ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ବିବାହ ବନ୍ଧନରେ ବାନ୍ଧିହେଲେ ନୀରଜ ଚୋପ୍ରା

0

ନ୍ୟୁଜ୍ ବ୍ୟୁରୋ: ଖେଳପ୍ରେମୀଙ୍କ ପାଇଁ ଏକ ଖୁସି ଖବର। ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଗୋଲ୍‌ଡେନ ବୟ ତଥା ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା। ନୀରଜ ସୋସିଆଲ ମିଡିଆ ମାଧ୍ୟମରେ ବିବାହ ଉତ୍ସବର କିଛି ଫଟୋ ଶେୟାର କରିଛନ୍ତି

ହିମାନୀ ମୋରଙ୍କୁ ବିବାହ କରିଥିବା ସୂଚନା ଦେଇଛନ୍ତି ଭାରତୀୟ ଷ୍ଟାର ଜାଭେଲିନ ଥ୍ରୋୟର। ହିମାନୀ ଜଣେ ଟେନିସ ଖେଳାଳି ରହିଆସିଛନ୍ତି। ହରିୟାଣାର ସୋନିପତରୁ ଆସିଥିବା ହିମାନି ବର୍ତ୍ତମାନ ଫ୍ରାଙ୍କଲିନ ପିଅର୍ସ ବିଶ୍ୱବିଦ୍ୟାଳୟରୁ କ୍ରୀଡା ପରିଚାଳନାରେ ମାଷ୍ଟର ଡିଗ୍ରୀ ହାସଲ କରୁଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପାଇଁ ଜାତୀୟ ସ୍ତରରେ ଟେନିସ ଖେଳିଛନ୍ତି। ସେ ତାଇପେରେ ଅନୁଷ୍ଠିତ ୨୦୧୭ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିଲେ। ଏହା ପୂର୍ବରୁ ହିମାନି ସ୍ବର୍ଣ୍ଣ ପଦକ ଜିତିଥିଲେ। ପ୍ରଥମ ଭାରତୀୟ ଭାବେ ଆଥଲେଟିକ୍ସରେ ଅଲିମ୍ପିକ୍ସ ସ୍ବର୍ଣ୍ଣ ଜିତି ସେ କୃତିତ୍ୱ ହାସଲ କରିଛନ୍ତି। ନୀରଜ ବିବାହ କଥାକୁ ମଧ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରଖିଥିଲେ।

ନୀରଜ ଚୋପ୍ରା ହଠାତ୍‌ ପ୍ରଶଂସକଙ୍କ ସହ ବିବାହ ବିଷୟରେ ସୂଚନା ସେୟାର କରିଥିଲେ। ସେ ସୋସିଆଲ ମିଡିଆରେ ବିବାହ ଉତ୍ସବର ତିନୋଟି ଫଟୋ ଶେୟାର କରିଛନ୍ତି। ଫଟୋଗୁଡ଼ିକର କ୍ୟାପସନ ଦେଇ ନୀରଜ ଚୋପ୍ରା ଲେଖିଛନ୍ତି, ମୋ ପରିବାର ସହିତ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କଲି।

Leave A Reply

Your email address will not be published.