ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ଅର୍ଥ ପାଇଁ ନବଜାତ ଶିଶୁ କନ୍ୟାକୁ ବିକ୍ରି କଲା ମା’

0

ରାୟଗଡ଼ା: ଅର୍ଥ ପାଇଁ ନିଜର ନବଜାତ ଶିଶୁ କନ୍ୟାକୁ ବିକ୍ର କଲା ଜନ୍ମକଲା ମାଆ। ୨୦ ହଜାର ଟଙ୍କା ମୂଲ୍ୟରେ ଶିଶୁ କନ୍ୟାଟିକୁ ବିକ୍ରି କରିଥିବା ସୂଚନା ରହିଛି। ଏଭଳି ଘଟଣା ସାମ୍ନାକୁ ଆସିଛି ରାୟଗଡ଼ା ଜିଲ୍ଲା ଜେକେପୁର ଚାନ୍ଦିଲି ଥାନା ଅନ୍ତର୍ଗତ ନୂଆପଡା ସାହିରେ। ତେବେ ଅର୍ଥାଭାବ ଯୋଗୁ ମାଆ ତାର ନବଜାତ ଶିଶୁକୁ ବିକ୍ରି କରିଥିବା କୁହାଯାଉଛି।

ମିଳିଥିବା ଖବର ମୁତାବକ, ମାଆ କୁମୁଦ ଗାଂଟା ଓ ବାପା ରାହୁଲ ଧାନବେଡ଼ ଜେକେପୁର ସ୍ଥିତ ଚାନ୍ଦିଲି ଥାନା ଅନ୍ତର୍ଗତ ନୂଆପଡା ସାହିରେ ରୁହନ୍ତି । ତାଙ୍କର ପୂର୍ବରୁ ଆଉ ଏକ କନ୍ୟା ସନ୍ତାନ ରହିଛି। ରାହୁଲ ଧାନବେଡ଼ ଦିନ ମଜୁରିଆ ଭାବେ କାମ କରୁଥିବାବେଳେ ଯାହା ରୋଜଗାର କରନ୍ତି ସେଥିରେ ତିନି ପ୍ରାଣୀ ଚଳିବା କାଠିକର ପାଠ ହୋଇଯାଉଛି। ତେଣୁ ସେ ତାଙ୍କର ନବଜାତ ଶିଶୁ କନ୍ୟାଟିକୁ ଜଣେ ବୁଲା ବିକାଳି କୁ ଦେଇଦେଇଥିବା କହିଛନ୍ତି ଉଭୟ ବାପା ଓ ମାଆ।

ଏହି ଘଟଣା ନେଇ ଖବର ପାଇବା ପରେ ସିଡବ୍ଲୁସି ର ଏକ ଟିମ୍ ତଦନ୍ତ ଆରମ୍ଭ କରିଥିବା ବେଳେ ସୋମବାର ବିକ୍ରି ହୋଇଥିବା ଶିଶୁକନ୍ୟାକୁ ଆଣି ସିଡବ୍ଲୁସିକୁ ହସ୍ତାନ୍ତର କରିବା ପାଇଁ କୁହାଯାଇଛି ।

Leave A Reply

Your email address will not be published.