ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

କାଠଯୋଡି ନଦୀ କୂଳରୁ ଯୁକ୍ତ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର

0

କଟକ: କଟକର କାଠଯୋଡି ନଦୀ କୂଳରେ ବୁଧବାର ଦିନ ଜଣେ ଯୁକ୍ତ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ପ୍ରତୀକ ଦାସ ବୋଲି ଜଣାପଡିଛି। ସେ ଭୁବନେଶ୍ୱରର ନୀଳାଦ୍ରି ବିହାରର ବାସିନ୍ଦା।

ସୂଚନା ଅନୁଯାୟୀ, ପ୍ରତୀକ ମଙ୍ଗଳବାରଠାରୁ ନିଖୋଜ ଥିଲେ। ସେ ଘରକୁ ନ ଫେରିବାରୁ ପରିବାରବର୍ଗ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ସକାଳେ କିଛି ସ୍ଥାନୀୟ ଲୋକ ବ୍ରିଜ ତଳେ ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ। ଯାହା ପରେ ମୃତକଙ୍କ ପରିଚୟ ମିଳିଲା।

ତେବେ ତାଙ୍କ ମୃତ୍ୟୁ କିଭଳି ହୋଇଛି ସେନେଇ ମର୍କତ ନଗର ପୋଲିସ ତଦନ୍ତ ଆରମ୍ଭ କରିଛି। ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅପରପକ୍ଷରେ ମୃତଦେହକୁ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ଜଣାପଡିଛି।

Leave A Reply

Your email address will not be published.