ତର ଏଲପିଜି ଯୋଗାଣ ବଜାୟ ରଖିବା ପାଇଁ କର୍ମଚାରୀମାନେ ଏହି ସଙ୍କଟ ସମୟରେ କାର୍ଯ୍ୟରେ ଯୋଗଦେବାର ଆବଶ୍ୟକ ରହିଛି ।

Leave A Reply

Your email address will not be published.