ପ୍ରମୁଖ ଖବର

ପୁରୀ ହୋଟେଲ୍‌ରୁ ଦୁଇ ମୃତଦେହ ଉଦ୍ଧାର: ଆତ୍ମହତ୍ୟା ସନ୍ଦେହ
ସ୍ୱାଧୀନତା ଦିବସ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଗଡ଼ିବ ସ୍ପେଶାଲ ଟ୍ରେନ୍
ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ବୈଷୟିକ କମିଟି ଗଠନ ହେବ: ନଗର ଉନ୍ନୟନ ମନ୍ତ୍ରୀ
ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ; ୧୦ ମୃତ୍ୟୁ ସନ୍ଦେହ
ପୋଲିସ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ

ଭୂକମ୍ପରେ ଥରିଲା ନେପାଳ

0

ନେପାଳ: ସକାଳୁ ସକାଳୁ ନେପାଳରେ ଭୂକମ୍ପ ଝଟକା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୮ ରେକର୍ଡ କରାଯାଇଛି। ଭାରତୀୟ ସମୟାନୁସାରେ ଆଜି ଭୋର ପ୍ରାୟ ୩ଟା ୫୯ ମିନିଟରେ ଏହି ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା।

ସୂଚନା ଅନୁସାରେ, ନେପାଳ ଜୁଲ୍ମା ଜିଲ୍ଲାରେ ୧୦ କିଲୋମିଟର ଗଭୀରତାରେ ଏହାର କେନ୍ଦ୍ରସ୍ଥଳ ଥିବା ନେଇ ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଭୂମିକମ୍ପରେ କୌଣସି ଧନ ଜୀବନ ହାନି ହୋଇନଥିବା ଜଣାପଡ଼ିଛି। ଭୂମିକମ୍ପ ଯୋଗୁ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ। ଭୂକମ୍ପ ଝଟକା ଅନୁଭବ ହେବା ମାତ୍ରେ ଲୋକେ ଭୟରେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ।

ସୂଚନାଥାଉକି, ଗତ ବର୍ଷ ନଭେମ୍ବରରେ ନେପାଳରେ ଭୟଙ୍କର ଭୂକମ୍ପ ହୋଇ ତାଣ୍ଡବଲୀଳା ରଚିଥିଲା। ୬.୪ ମ୍ୟାଗ୍ନିଚ୍ୟୁଡର ହୋଇଥିବା ଏହି ଭୂକମ୍ପରେ ଅନେକ ଧନ ଜୀବନ ନଷ୍ଟ ହୋଇଯାଇଥିଲା। ଭୂମିକମ୍ପ ଯୋଗୁଁ ୧୫୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଥିଲ। ସେହିପରି ୮ ହଜାର ଘର ନଷ୍ଟ ହୋଇଯାଇଥିଲା।

Leave A Reply

Your email address will not be published.