ପ୍ରମୁଖ ଖବର

ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷତା ଓ ଅଗ୍ରଗତିର ସ୍ମୃତିଚାରଣ
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍‌ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ନିଟ୍‌ ପରୀକ୍ଷାରେ ବିଫଳ ପରେ ଛାତ୍ରୀଙ୍କ ଆତ୍ମହତ୍ୟା
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍‌ ଓ ପାଂଶୁଲ ନିଟ୍‌-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍‌, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି

ଭବପ୍ରସାଦ ଦାସଙ୍କୁ ମିଳିଲା ଜାମିନ

0

ଯାଜପୁର: ବିରଜା ହାଟ ମାମଲାକୁ ନେଇ ଯାଜପୁରରେ ଶୁକ୍ରବାର ଯାଜପୁର ଜିଲା ଦୌରାଜଜ୍‌ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବପ୍ରସାଦ ଦାସଙ୍କୁ ୪ ମାମଲା ମଧ୍ୟରୁ ଗୋଟିଏ ମାମଲାରେ ଜାମିନ ମଞ୍ଜୁର କରିଛନ୍ତି। ଏହିଜାମିନ ମଞ୍ଜୁର ହୋଇଥିଲେ ମଧ୍ୟ ଲଲ ଜେଲ୍‌ରୁ ମୁକୁଳିପାରିବେ ନାହିଁ। କାରଣ ତାଙ୍କ ନାମରେ ପୂର୍ବରୁ ଆଉ ୩ ମାମଲା ବିଚାରାଧୀନ ରହିଛି। ଯାଜପୁର ପୋଲିସ ଲଲଙ୍କୁ ମାମଲା ନଂ.୪୭୧/୨୦୨୪ରେ ଗିରଫ କରି କୋର୍ଟଚାଲାଣ କରିଥିଲା। ଭବପ୍ରସାଦଙ୍କ ଓକିଲ ଶୁକ୍ରବାର ଏହି ମାମଲା ପାଇଁ ଜାମିନ୍‌ ଆବେଦନ କରିଥିବାବେଳେ ପୂର୍ବରୁ ଏହି ମାମଲାର ଅଭିଯୋଗକାରୀ ଥିବା ମଦନ ନାୟକ ନାମକ ଚାଷୀ କୋର୍ଟରେ ପହଞ୍ଚତ୍ ସତ୍ୟପାଠ ମାଧ୍ୟମରେ ମାମଲା ପ୍ରତ୍ୟାହାର ପାଇଁ ଜଣାଇଥିଲେ।

ସେପଟେ ଅଭିଯୋଗକାରୀ ମଦନ ନାୟକ ଏକ ସତ୍ୟପାଠ ଦାଖଲ କରିଥିବା ଜଣାପଡିଛି। ଏହି ସତ୍ୟପାଠ ଜରିଆରେ ଅଭିଯୋଗ ମିଥ୍ୟା ବୋଲି ଅଦାଲତକୁ ଦର୍ଶାଇଛନ୍ତି ଅଭିଯୋଗକାରୀ ମଦନ ମୋହନ। ତେବେ ଅନ୍ୟ ୩ଟି ମାମଲାର ବେଲ୍ ମିଳିବା ପରେ ଭବ ଜେଲରୁ ମୁକ୍ତି ପାଇବେ ବୋଲି କହିଛନ୍ତି ଭବଙ୍କ ଓକିଲ। କ୍ୟାନ୍ସରରେ ପୀଡ଼ିତ ଥାଇ ଭବଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ପକ୍ଷଙ୍କ ଓକିଲଙ୍କ ଦ୍ଵାରା ଦର୍ଶାଯାଇଥିଲା । ଏହାବ୍ୟତୀତ ଲଲଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନ ଥିବାରୁ ସେ ତାଙ୍କର ଚିକିତ୍ସା ପାଇଁ ୨୨ ତାରିଖରେ ମୁମ୍ବାଇ ଯିବାକୁ ଫ୍ଲାଇଟ୍‌ ଟିକେଟ୍‌ କରିଥିଲେ। ମାତ୍ର ପୋଲିସ ତାଙ୍କୁ ୨୧ତାରିଖ ମଧ୍ୟ ରାତ୍ରିରେ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ମାମଲାରେ ଜାମିନ୍‌ ଦିଆଯିବା ପାଇଁ ଓକିଲ ଯୁକ୍ତି ବାଢ଼ିଥିଲେ। ଏହି ଯୁକ୍ତିକୁ ଭିତ୍ତିକରି ଦୌରାଜଜ୍‌ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଭବପ୍ରସାଦ ଦାସ ୪ଟି ମାମଲାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ବେଳେ ଭବଙ୍କ ବେଲ୍ ପାଇଁ ଜିଲ୍ଲା ଦୌରାଜଜଙ୍କ ନିକଟରେ ଆବେଦନ କରାଯାଇଥିଲା। ହାଟ ଉପରେ ପରିବା ବ୍ୟବସାୟୀଙ୍କୁ ଗାଳି ଗୁଲଜ କରିବା ଟଙ୍କା ଛଡାଇ ନେଇଥିବା ପରିବା ବ୍ୟବସାୟୀ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ଏହି ଘଟଣାରେ ଭବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଟାଉନ୍ ଥାନା ପୋଲିସ। ସେପଟେ ୧୦ହାଜର ଟଙ୍କାର ବେଲ୍ ବଣ୍ଡ ଉପରେ ଭବଙ୍କୁ ପ୍ରଥମ ମାମଲାରେ ଜାମିନ ମିଳିଥିବା ବେଳେ କୌଣସି ସାକ୍ଷୀଙ୍କୁ ଧମକ ନଦେବାକୁ କିମ୍ବା କୌଣସି ପ୍ରକାରେ ପ୍ରଭାବିତ ନକରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିବା ସରକାରୀ ଓକିଲ କହିଛନ୍ତି।

Leave A Reply

Your email address will not be published.