ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ଦୂତୀ ଚାନ୍ଦଙ୍କ କାରକୁ ଧକ୍କା ଦେଲା ଟ୍ରକ

0

ମଧୁପାଟଣା: ଦୂତୀ ଚାନ୍ଦଙ୍କ କାରକୁ ଧକ୍କା ଦେଲା ଟ୍ରକ। କଟକ ମଧୁପାଟଣା ଥାନା ନିକଟ ବ୍ରିଜ ତଳ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଓଭରଟେକ୍ ବେଳେ ଦୂତୀ ଚାନ୍ଦଙ୍କ କାରକୁ ଧକ୍କାଦେଲା ଟ୍ରକ୍। ଦୂତି ସୁରକ୍ଷିତ ଥିବାବେଳେ ତାଙ୍କ କାର୍‌ କ୍ଷତିଗ୍ରସ୍ତ ହୋଇଛି । ଥାନାରେ ଅଭିଯୋଗ ପରେ ମଧୁପାଟଣା ପୋଲିସ ଟ୍ରକ ଚାଳକ କ୍ରିଷ୍ଣା ବୈଠାକୁ ଥାନାରେ ଅଟକ ରଖି ତଦନ୍ତ କରୁଛି।

ଅଭିଯୋଗ ଅନୁଯାୟୀ, ଦୂତି କୌଣସି କାର୍ଯ୍ୟକ୍ରମରେ ଯୋଗଦେଇ ଯାଜପୁରରୁ ଭୁବନେଶ୍ୱର ଅଭିମୁଖେ କାର୍‌ରେ ଆସୁଥିଲେ। ମଧୁପାଟଣା ନିକଟରେ ତାଙ୍କ କାରକୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ତାଙ୍କୁ ଦୁର୍ବ୍ୟବହାର କରି ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ ଧରିଲେ ଦୂତି। ଖବରପାଇ ମଧୁପାଟଣା ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରିବା ସହ ଚାଳକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଦୂତି ଚାନ୍ଦ ସୁରକ୍ଷିତ ଥିବା ବେଳେ ତାଙ୍କ କାର୍ କ୍ଷତିଗ୍ରସ୍ତ ହୋଇଛି। କାରକୁ ଧକ୍କା ଦେବା ସହ ଟ୍ରକ୍ ଡ୍ରାଇଭର ତାଙ୍କୁ ଗାଳିଗୁଳଜ ସହ ଦୁର୍ବ୍ୟବହାର କରିଥିବା ଥାନାରେ ଅଭିଯୋଗ କରିଛନ୍ତି ଦୂତି।

Leave A Reply

Your email address will not be published.