ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରରୁ ବହୁ ମୂଲ୍ୟର ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ ଆଣିଥିବା ୨ ମହିଳା ଯାତ୍ରୀଙ୍କୁ ଗିରଫ କରିଛି ଭୁବନେଶ୍ୱର କଷ୍ଟମ କମିଶନରେଟ। ମହିଳା ଯାତ୍ରୀ ଦୁଇ ଜଣ ଭାରତୀୟ ଅଟନ୍ତି। ଦୁଇ ଜଣ ଭାରତୀୟ ମହିଳାଙ୍କ ନିକଟରୁ ୧୯ଟି ଗଞ୍ଜେଇ ପ୍ୟାକେଟ୍ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୧୦ କୋଟି ଟଙ୍କା ହେବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନା ମୁତାବକ, ମାଲେସିଆର କ୍ଵାଲାଲୁମ୍ପୁରରୁ ଏହି ଦୁଇ ମହିଳା ଭାରତ ଆସିଥିଲେ। ହେଲେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଚେକିଂ ସମୟରେ ସେମାନଙ୍କ ନିକଟରୁ ୯ କେଜି ୫୨୪ ଗ୍ରାମ ଅର୍ଥାତ୍ ୧୯ଟି ପ୍ୟାକେଟ୍ ଗଞ୍ଜେଇ ଜବତ କରିଥିଲା କଷ୍ଟମ ବିଭାଗ। ଉଭୟ ଯାତ୍ରୀଙ୍କୁ ଏନଡିପିଏସ୍ ଆକ୍ଟ ୧୯୮୫ ଅନୁସାରେ ଗିରଫ କରି କୋର୍ଟ ପଠାଯାଇଛି କଷ୍ଟମ ବିଭାଗ। ଏନେଇ ଅଧିକ ଖୋଳତାଡ ଜାରି ରହିଛି।
ପ୍ରମୁଖ ଖବର
କେନ୍ଦୁପତ୍ର ତୋଳାଳିଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଉପହାର; ବୋନସ ଓ ମୂଲ୍ୟବୃଦ୍ଧିକୁ ମଞ୍ଜୁରି
ଜୁଲାଇ ୧୭ରେ ଗଡ଼ିବ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍, ଶୁଭାରମ୍ଭ କରିବେ ମୋଦୀ
ଓସିସିଏଲ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀର ଲଜ୍ ସହ ୮ ପ୍ଲଟ୍ ଠାବ
ଓସିସିଏଲ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀର ଲଜ୍ ସହ ୮ ପ୍ଲଟ୍ ଠାବ
ଆନ୍ଧ୍ରରେ ୨ କୋଭିଡ୍ ମୃତ୍ୟୁ ପରେ ଓଡ଼ିଶା ସୀମାରେ ହାଇଆଲର୍ଟ
ରୋଡ୍ ରୋଲର ଚଳାଇ ୪୭୨ କୋଟି ଟଙ୍କାର ନିଶାଦ୍ରବ୍ୟ ନଷ୍ଟ କଲେ ହିମନ୍ତ ବିଶ୍ୱ ସର୍ମା