ପ୍ରମୁଖ ଖବର

ଆଜି ସଂସଦରେ ୨୦୨୫-୨୬ ବର୍ଷର ପୂର୍ଣ୍ଣାଙ୍ଗ ଆର୍ଥିକ ବଜେଟ ଉପସ୍ଥାପିତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ମଧ୍ୟବିତ୍ତଙ୍କୁ ବଡ ଆଶ୍ଵସ୍ତି : ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ
କେନ୍ଦ୍ର ବଜେଟରେ ରେଳ ମନ୍ତ୍ରଣାଳୟ ପାଇଁ ୨.୫୫ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେଥିମଧ୍ୟରୁ ୩,୪୪୫ କୋଟି ଟଙ୍କା ରାଜସ୍ବ ଓ ୨,୫୨,୦୦୦ କୋଟି ଟଙ୍କା ପୁଞ୍ଜି ବ୍ୟୟରେ ଖର୍ଚ୍ଚ ହେବ
ବଜେଟରେ ଆମାଜନ୍, ଫ୍ଲିପକାର୍ଟ, ଜୋମାଟୋ ଆଉ ସ୍ୱିଗି ଡେଲିଭରୀ କରୁଥିବା ଲୋକଙ୍କ ପାଇଁ ମୋଦୀ ସରକାର ଖୁବଶୀଘ୍ର ୧ କୋଟି କର୍ମଚାରୀଙ୍କୁ ପରିଚୟ ପ୍ରଦାନ କରିବେ, ଏହାସହିତ ଇ-ଶ୍ରମ ପୋର୍ଟାଲରେ ମଧ୍ୟ ସେମାନଙ୍କର ପଞ୍ଜୀକରଣ କରାଯିବ
ଟ୍ୟାକ୍ସ ଛାଡ ଘୋଷଣା ପରେ ଅର୍ଥମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଆଇଏଏସ୍ ସତ୍ୟବ୍ରତ ରାଉତ ବିଧାନସଭାର ନୂଆ ସଚିବ
ସୁରକ୍ଷାକର୍ମୀଙ୍କୁ ଏନକାଉଣ୍ଟରରେ ୮ନକ୍ସଲ ନିପାତ
ଜୀବିକା ମିଶନ ଇସି ସଦସ୍ଯଙ୍କ ରିଷ୍ଟ୍ରକ୍ଚରିଙ୍ଗ୍ ଵନ୍ଦ କରି ସ୍ଥାୟୀ ନିଯୁକ୍ତି ଦେଵା ଦାବିରେ ” ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ” ପକ୍ଷରୁ ବିଶାଳ ବିକ୍ଷୋଭ
ଦାବି ପୂରଣ ପାଇଁ ୧୩ଫେଵୃଆରୀରୁ ବିଧାନସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ଗଣ ଧାରଣା।
ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ମଇତାପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ

ଟ୍ୟାକ୍ସ ଛାଡ ଘୋଷଣା ପରେ ଅର୍ଥମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର: ଶନିବାର ପାର୍ଲାମେଣ୍ଟରେ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କେନ୍ଦ୍ର ସରକାରଙ୍କ ବଜେଟ୍ ୨୦୨୫-୨୬ରେ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କୃତଜ୍ଞତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ୍ସ ଯୋଗେ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ ହାସଟ୍ୟାଗ୍ ଦେଇ ଲେଖିଛନ୍ତି ଯେ, ବିକଶିତ ଭାରତ ବଜେଟ୍-୨୦୨୫। ଏହାଦ୍ୱାରା ନାଗରିକମାନେ ସଶକ୍ତ ହେବେ ଏବଂ ଅର୍ଥନୀତିକୁ ସମୃଦ୍ଧ କରିବ।

ସୂଚନାଯୋଗ୍ୟ, ୨୦୨୫-୨୬ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକରଦାତାଙ୍କୁ ବଡ ଉପହାର ଦେଇଛନ୍ତି। ୧୨ ଲକ୍ଷ ଯାଏଁ ଆୟକର ଛାଡ ହୋଇଛି। ଅର୍ଥାତ ୧୨ ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡିବ ନାହିଁ। ବଜେଟରେ ଏହି ଘୋଷଣା ପରେ ମଧ୍ୟବିତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏହା ସହିତ ଆସନ୍ତା ସପ୍ତାହରେ ନୂଆ ଆୟକର ବିଲ୍ ଆସିବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।

Leave A Reply

Your email address will not be published.