ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ହେଲେ ଓଏଏସ୍ ଆଲୋକ କୁମାର ପ୍ରଧାନ

0

ଭୁବନେଶ୍ବର: ଓଡ଼ିଶା ସରକାର ବରିଷ୍ଠ ଓଏଏସ୍ ଅଧିକାରୀ ଆଲୋକ କୁମାର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ତଥା ଜନ ଅଭିଯୋଗ ବିଭାଗ ବିଜ୍ଞପ୍ତି ପ୍ରକାଶ ପାଇଛି। ସବ-କଲେକ୍ଟର ଭାବରେ ଖୋର୍ଦ୍ଧାକୁ ବଦଳି ହୋଇଥିବା ପଦ୍ମ ଚରଣ ସାହୁଙ୍କୁ ବର୍ତ୍ତମାନ କ୍ରୀଡା ଏବଂ ଯୁବ ସେବା ବିଭାଗର ଡେପୁଟି ସେକ୍ରେଟାରୀ ଭାବରେ ନିଯୁକ୍ତ ହୋଇଛନ୍ତି। ନୟାଗଡ ବିଡିଓ ଭାବରେ କାର୍ଯ୍ୟ କରୁଥିବା ସମୟରେ ଖୋର୍ଦ୍ଧାର ସବ-କଲେକ୍ଟର ଭାବରେ ତାଙ୍କର ନିଯୁକ୍ତି ବାତିଲ କରାଯାଇଥିବା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

କେନ୍ଦୁଝର ଆନନ୍ଦପୁରର ଅତିରିକ୍ତ ସବ-କଲେକ୍ଟର କିଶୋର କୁମାର ପଣ୍ଡା ଖୋର୍ଦ୍ଧା ସବ-କଲେକ୍ଟର ଭାବରେ ଦାୟିତ୍ୱ ଗ୍ରହଣ କରିବେ। ତାଙ୍କୁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ପୁରୀର ଡେପୁଟି ଆଡମିନିଷ୍ଟ୍ରେସନ୍ (ରାଜସ୍ୱ) ଭାବରେ ମଧ୍ୟ ନିଯୁକ୍ତ କରାଯାଇଛି। ଅପରପକ୍ଷରେ ଗତ ଜୁନ୍ ମାସରେ ଦୁଇଜଣ ଓଏଏସ୍ ଅଧିକାରୀ ତ୍ରିଲୋଚନ ମହାନ୍ତି ଏବଂ ଚିତ୍ରସେନ ରାଉତଙ୍କୁ ଯଥାକ୍ରମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଯୁଗ୍ମ ସଚିବ ଏବଂ ଅତିରିକ୍ତ ସଚିବ ଭାବରେ ନିଯୁକ୍ତ କରାଯାଇଥିଲା।

Leave A Reply

Your email address will not be published.