ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଜାମିନ ନେବାକୁ ମନା କଲେ ପ୍ରଶାନ୍ତ କିଶୋର

0

ଜେଲ୍‌ରେ ଥାଇ କରିବେ ଅନଶନ
ନୂଆଦିଲ୍ଲୀ: ଗାନ୍ଧୀ ମୂର୍ତ୍ତି ତଳେ ଅନଶନରେ ବସିଥିବା ଜନ ସୁରଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ କିଶୋର ବିହାର ପ୍ରଶାସନିକ ସେବା ପରୀକ୍ଷା ବାତିଲ କରିବା ଦାବିରେ ଜାନୁଆରୀ ୨ରୁ ଅନଶନରେ ବସିଥିବାବେଳେ ଆଜି ଭୋର୍‌ ୪ଟାରୁ ପୋଲିସ ତାଙ୍କୁ ଉଠାଇନେଇଥିଲା। ପରେ ସକାଳେ ଗିରଫ କରିଥିଲା। ମଧ୍ୟାହ୍ନରେ ତାଙ୍କୁ ଜାମିନ ମିଳିଥିଲା। କିନ୍ତୁ ପ୍ରଶାନ୍ତ କିଶୋର ସର୍ତ୍ତମୂଳକ ଜାମିନ ନେବାକୁ ମନା କରି ଦେଇଛନ୍ତି।

ପାଟନା ସିଭିଲ କୋର୍ଟ ପରିସରରେ ପ୍ରଶାନ୍ତ କିଶୋର କହିଛନ୍ତି, ସେ ଜାମିନ ନେବେ ନାହିଁ କି ଅନଶନ ଭାଙ୍ଗିବେ ନାହିଁ। ଅନଶନ ଜେଲରେ ଥାଇ ଚାଲିବ। ଆମକୁ ଯେତେ ଅଟକାଇବେ, ଆମ ମନୋବଳ ସେତେ ବୃଦ୍ଧି ପାଇବ। ପ୍ରଶାନ୍ତ କିଶୋରଙ୍କ ଓକିଲ କହିଛନ୍ତି, ତାଙ୍କୁ ୨୫ ହଜାର ଟଙ୍କା ମୂଲ୍ୟର ପିଆର୍‌ ବଣ୍ଡ ଦେବାକୁ କୋର୍ଟ କହିଛନ୍ତି। ଭବିଷ୍ୟତରେ ସେ ଆଉ ଏପରି କାମ କରିବେ ନାହିଁ ବୋଲି କୁହାଯାଇଛି। ଏହା ଉପରେ ସେ କୋର୍ଟଙ୍କୁ କହିଛନ୍ତି, ଯଦି ଆମେ ଏହା କରିବୁ, ଏହାର ଅର୍ଥ ହେଉଛି ଯେ ଆମେ ଏକ ଭୁଲ କରିଛୁ ବୋଲି ସ୍ବୀକାର କରିଛୁ। ଏହାକୁ ବିରୋଧ କରିବା ଏକ ଅଧିକାର। ପ୍ରଶାନ୍ତ କିଶୋର କୋର୍ଟଙ୍କୁ କହିଛନ୍ତି, ଲାଗୁ କରାଯାଇଥିବା ସର୍ତ୍ତକୁ ହଟାଇବା ଉଚିତ କିନ୍ତୁ ଏହାକୁ ଗ୍ରହଣ କରାଯିବ ନାହିଁ।

ପ୍ରଶାନ୍ତ କିଶୋରଙ୍କୁ ସୋମବାର ସକାଳ ୪ଟାରେ ପୋଲିସ ଗିରଫ କରିଥିଲା। ଏହା ପରେ ତାଙ୍କୁ ଏମ୍ସରେ ଚିକିତ୍ସା କରାଯାଇଥିଲା, ଯେଉଁଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା କୁହାଯାଇଥିଲା। ପୋଲିସ ଯେତେବେଳେ ପ୍ରଶାନ୍ତ କିଶୋରଙ୍କୁ ଉଠାଇ ନେବାକୁ ଚେଷ୍ଟା କରିବା ବେଳେ ତାଙ୍କ ସମର୍ଥକ ଛାତ୍ରମାନେ ତାଙ୍କୁ ଘେରି ଯାଇଥିଲେ। ଫଳରେ ପୋଲିସ ଓ ସମର୍ଥକ ମୁହାଁମୁହିଁ ହୋଇଥିଲେ। ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା। ଶେଷରେ ପ୍ରଶାନ୍ତ କିଶୋରଙ୍କୁ ପୋଲିସ ଉଠାଇ ନେବାରେ ସମର୍ଥ ହୋଇଥିଲା। ଏହା ପରେ ପୋଲିସ ପ୍ରଶାନ୍ତ କିଶୋରଙ୍କ ସହ ପାଟନା ସିଭିଲ କୋର୍ଟରେ ପହଞ୍ଚିଥିଲା। ଏଠାରେ ସେ କୋର୍ଟରୁ ଜାମିନ ପାଇଥିଲେ, କିନ୍ତୁ ସର୍ତ୍ତ ସହିତ ସେ ଜାମିନ ଗ୍ରହଣ କରିବାକୁ ମନା କରିଦେଇଥିଲେ।

Leave A Reply

Your email address will not be published.