ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

କେଉଁ ୬ଟି ଜିଲ୍ଲାରେ ବର୍ଷା ହେବ, ଜାଣନ୍ତୁ

0

ଭୁବନେଶ୍ବର: ପୂର୍ବ ଉତ୍ତରପ୍ରଦେଶ ଓ ଆଖପାଖ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜ , ବାଲେଶ୍ୱର, ଭଦ୍ରକ , କେନ୍ଦ୍ରାପଡା , ପୁରୀ , ଖୋର୍ଦ୍ଧା ଓ ଗଂଜାମ ଜିଲ୍ଲାର ଗୋଟିଏ ଦୁଇଟି ଅଞ୍ଚଳରେ ଘଡଘଡି ଓ ବଜ୍ରପାତ ସହିତ ଅଳ୍ପରୁ ମଧ୍ୟମ ଧାରଣ ର ବର୍ଷା ସମ୍ଭାବନା ଅଛି।

ପାଣିପାଗ ସ୍ଥିତି ପୂର୍ବାନୁମାନ କରି ସାର୍ଥକ ମିଶ୍ର କହିଛନ୍ତି, ପରବର୍ତୀ ୨୪ ଘଣ୍ଟା ରେ ଉତ୍ତର-ଅଭ୍ୟନ୍ତର ଓ ଦକ୍ଷିଣ ଓଡିଶା ର କିଛି ଅଞ୍ଚଳରେ ଘଡଘଡି ବଜ୍ରପାତ ସହ ବର୍ଷା ଓ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କମି ରହିପାରେ। ଆସନ୍ତା ୪-୫ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରା ରେ ବଡଧରଣ ର ପରିବର୍ତନ ହେବ ନାହିଁ। କିନ୍ତୁ କିଛି ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହିବା ସମ୍ଭାବନା ଅଧିକ।

ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଓଡିଶା ଉପକୂଳ ରେ ସମୁଦ୍ର ଅଶାନ୍ତ ଯୋଗୁ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ରହିବ। ତେଣୁ ଆଗାମୀ ୨୪ ଘଣ୍ଟା ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଉଛି।

Leave A Reply

Your email address will not be published.