ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଶ୍ରୀହରିକୋଟାରେ ନିର୍ମାଣ ହେବ ତୃତୀୟ ଲଞ୍ଚ୍‌ ପ୍ୟାଡ୍‌

0

ନୂଆଦିଲ୍ଲୀ: ଭାରତୀୟ ସ୍ପେଶ୍‌ ସେକ୍ଟରକୁ ବୃଦ୍ଧି କରିବା ଲାଗି ବଡ଼ ନିଷ୍ପତ୍ତି ନେଲା କେନ୍ଦ୍ର କ୍ୟାବିନେଟ। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ୍‌ ମହାକାଶ କେନ୍ଦ୍ରରେ ତୃତୀୟ ଲଞ୍ଚ୍‌ପ୍ୟାଡ୍‌ (ଟିଏଲ୍‌ପି) ନିର୍ମାଣ ହେବାକୁ ଯାଉଛି। ଉକ୍ତ ଲଞ୍ଚ୍‌ପ୍ୟାଡ୍‌ ସମେତ ଆନୁଷଙ୍ଗିକ ସୁବିଧା ପାଇଁ ୩,୯୮୫ କୋଟି ଟଙ୍କା ନିବେଶ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟରେ ଗୁରୁବାର ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି। ୪ ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ମହାକାଶ କେନ୍ଦ୍ର ସ୍ଥାପନ, ଗଗନୟାନ ଏବଂ ଚନ୍ଦ୍ରକୁ ମହାକାଶଚାରୀ ପଠାଇବା ସମେତ ଭବିଷ୍ୟତରେ ଅଧିକ ଓଜନଦାର ସ୍ପେସ୍‌କ୍ରାଫ୍ଟ ପଠାଇବା ପାଇଁ ଲକ୍ଷ୍ୟ ରଖାଯାଇଥିବାରୁ ତୃତୀୟ ଲଞ୍ଚ୍‌ପ୍ୟାଡ୍‌ ନିର୍ମାଣ ଜରୁରୀ ହୋଇପଡ଼ିଛି। ୩୦ ହଜାର ଟନ୍‌ ଓଜନର ସ୍ପେସ୍‌କ୍ରାଫ୍ଟକୁ ପୃଥିବୀର ନିମ୍ନ କକ୍ଷପଥକୁ ପ୍ରେରଣ କରିବାରେ ଏହି ଲଞ୍ଚ୍‌ପ୍ୟାଡ୍‌ ସମର୍ଥ ହେବ। ତୃତୀୟ ଲଞ୍ଚ ପ୍ୟାଡ୍‌ ହେବା ପରେ ଇସ୍ରୋର ଆଗାମୀ ଜେନେରେସନ ଲଞ୍ଚ ଭେଇକିଲ ଓ ଷ୍ଟାଣ୍ଡବାଏ ଲଞ୍ଚ ପ୍ୟାଡ୍‌ ଭାବେ ଏହା ବ୍ୟବହାର ହେବ ବୋଲି ସରକାରୀ ବିବୃତ୍ତିରୁ ଜଣାପଡ଼ିଛି। ଏହି ଲଞ୍ଚ ପ୍ୟାଡ୍‌ ତିଆରି ହେବା ଲାଗି ୪ ବର୍ଷ ସମୟ ଲାଗିବ। ଏବେ ଶ୍ରୀହରିକୋଟାରେ ଦୁଇଟି ଲଞ୍ଚ ପ୍ୟାଡ୍‌ ରହିଛି। ପ୍ରେସ ବିବୃତ୍ତି ଅନୁସାରେ, ତୃତୀୟ ଲଞ୍ଚ ପ୍ୟାଡ୍‌କୁ ଏପରି ଭାବରେ ଡିଜାଇନ କରାଯାଇଛି ଯାହାକି ନା କେବଳ ଭାରତ ପାଇଁ ବରଂ ବିଶ୍ବ ପାଇଁ ଅନୁକୂଳ ହେବ।

ବର୍ତ୍ତମାନର ଲଞ୍ଚ୍‌ପ୍ୟାଡ୍‌ ସାମର୍ଥ୍ୟ ୮,୦୦୦ ଟନ୍‌ ରହିଛି। ଇସ୍ରୋ ପରବର୍ତ୍ତୀ ପିଢ଼ିର ଲଞ୍ଚ୍‌ ଭେହିକିଲ୍‌(ଏନ୍‌ଜିଏଲ୍‌ଭି)ର ବିକାଶ କରୁଛି। ଏହାର ଉଚ୍ଚତା ୯୧ ମିଟର ରହିବ, ଯାହାକି ୭୨ ମିଟର ଉଚ୍ଚତାବିଶିଷ୍ଟ କୁତବ୍‌ମିନାରଠାରୁ ଅଧିକ ଉଚ୍ଚ ରହିବ।

Leave A Reply

Your email address will not be published.