ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ପବିତ୍ର ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁ

0

ପୁରୀ: ଆଜି ପବିତ୍ର ମାଘ ସପ୍ତମୀ। ଏହି ଅବସରରେ କୋଣାର୍କ ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ମଙ୍ଗଳବାର ଭୋରରୁ ଲକ୍ଷାଧିକ ସାଧୁ ଓ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ବୁଡ଼ ପକାଇବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ବହୁ ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କ ସମାଗମ ହୋଇଛି। ଏନେଇ ମେଳାପଡ଼ିଆ ଲୋକାରଣ୍ୟ ହୋଇପଡ଼ିଛି। ବିଶ୍ବାସ ରହିଛି ମାଘ ସପ୍ତମୀରେ ବୁଡ଼ ପକାଇଲେ କୋଟି ପୁଣ୍ୟ ମିଳିଥାଏ।

‘ତ୍ରିଶମ୍ଭୁ’ ଭାବେ ପରିଚିତ ୩ ଠାକୁରଙ୍କ ମହାସ୍ନାନ ଓ ପୂଜାର୍ଚ୍ଚନା ପରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇଥିଲେ। ମଙ୍ଗଳବାର ମାଘସପ୍ତମୀ ଉପଲକ୍ଷେ ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ କରାଯାଇଥିଲା। ତେଣୁ ଶ୍ରଦ୍ଧାଳୁମାନେ ବିନା ଦେୟରେ ମନ୍ଦିର ପରିଦର୍ଶନ ସହ ପରିବାରର ରିଷ୍ଟ ଖଣ୍ଡନ ଉଦ୍ଦେଶ୍ୟରେ ନବଗ୍ରହ ମନ୍ଦିରରେ ପୂଜାର୍ଚ୍ଚନା କରିପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଶୃଙ୍ଖଳିତ ବୁଡ଼ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ମଧ୍ୟ ସଜାଗ ରହିଥିଲେ। କୋଣାର୍କ ଓ ଚନ୍ଦ୍ରଭାଗାରେ ୬ ଜଣ ଆଡିସିନାଲ ଏସପିଙ୍କ ସମେତ ୩୩ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିଲେ।ପରମ୍ପରା ଅନୁଯାୟୀ ମାଧିପୁରର ତ୍ରିବେଣିଶ୍ୱର ମହାପ୍ରଭୁ, କୁରୁଜଙ୍ଗରେ ଦକ୍ଷିଣେଶ୍ୱର ଓ ସନ୍ତପୁରରେ ଐଶାଣେଶ୍ୱର ମହାପ୍ରଭୁଙ୍କ ମହାସ୍ନାନ ପରେ ବୁଡ଼ ପକାଇ ଉଦିତ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିଛନ୍ତି ଶ୍ରଦ୍ଧାଳୁ।

Leave A Reply

Your email address will not be published.