ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ପୁଣି ମେଡିକାଲରୁ ଶିଶୁ ଚୋରି

0

ନୟାଗଡ଼: କିଛି ଦିନ ତଳେ ସମ୍ବଲପୁର ଜିଲା ଭୀମସାର ମେଡିକାଲରୁ ଶିଶୁ ଚୋରି ହୋଇଥିବାବେଳେ ଏବେ ନୟାଗଡ଼ରୁ ଆସିଛି ସମାନ ଅଭିଯୋଗ । ଶନିବାର ନୟାଗଡ଼ ଜିଲା ରଣପୁର ଥାନା ସୁନାଖଳା ସ୍ବାସ୍ଥ୍ୟକେନ୍ଦ୍ରରେ ନବଜାତ ଶିଶୁ ଚୋରି ଅଭିଯୋଗ ହୋଇଛି। ଶିଶୁ ଜନ୍ମ ପରେ ଗାଏବ କରାଯାଇଥିବା ଅଭିଯୋଗ ହୋଇଛି। ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ପରେ ଖବର ପାଇ ରାଜସୁନାଖଳା ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଜନ୍ମ ହେଉ ହେଉ ଓଟିରୁ ଶିଶୁ ଚୋରି। ବୋଲଗଡ଼ ଗୋଡ଼ଭଙ୍ଗା ଗାଁର ବିଜୟ କୁମାର ପରିଡ଼ାଙ୍କ ପତ୍ନୀ ସୁଧିସ୍ମିତା ପରିଡ଼ା ପ୍ରସବଜନିତ ଯନ୍ତ୍ରଣା ଭୋଗିବାରୁ ଗତକାଲି ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ l ଆଜି ସକାଳେ ତାଙ୍କୁ ଓଟିକୁ ନିଆଯାଇଥିଲା। ସେଠାରେ ତାଙ୍କର ଏକ ପୁଅ ଜନ୍ମ ହୋଇଥିଲା। ଉକ୍ତ ସମୟରେ ସୁଧିସ୍ମିତାଙ୍କ ନିକଟରେ ପରିବାର ଲୋକେ କେହି ନ ଥିଲେ। କିଛି ସମୟ ପରେ ପରିବାର ଲୋକେ ପହଞ୍ଚି ପ୍ରସବ ହୋଇ ସାରିଥିବା ଶୁଣିବାକୁ ପାଇଥିବା ବେଳେ ଛୁଆକୁ କିନ୍ତୁ ପାଇ ନ ଥିଲେ। ଛୁଆ ମେଡିକାଲରୁ ଗାଏବ ହୋଇ ସାରିଥିଲା।

ଏନେଇ ପରିବାର ଲୋକେ ହୋହଲ୍ଲା କରିବାକୁ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଏନେଇ ମେଡିକାଲ କର୍ତ୍ତୃପକ୍ଷ ମୁହଁ ଖୋଲୁ ନ ଥିବା ବେଳେ ସିସିଟିଭି ଯାଞ୍ଚ ଚାଲିଥିବା କହିଛନ୍ତି। ଏ ଘଟଣା ପରେ ସନ୍ଦେହରେ ଡାକ୍ତର ଓ କର୍ମଚାରୀ ରହିଛନ୍ତି। ବିଜୟଙ୍କ ମା’ ଶକୁନ୍ତଳାଙ୍କ ଅଭିଯୋଗ ଅନୁସାରେ ଶିଶୁକୁ ଗାଏବ କରି ଅନ୍ୟକୁ ବିକ୍ରି କରି ମୃତ ଦର୍ଶାଇ ଖସି ଯିବାକୁ ଉଦ୍ୟମ ହୋଇଛି କହି କାନ୍ଦି ପକାଇଛନ୍ତି। ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.