ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ରାଜ୍ୟର ସବୁ ଜିଲ୍ଲାରେ ଖୋଲିବ ସାଇବର ଥାନା : ମୁଖ୍ୟମନ୍ତ୍ରୀ

0

ପୁରୀ: ପୁରୀରେ ଥାନା ଉଦଘାଟନ ବେଳେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟର ସବୁ ଜିଲ୍ଲାରେ ଖୋଲିବ ସାଇବର ଥାନା। ପ୍ରତି ଥାନାକୁ ଦିଆଯିବ ୯ଟି ଲେଖାଏଁ ବାଇକ। ୨୦୨୬ ସୁଦ୍ଧା ମାଓ ମୁକ୍ତ ହେବ ଓଡ଼ିଶା। ଗୃହ ବିଭାଗରେ ଖାଲି ପଡ଼ିଥିବା ୧୦ ହଜାର ପଦ ପୂରଣ କରାଯିବ। ସେହିପରି ୫ ହଜାର ଗୃହରକ୍ଷୀଙ୍କୁ ନିଯୁକ୍ତି କରାଯିବା ନେଇ ଆଜି ୬୯ତମ ପୋଲିସ ଡ୍ୟୁଟି ମିଟର ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ପୁରୀ ଜିଲ୍ଲାର ତିନି ନୂଆ ଥାନା ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଟକ ପୋଲିସ ଡ୍ୟୁଟି ମିଟରେ ଯୋଗ ଦେବା ଅବସରରେ ଭର୍ଚୁଆଲ ମୋଡ୍‌ରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଉକ୍ତ ୩ ଥାନା ହେଲା ବଳଙ୍ଗା, ଅସ୍ତରଙ୍ଗ, ଡେଲାଙ୍ଗ ଥାନା। ସେହିପରି ବୃତ୍ତିଗତ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ଦକ୍ଷ ପ୍ରତିଯୋଗୀମାନଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କାର ଓ ଟ୍ରଫି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଡିଜି ୱାଇ.ବି ଖୁରାନିଆଙ୍କ ସମେତ ରାଜ୍ୟ ପୋଲିସ ବାହିନୀର ବହୁ ବରିଷ୍ଠ ଆଇପିଏସ ଓ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.