ପ୍ରମୁଖ ଖବର

ଏଫ ଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ୩ ଦିନିଆ ରିମାଣ୍ଡରେ ଯିବ ମୁଖ୍ୟ ଅଭିଯୁକ୍ତ ସମୀର ସାହୁ
ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ
ସୁସ୍ଥ ହେଉଛନ୍ତି ନବୀନ ପଟ୍ଟନାୟକ
ସମ୍ବଲପୁରରେ ହେବ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ
ଲ୍ୟାଣ୍ଡମାଇନ ନ ବିସ୍ଫୋରଣରେ ଜଣେ ଯବାନ ସହିଦ, ୩ ଗୁରୁତର
ପୁଣି ଦିଲ୍ଲୀର ତିନୋଟି ସ୍କୁଲକୁ ବୋମା ଧମକ
ପଞ୍ଚଭୂତରେ ବିଲୀନ ହେଲେ ଶହୀଦ ମନୋଜ ବିଶ୍ୱାଳ

ଦଳାଚକଟା ଘଟଣାରେ ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଜାମିନ

0

ହାଇଦ୍ରାବାଦ: ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ଘଟଣାରେ ଅଭିନେତାଙ୍କୁ ଶୁକ୍ରବାର ଦିନ ହାଇଦ୍ରାବାଦ ନାମପଲ୍ଲି କୋର୍ଟରୁ ନିୟମିତ ଜାମିନ ମିଳିଯାଇଛି। ଡିସେମ୍ବର ୪ରେ ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା-୨ ଫିଲ୍ମର ପ୍ରିମିୟର ଶୋ’ ବେଳେ ଏହି ଅଘଟଣ ଘଟିଥିଲା।ଜାମିନ ସର୍ତ୍ତ ଅନୁସାରେ ଅଲ୍ଲୁଙ୍କୁ ୫୦ ହଜାର ଟଙ୍କାର ଦୁଇଟି ମୁଚାଲିକା ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଡିସେମ୍ବର ୪ରେ ପୁଷ୍ପା-୨ ରିଲିଜ୍ ହୋଇଥିଲା। ହାଇଦ୍ରାବାଦରେ ଫିଲ୍ମର ଶୋ ସକାଳ ୩ଟା ସମୟରେ ରଖାଯାଇଥିଲା । ସନ୍ଧ୍ୟା ଥିଏଟରରେ ପୁଷ୍ପା-୨ର ପ୍ରିମିୟର ଶୋ ରଖାଯାଇଥିଲା। ପ୍ରଥମ ଦିନର ଶୋ ଦେଖିବା ପାଇଁ ନିଜର ଫ୍ୟାନ୍ସ ସହିତ ଅଲ୍ଲୁ ଯାଇଥିଲେ । ଅଲ୍ଲୁ ସ୍କ୍ରିନିଂ ପାଇଁ ଆସିବା ଖବର ଶୁଣି ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଲୋକମାନେ ଡ୍ୟାନ୍ସ କରିବା ସହିତ ବାଣ ମଧ୍ୟ ଫୁଟାଇଥିଲେ । ସେହି ସମୟରେ ଦଳାଚକଟାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିବା ସହିତ ତାଙ୍କର ୮ ବର୍ଷୀୟ ପୁଅ ଏବେ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛି।

ଏହି କାର୍ଯ୍ୟକ୍ରମକୁ ଅଲ୍ଲୁ ଅର୍ଜୁନ ଆସିବେ ବୋଲି ଥିଏଟର ପକ୍ଷରୁ କିମ୍ବା ଅଭିନେତାଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିବା ଅଭିଯୋଗ କରିଥିଲା ପୁଲିସ। ଏହି କ୍ରମରେ ଅଲ୍ଲୁଙ୍କ ନାଁରେ ମାମଲା ରୁଜୁ କରି ତାଙ୍କୁ ଡିସେମ୍ବର ୧୩ ତାରିଖ ଦିନ ଗିରଫ କରିଥିଲା ହାଇଦ୍ରାବାଦ ପୁଲିସ। ସେହିଦିନ ତାଙ୍କୁ ହାଇଦ୍ରାବାଦ ନାମପଲ୍ଲି କୋର୍ଟରେ ପୁଲିସ ହାଜର କରିଥିବାବେଳେ କୋର୍ଟ ଅଲ୍ଲୁଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ଏହାପରେ ସେହିଦିନ ହିଁ ତାଙ୍କୁ ତେଲେଙ୍ଗାନା ହାଇକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିବା ସହ ନିୟମିତ ଜାମିନ ପାଇଁ ନିମ୍ନ ଅଦାଲତ ଯିବାକୁ ପରାମର୍ଶ ଦେଇଥିଲେ। ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଥିଲା। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ରାଜ୍ୟ ବିଧାନସଭାରେ ଏ ପ୍ରସଙ୍ଗ ଉଠାଇ ଅଲ୍ଲୁଙ୍କୁ ସମାଲୋଚନା କରିଥିଲେ।

Leave A Reply

Your email address will not be published.