ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ମହାପ୍ରଭୁଙ୍କ ରଥଯାତ୍ରାରେ କିଏ ବାଧକ ସାଜିବ?

0
  • ମହାମାରୀ କରୋନା କାରଣରୁ ରଥଯାତ୍ରା ବନ୍ଦ ଆଶଙ୍କାକୁ ନେଇ ପ୍ରବଳ ପ୍ରତିକ୍ରିୟା
  • ଗତ ସାଢେ ଚାରିଶହ ବର୍ଷ ଭିତରେ ୩୨ ଥର ରଥଯାତ୍ରା ବନ୍ଦ ହୋଇଛି
  • ଶ୍ରୀମନ୍ଦିର ଉପରେ ଆକ୍ରମଣ କାରଣରୁ ରଥଯାତ୍ରା ବନ୍ଦ ହୋଇଥିଲା
  • ୧୭୩୬ ମସିହା ପରଠାରୁ ନିରବଚ୍ଛିନ୍ନ ଭାବେ ଚାଲିଛି ଘୋଷଯାତ୍ରା
  • ୨୦୧୯ ପ୍ରଳୟଙ୍କରୀ ବାତ୍ୟ ଫନି ବି ବାଟ ଓଗାଳିିପାରିନି ମହାପ୍ରଭୁଙ୍କର
  • କେନ୍ଦ୍ରର ଅଣ ହଟସ୍ପଟ ତାଲିକାରେ ପୁରୀ, ପଜିଟିଭ୍ ନ ଆସିଲେ ବିପଦ ନାହିଁ
  • ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଭଙ୍ଗାଯିବା, ମନ୍ଦିରକୁ ଭକ୍ତଙ୍କୁ ବାରଣ ନେଇ ଚିନ୍ତାରେ ଅଛନ୍ତି ଭକ୍ତ

ଭୁବନେଶ୍ବର: ମହାମାରୀ କରୋନା କାରଣରୁ ଇତିମଧ୍ୟରେ ମହାପ୍ରଭୁ ଲିଙ୍ଗରାଜଙ୍କର ଋକୁଣା ରଥଯାତ୍ରାକୁ ପ୍ରଶାସନ ବନ୍ଦ କରିଦେଇଛି। ପ୍ରଥମ ଥପ ପାଇଁ ଉତ୍କଳ ଦିବସ ପାଳନ କରିନାହିଁ ରାଜ୍ୟ। ନିକଟରେ ରାଜଧାନୀ ପ୍ରତିଷ୍ଠା ଦିବସ ଉତ୍ସବକୁ ମଧ୍ୟ ବାତିଲ୍ କରିଦିଆଯାଇଛି। ସଦ୍ୟ କେନ୍ଦ୍ର ସରକାର ଯେଉଁ ୧୭୦ଟି ଜିଲ୍କାର ତାଲିକା ଘୋଷଣା କରିଛନ୍ତି, ସେଥିରେ ହଟସ୍ପଟ୍ ତାଲିକାରେ ଖୋର୍ଧା ରହିଛି। ଏହାକୁ ରେଡ଼ଜୋନ ମଧ୍ୟ କୁହାଯାଉଛି। ଦ୍ବିତୀୟ ବର୍ଗ ଅର୍ଥାତ୍ ହଟସ୍ପଟ କ୍ଳଷ୍ଟର ତାଲିକାରେ ତାଲିକାରେ ଭଦ୍ରକ ରହିଛି। କିନ୍ତୁ ନନ୍ ହଟସ୍ପଟ କ୍ଳଷ୍ଟର ତାଲିକାରେ କଟକ, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡା, ପୁରୀ, ସୁନ୍ଦରଗଡ଼ ଜିଲ୍ଲା ରହିଛି। ସମ୍ଭବତଃ ଆଉ କୌଣସି ପଜିଟିଭ୍ ନ ଆସିଲେ, ଏହି ପୁରୀ ସମେତ ଅନ୍ୟ ଅଣ ହଟସ୍ପଟ ତାଲିକା ଉପରୁ ୨୦ ତାରିଖରେ କଟକଣା କେନ୍ଦ୍ର ସରକାର କୋହଳ କରିପାରନ୍ତି।

ଏହା ସତ୍ତ୍ବେ ଆସନ୍ତା ଜୁନ୍ ୨୩ ତାରିଖରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ହେବ କି ନାହିଁ, ସେ ନେଇ ଗୋଟିଏ ବର୍ଗ ଆଶଙ୍କା ପ୍ରକାଶ କରିଛନ୍ତି। ପୁରୀ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଚିନ୍ତାରେ ଅଛନ୍ତି। ଇତିମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନ ଆସନ୍ତା ଅକ୍ଷୟ ତୃତୀୟାରେ ରଥ କାମ ଆରମ୍ଭକରିବା ଲାଗି ଭୋଇ ସର୍ଦାରଙ୍କୁ ଚିଠି ଲେଖିଛି। ଗତ ଶ୍ରୀରାମ ନବମୀ ଦିନ କଟକ ସରକାରୀ କାଠ ମିଲରେ ଚିରଟ କାମ ଆରମ୍ଭ ହୋଇଛି। ହେଲେ କାଳେ ଶ୍ରୀମନ୍ଦିର ପ୍ରଶାସନ ବା ରାଜ୍ୟ ସରକାର ମହାପ୍ରଭୁଙ୍କ ଘୋଷଯାତ୍ରାକୁ କରୋନା ଆଳରେ ଅଟକାଇ ଦେବେ, ସେ ନେଇ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଏବେ ଠାରୁ ସଂଶୟ ପ୍ରକାଶ ପାଇଲେଣି। ଏହାକୁ ନେଇ ଆଲୋଚନା ବି ଆରମ୍ଭ ହୋଇଗଲାଣି। ଗୁରୁବାର ରାଜ୍ୟ ଆଇନ ମନ୍ତ୍ରୀ କହିଛନ୍ତି, ଏହା ଉପରେ ଏଯାଏ ନିଷ୍ପତ୍ତି ହୋଇନାହିଁ। ବିଜେପି ନେତା ବିଜୟ ମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି ଯେ ସେ ସମୟ ଆସିନାହିଁ। ଏବେଠାରୁ ଶ୍ରୀମନ୍ଦିର ପ୍ରଶାସନ କିଛି ନିଷ୍ପତ୍ତି ନେବା ଉଚିତ୍ ନୁହେଁ। ଜଗଦଗୁରୁ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା, ଛତିଶା ନିଯୋଗ, ଶ୍ରୀମନ୍ଦିର ପ୍ରଶାସନ ଓ ସରକାର ପ୍ରମୁଖ ଆଲୋଚନା ଆଧାରରେ ହିଁ କିଛି ନିଷ୍ପତ୍ତି ହେବା ଉଚିତ୍।

ଏବେ ପ୍ରଶ୍ନ ଉଠୁଛି, ଅତୀତରେ କେବେ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ହୋଇଛି କି ନାହିଁ। କେବେଠାରୁ ଅବିଚ୍ଛିନ୍ନ ଭାବେ ରଥଯାତ୍ରା ଚାଲିଛି? କେତେ ଥର ରଥଯାତ୍ରା ବନ୍ଦ ହୋଇଛି? ଏ ସଂପର୍କରେ ୧୫୬୮ ମସିହା ଅର୍ଥାତ୍ ପ୍ରାୟ ୪୫୨ ବର୍ଷର ଇତିହାସକୁ ପର୍ଯ୍ୟାଲୋଚନା କଲେ ଦେଖାଯାଉଛି ଯେ ୧୭୩୫ ମସିହା ମଧ୍ୟରେ ୩୨ ଥର ରଥଯାତ୍ରା ବନ୍ଦ ହୋଇଛି। ମାତ୍ର ୧୭୩୬ ମସିହା ପରଠାରୁ ଆଉ କେବେ ରଥଯାତ୍ରା ବନ୍ଦ ହୋଇଥିବାର ନଜିର ନାହିଁ। ୧୫୬୮ ମସିହାରେ କଳାପାହାଡ଼ ଆକ୍ରମଣ କାରଣରୁ ମହାପ୍ରଭୁଙ୍କୁ ଚିଲିକା ନିକଟସ୍ଥ ଛପଲ୍ଲୀ ଅଞ୍ଚଳରେ ପାତାଳୀ କରାଯାଇଥିଲା। ବିଶର ମହାନ୍ତି ମହାପ୍ରଭୁଙ୍କ ବ୍ରହ୍ମ ସଂଗ୍ରହ କରି ଗଡ଼କୁଜଙ୍ଗରେ ପୂଜା କରୁଥିଲେ। ୧୫୭୭ ମସିହା ପର୍ଯ୍ୟନ୍ତ ଦୀର୍ଘ ୯ବର୍ଷ ଧରି ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇପାରିନଥିଲା। ସେହି ବର୍ଷ ମହାପ୍ରଭୁ ପୁଣି ଶ୍ରୀମନ୍ଦିର ଫେରିଥିଲେ।

୧୬୦୧ ମସିହାରେ ପୁରୀ ଶ୍ରୀମନ୍ଦିର ଉପରେ ପୁଣି ଥରେ ଆକ୍ରମଣ କରିଥିଲେ ମୀର୍ଜା ଖୁରୁମ୍। ଫଳରେ ସେହିବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ସଂପନ୍ନ ଅସମ୍ଭବ ଥିଲା। ୧୬୦୭ ମସିହାରେ ଅନୁରୂପ ଭାବେ ହାସିମ୍ ଖାଁ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା। ତତ୍କାଳୀନ ରାଜା ପୁରୁଷୋତ୍ତମ ଦେବ ଖୋର୍ଧାରେ ଅବସ୍ଥାନ କରୁଥିବା ପରିପ୍ରେକ୍ଷୀରେ ମହାପ୍ରଭୁ ଖୋର୍ଧାଗଡ଼ ସଂଲଗ୍ନ ଗୋପାଳଜୀଉଙ୍କ ନିକଟରେ ଅବସ୍ଥାନ କରିଥିଲେ। ୧୬୦୮ ମସିହାରେ ରତ୍ନ ସିଂହାସନକୁ ଫେରିଥିଲେ ଠାକୁରେ। ଏଣୁ ଗୋଟିଏ ବର୍ଷ ରଥଯାତ୍ରା ନୀତି ସମାହିତ ସମ୍ଭବ ନଥିଲା।

ପ୍ରଥମେ ୧୬୧୧ ଓ ପରେ ପୁଣି ୧୬୧୭ ଖ୍ରୀଷ୍ଟାଦ୍ଦରେ କଲ୍ୟାଣ ମଲ୍ଲର ଆକ୍ରମଣ କରିଥିଲା ଶ୍ରୀମନ୍ଦିର ଉପରେ। ଏହି ଦୁଇବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ହୋଇନଥିଲା। ୧୬୨୧ ଖ୍ରୀଷ୍ଟାଦ୍ଦରେ ତତ୍କାଳୀନ ସୁବେଦାର୍ ଅହମ୍ମଦ ବେଗର୍ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା। ସେବର୍ଷର ରଥଯାତ୍ରାକୁ ସ୍ଥଗିତ ରଖାଯାଇଥିଲା। ୧୬୯୨ ଖ୍ରୀଷ୍ଟାଦ୍ଦରେ ଆଉରଙ୍ଗଜେବଙ୍କ ସମୟରେ ହିଁ ତତ୍କାଳୀନ ସୁବେଦାରର ନଜର ପଡିଥିଲା ମହାପ୍ରଭୁଙ୍କ ଶ୍ରୀମନ୍ଦିର ଉପରେ। ସେବେ ଗୋଟିଏ ମତ କହେ ୧୫ବର୍ଷ ଧରି ମହାପ୍ରଭୁ ରତ୍ନ ସିଂହାସନ ବାହାରେ ରହନ୍ତି ଓ ଏମଧ୍ୟରେ ପ୍ରାୟ ୧୩ ବର୍ଷ ରଥଯାତ୍ରା ହୋଇପାରିନାହିଁ। ୧୭୩୧ ଖ୍ରୀଷ୍ଟାଦ୍ଦରେ ଶ୍ରୀମନ୍ଦିର ଉପରେ ତକି ଖାଁ ଆକ୍ରମଣ କରିଥିଲା। ସେବର୍ଷ ରଥଯାତ୍ରା ସମ୍ଭବ ହୋଇନଥିଲା। ୧୭୩୩ ଖ୍ରୀଷ୍ଟାଦ୍ଦରେ ପୁଣି ଥରେ ତକି ଖାଁ ଶ୍ରୀମନ୍ଦିର ଉପରେ ଆକ୍ରମଣ କରନ୍ତେ, ୧୭୩୫ ପର୍ଯ୍ୟନ୍ତ ତିନି ବର୍ଷଧରି ମହାପ୍ରଭୁଙ୍କ ରଥଯାତ୍ରା ସମାହିତ ହୋଇପାରିନଥିଲା।

କିନ୍ତୁ ଇତିହାସକାରମାନେ ବିଭିନ୍ନ ସମୟରେ ସୂଚାଇଛନ୍ତି ଯେ ୧୭୩୬ ମସିହାରେ ମହାପ୍ରଭୁ ରତ୍ନସିଂହାସନକୁ ଫେରିବା ପରେ ସେହିବର୍ଷ ବହୁ ଜାକଜମକରେ ରଥଯାତ୍ରା ନୀତି କରାଯାଇଥିଲା। ଏହାପରଠାରୁ ରଥଯାତ୍ରା ବନ୍ଦ ହୋଇନାହିଁ। ଶ୍ରୀବିଗ୍ରହମାନେ ରଥଯାତ୍ରାରେ ଯାଇ ଦୁଇ ଚାରିଦିନ ବିଳମ୍ବରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ନଜିର ଅନେକ ଥର ରହିଛି। କିନ୍ତୁ ରଥଯାତ୍ରା ଦିନକୁ ଦିନ ଉତ୍ସବମୁଖର ହୋଇଉଠୁଛି ଓ ଜନସମାଗମ ବଢିବାରେ ଲାଗିଛି।

ଶ୍ରୀମନ୍ଦିର ଆକ୍ରମଣ ସହିତ ରଥଯାତ୍ରା ବନ୍ଦକୁ ଛାଡିଦେଲେ, ପୁରୀରେ ଅନେକ ବାର ମହାମାରୀ ଆଦି ଅନେକ ବିପର୍ଯ୍ୟୟ ପଡିଥିଲେ ହେଁ, ରଥଯାତ୍ରା ଉପରେ ଏହାର କୌଣସି ପ୍ରଭାବ ପଡିନାହିଁ। ୨୦୧୯ ମସିହାରେ ପ୍ରଳୟଙ୍କରୀ ମହାବାତ୍ୟା ଫନି ମେ’୩ ତାରିଖରେ ପୁରୀରେ ମାଡ଼ ହୋଇଥିଲା। ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିଲା ପୁରୀ। ତା ସତ୍ତ୍ବେ ପୁରୀରେ ରଥଯାତ୍ରା ସମାହିତ ହୋଇଥିଲା।

ହେଲେ ଚଳିତବର୍ଷ ଶ୍ରୀମନ୍ଦିର ଚତୁଃପାର୍ଶ୍ବସ୍ଥ ବିକାଶ ଆଳରେ ରାଜ୍ୟ ସରକାର ଅନେକ ମଠ ଆଦି ଭାଙ୍ଗିଛନ୍ତି। ଏହାକୁ ନେଇ ଗୋଟିଏ ମହଲରେ ସହମତି ରହିଥିଲେ ହେଁ, ବିଭିନ୍ନ ଧର୍ମାବଲମ୍ବୀମାନେ ଏବେ ବି ପ୍ରଶାସନର ଏଭଳି ନିଷ୍ପତ୍ତିକୁ ଗ୍ରହଣ କରିପାରୁନାହାନ୍ତି। ଏମିତିରେ ବି ମହାମାରୀ କରୋନା ଯୋଗୁଁ ସରକାରଙ୍କ ପୁରୀ ବିକାଶ କାମ ଠପ୍ ହୋଇଯାଇଛି। କେବେ ଆରମ୍ଭ ହେବ ଓ କେବେ ସରିବ ଏ ସଂପର୍କରେ କେହି କିଛି ଠଉରାଇ ପାରୁନାହାନ୍ତି। ଶ୍ରୀମନ୍ଦିରକୁ ଭକ୍ତ ଗତାଗତ ବନ୍ଦକୁ ମଧ୍ୟ ସ୍ଥାନୀୟ ଲୋକମାନେ ସହଜରେ ନେଇପାରିନାହାନ୍ତି। ଏଭଳିସ୍ଥଳେ ଯଦି ରଥଯାତ୍ରା ବନ୍ଦ ଆଲୋଚନା ସଂଶୟ ବଢାଇ ଦେଇଛି।

Leave A Reply

Your email address will not be published.