ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ସମୁଦ୍ରରେ ଖୋଲିଲା ଭାରତର ପ୍ରଥମ କାଚ ସେତୁ

0

ତାମିଲନାଡ଼ୁ: ତାମିଲନାଡ଼ୁର କନ୍ୟାକୁମାରୀରେ ବିବେକାନନ୍ଦ ରକ୍‌ ମେମୋରିଆଲ ଓ ପ୍ରଖ୍ୟାତ ତାମିଲ କବି ଏବଂ ଦାର୍ଶନିକ ତିରୁବଲ୍ଲୁବରଙ୍କ ପ୍ରତିମୂର୍ତ୍ତିକୁ ସଂଯୋଗ କରୁଥିବା ବହୁ ପ୍ରତୀକ୍ଷିତ କାଚ ସେତୁକୁ ସୋମବାର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲାଯାଇଛି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ସୋମବାର କନ୍ୟାକୁମାରୀରେ ବିବେକାନନ୍ଦ ସ୍ମାରକୀରୁ ଥିରୁଭଲ୍ଲୁଭରଙ୍କ ପ୍ରତିମୂର୍ତ୍ତି ସ୍ଥଳକୁ ସଂଯୋଗ କରୁଥିବା ଏକ ନୂତନ କାଚ ବ୍ରିଜ୍ ଉଦଘାଟନ କରିଛନ୍ତି। କନ୍ୟାକୁମାରୀଠାରେ ସମୁଦ୍ର ଉପରେ ଦେଶର ପ୍ରଥମ କାଚ ବ୍ରିଜ ନିର୍ମାଣ କରାଯାଇଛି।ଏହି ବ୍ରିଜ ଦେଇ ପର୍ଯ୍ୟଟକମାନେ ବର୍ତ୍ତମାନ ବିବେକାନନ୍ଦ ସ୍ମାରକୀରୁ ଥିରୁଭଲ୍ଲୁଭରଙ୍କ ପ୍ରତିମୂର୍ତ୍ତି ସ୍ଥଳକୁ ପହଞ୍ଚି ପାରିବେ। ଏବେ ବିବେକାନନ୍ଦ ସ୍ମାରକୀରୁ ଥିରୁଭଲ୍ଲୁଭର୍ ପ୍ରତିମୂର୍ତ୍ତି ସ୍ଥଳକୁ ଯିବା ପାଇଁ ପର୍ଯ୍ୟଟକମାନଙ୍କୁ ଆଉ ଡଙ୍ଗାର ଆବଶ୍ୟକତା ପଡିବ ନାହିଁ।

ଷ୍ଟାଲିନ ତାଙ୍କ ଅଫିସିଆଲ୍ ଏକ୍ସ (ପୂର୍ବରୁ ଟ୍ୱିଟର) ହ୍ୟାଣ୍ଡେଲରେ ଧନୁଯାତ୍ରା ଆକୃତିର ସେତୁର ଏକ ଭିଡିଓ ସେୟାର କରିଛନ୍ତି। ଏହି କାଚ ବ୍ରିଜକୁ ୩୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ୭୭ ମିଟର ଲମ୍ବ ବିଶିଷ୍ଟ ଏହି ସେତୁଟି ୧୦ ମିଟର ଚଉଡାରେ ନିର୍ମାଣ କରାଯାଇଛି। ଏହା ବ୍ୟତୀତ ଏହି ସେତୁ ନିର୍ମାଣ ସମୟରେ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଇଛି।

୨୦୦୦ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍. କରୁଣାନିଧିଙ୍କ ଦ୍ୱାରା ଥିରୁଭଲ୍ଲୁଭରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ଏହି ପ୍ରତିମୂର୍ତ୍ତି ନିର୍ମାଣକୁ ୨୫ ବର୍ଷ ପୂରଣ ହେବାକୁ ଯାଉଛି। ଏହି ଅବସରରେ ରାଜ୍ୟରେ ରୌପ୍ୟ ଜୟନ୍ତୀ ପାଳନ କରାଯାଉଛି। ରୌପ୍ୟ ଜୟନ୍ତୀ ପାଳନ ପାଇଁ ତିନି ଦିନିଆ ଉତ୍ସବ ଆରମ୍ଭରୁ ଗ୍ଲାସ୍ ଫାଇବର ବ୍ରିଜକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ। ଏହି ସେତୁ ଖୁବ୍ ଶୀଘ୍ର ଲୋକଙ୍କ ପାଇଁ ମଧ୍ୟ ଖୋଲାଯିବ।

Leave A Reply

Your email address will not be published.