ପ୍ରମୁଖ ଖବର

ପାତ୍ରପଡା ସୂତା କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି
ପେରୁରେ ପର୍ଯ୍ୟଟକ ବିମାନ ଦୁର୍ଘଟଣା, ୧୩ ମୃତ
ଶ୍ରାବଣ ସୋମବାରରେ ୯ ଘଣ୍ଟା ଉପବାସରେ ରହିଲେ ମହାପ୍ରଭୁ ଲିଙ୍ଗରାଜ
କେରଳରେ ବର୍ଷା ବିତ୍ପାତ: ୮ ମୃତ, ୮ ନିଖୋଜ
ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସୈଫ ଅଲୀ ଖାନଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ଗିରଫ

0

ମୁମ୍ବାଇ: ଅଭିନେତା ସୈଫ ଅଲ୍ଲି ଖାନ୍‌ଙ୍କୁ ଛୁରାମାଡ଼ ଘଟଣାରେ ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କରାଯାଇଛି। ସନ୍ଦିଗ୍ଧ ଯୁବକକୁ ମୁମ୍ବାଇ ପୋଲିସର ସ୍ପେଶାଲ ଟିମ ଗିରଫ କରିଛି। ବୁଧବାର ବିଳମ୍ବିତ ରାତିରେ ସୈଫଙ୍କ ଘରେ ପଶି ଅଭିଯୁକ୍ତ ଜଣକ ଛୁରା ମାଡ କରି ଫେରାର ହୋଇ ଯାଇଥିଲା। ବାନ୍ଦ୍ରା ପୋଲିସ ମାମଲାର ତଦନ୍ତ କରିଥିବା ବେଳେ ଶୁକ୍ରବାର ଅଭିଯୁକ୍ତକୁ ଗିରଫ କରିଛି। ଶୁକ୍ରବାର ସକାଳେ ସିସିଟିଭି ଫୁଟେଜରେ ଅଭିଯୁକ୍ତର ଚେହେରା ଦେଖିବାକୁ ମିଳିଥିଲା। ସିସିଟିଭି ଫୁଟେଜ ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି।

ବୁଧବାର ରାତି ୨ଟା ୧୫ରେ ଜଣେ ବ୍ୟକ୍ତି ବାନ୍ଦ୍ରାରେ ଥିବା ‘ସତ୍‌ଗୁରୁ ଶରଣ’ ବିଲ୍ଡିଂର ସୈଫ୍‌ ପରିବାର ସହ ରହୁଥିବା ଫ୍ଲାଟ୍‌କୁ ଅନୁପ୍ରବେଶକରି ୬ ଥର ଛୁରାମାଡ଼ କରିଛନ୍ତି। ଏହି ଅତର୍କିତ ଆକ୍ରମଣରେ ସୈଫ୍‌ଙ୍କ ବେକ, ହାତ ଓ ମେରୁଦଣ୍ଡ ଉପରଭାଗରେ ଗଭୀର ଆଘାତ ଲାଗିଛି। ତେବେ ଲୀଲାବତୀ ହସ୍ପିଟାଲରେ ଜରୁରୀ ଅସ୍ତ୍ରୋପଚାର ପରେ ୫୪ ବର୍ଷୀୟ ଅଭିନେତା ବିପଦମୁକ୍ତ ଥିବା ଡାକ୍ତରୀ ଟିମ୍‌ ସୂଚନା ଦେଇଛି।

Leave A Reply

Your email address will not be published.