ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଜାତୀୟ ଖୋ ଖୋ ଟିମ୍‌ର ପ୍ରଯୋଜକ ହେବେ ଓଡ଼ିଶା ସରକାର

0

ଭୁବନେଶ୍ବର: ଜାତୀୟ ଖୋ ଖୋ ଟିମର ପ୍ରାୟୋଜକ ହେବେ ଓଡ଼ିଶା ସରକାର। ଆଗାମୀ ୩ ବର୍ଷ ପାଇଁ ଓଡ଼ିଶା ଖୋ ଖୋ ଟିମର ପ୍ରାୟୋଜକ ରହିବ। ଏଥିପାଇଁ ବାର୍ଷିକ ୫ କୋଟି ଟଙ୍କା ହିସାବରେ ୩ ବର୍ଷକୁ ୧୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଖୋ ଖୋ’ ଖେଳକୁ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର। ପରିଚିତ ହେବ ‘ଖୋ ଖୋ’ ଖେଳ। ବିଶ୍ବ ସ୍ତରରେ ରାଜ୍ୟକୁ ପରିଚିତ କରିବେ ଖେଳାଳି। ଦେଶର ‘ଖୋ ଖୋ’ ଖେଳ ପାଇଁ ସୁବର୍ଣ୍ଣ ସମୟ ଆସିଛି। ପୂର୍ବରୁ ଜାତୀୟ ହକି ଖେଳକୁ ଓଡିଶା ସ୍ପନସର୍ କରିଥିବା ବେଳେ, ଏବେ ଖୋ ଖୋ ଖେଳକୁ ପ୍ରୋତ୍ସାହନ ଦେବାକୁ ଆଗେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

୨୦୨୫ ଜାନୁଆରିରୁ ୨୦୨୭ ଡିସେମ୍ବର ପର୍ଯ୍ୟନ୍ତ ଏହି ସ୍ପନସରସିପ ଅବଧି ରହିବ। ବର୍ଷକୁ ୫ କୋଟି ଟଙ୍କା ହିସାବରେ ସମୁଦାୟ ୧୫ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର। ଓଡିଶା ଖଣି ନିଗମ ପକ୍ଷରୁ ଏହି ଅର୍ଥ ପ୍ରଦାନ କରାଯିବ। ଏହାଦ୍ୱାରା ଭାରତୀୟ ଖୋ ଖୋ ଖେଳାଳି ପ୍ରୋତ୍ସାହନ ପାଇବା ସହିତ ଓଡ଼ିଶା ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ଖେଳରେ ବ୍ରାଣ୍ଡିଂ ଜରିଆରେ ବିଶ୍ୱସ୍ତରରେ ରାଜ୍ୟର ଛବିକୁ ଉଜ୍ଜଳ କରିପାରିବ।

Leave A Reply

Your email address will not be published.