ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ଶବ ନେଇ ଫେରିବା ବାଟରେ ପାଲଟି ଗଲେ ଶବ

0

ଭଦ୍ରକ: ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ମଇତାପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ବିଳମ୍ବିତ ରାତିରେ ଭାରଶ୍ୟାମ ହରାଇ ଟ୍ରଲରକୁ ଧକ୍କା ଦେବାରୁ ଆମ୍ଵୁଲାନ୍ସ ଏହି ଅଘଟଣ ଘଟିଛି।

ବାପାଙ୍କ ଶବ ନେଇ ଶୁକ୍ରବାର ବିଳମ୍ବିତ ରାତିରେ କଟକରୁ ଗାଡ଼ିରେ ଭୋଗରାଇ ଫେରୁଥିଲେ ପୁଅ, ମାଆ ଓ ଗାଡିଚାଳକ। ଭଦ୍ରକ ରାଣୀତାଲ ଜାତୀୟ ରାଜପଥରେ ଘନ କୁହୁଡି କିମ୍ବା ଆଖି ଲାଗିଯିବାରୁ ଆଗରେ ଥିବା ଏକ ଡମ୍ପରକୁ ପଛପଟୁ ଧକ୍କଦେବାରୁ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିରେ ଥିବା ଭୋଗରାଇ ବ୍ଲକ ଶ୍ରଦ୍ଧାପୁର ପଞ୍ଚାୟତ ପଳାସିଆ ଗ୍ରାମର ହିମାଂଶୁ ଜେନା(୩୦) ଓ କଟକ ବାସିନ୍ଦା ଗାଡ଼ିଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ହିମାଂଶୁଙ୍କ ମା’ ସାବିତ୍ରୀ (୫୮)ଙ୍କୁ ମୁମୂର୍ଷୁ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ସାବିତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବାର ପରିବାର ସୂତ୍ରରୁ ଜଣାଯାଇଛି। ମୃତ ଗାଡ଼ିଚାଳକଙ୍କ ଠିକଣା ମିଳିପାରିନାହିଁ।

ସୂଚନାନୁଯାୟୀ, ଉକ୍ତ ଗ୍ରାମର ଦିବାକର ଜେନା(୬୫) ଦୀର୍ଘ ଦିନ ଧରି ଅସୁସ୍ଥ ଥିବାବେଳେ ଗୁରୁବାର ତାଙ୍କୁ କଟକ ଏକ ନର୍ସିଂହୋମ୍‌କୁ ତାଙ୍କ ପୁଅ ଓ ସ୍ତ୍ରୀ ଚିକିତ୍ସା ନିମନ୍ତେ ଯାଇଥିଲେ। ସେଠାରେ ଦିବାକରଙ୍କ ମୃତ୍ୟୁ ଘଟିଥିବାବେଳେ ଏକ ଗାଡ଼ିରେ ଡ୍ରାଇଭର ସହିତ ପୁଅ ଓ ମା’ ଘରକୁ ଫେରୁଥିଲେ। ଗାଡ଼ିଟି ଜାତୀୟ ରାଜପଥରେ ଦୁର୍ଘଟଣାଗସ୍ତ ହୋଇ ନିଜେ ଶବ ପାଲଟିଗଲେ ପୁଅ ଓ ଗାଡିଚାଳକ। ପାଖ ପଡ଼ୋଶୀଙ୍କ କହିବାନୁଯାୟୀ, ଭଦ୍ରକ ଡାକ୍ତରଖାନାରେ ପୁଅ ଓ ମା’ଙ୍କୁ ଜରୁରୀଭିତ୍ତିର ଉନ୍ନତ ଚିକିତ୍ସା ମିଳି ନ ଥିବାରୁ ପୁଅର ମୃତ୍ୟୁ ଘଟିଲା ବୋଲି ଅଭିଯୋଗ ହୋଇଛି।

Leave A Reply

Your email address will not be published.