ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ

0

ମୁମ୍ବାଇ: ପ୍ରଧାନମନ୍ତ୍ରୀ ମୋଦି ଏବେ ବିଦେଶ ଗସ୍ତରେ ଥିବା ବେଳେ ମୁମ୍ବାଇ ପୋଲିସକୁ ମିଳିଛି ଧମକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଯାତ୍ରା ପୂର୍ବରୁ ତାଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ କରିବା ନେଇ ଏକ ଧମକପୂର୍ଣ୍ଣ ଫୋନ୍ ମୁମ୍ବାଇ ପୋଲିସ ପାଖକୁ ଆସିଛି। ପୋଲିସ କଣ୍ଟ୍ରୋଲ ରୁମକୁ ଆସିଥିବା ଏହି ଧମକପୂର୍ଣ୍ଣ ଫୋନରେ ବ୍ୟକ୍ତିଟି ଦାବି କରିଥିଲା ଯେ, ମୋଦିଙ୍କ ଆମେରିକା ଗସ୍ତ ପୂର୍ବରୁ ଆତଙ୍କବାଦୀମାନେ ବିମାନ ଉପରେ ଆକ୍ରମଣ କରିପାରନ୍ତି। ଯାହାକୁ ନେଇ ପୋଲିସ୍ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା।

ଗତକାଲି ମୁମ୍ବାଇ ପୋଲିସ୍ କଣ୍ଟ୍ରୋଲ ରୁମକୁ ଏହି ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଥିବା ବେଳେ ମୁମ୍ବାଇ ପୋଲିସ୍ ଏହାକୁ ଗୁରୁତର ସହ ନେଇ ଏଜେନ୍ସିକୁ ଅବଗତ କରାଇବା ସହ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ଜଣାପଡିଲା ଯେ, ଫୋନ୍ କରିଥିବା ବ୍ୟକ୍ତିଟି ମାନସିକ ସ୍ତରରେ ଅସୁସ୍ଥ। ଯାହାକୁ ବର୍ତ୍ତମାନ ମୁମ୍ବାଇ ପୋଲିସ୍ ଗିରଫ କରିଛି।

ତେବେ କହିରଖୁଛୁ, ପ୍ରଧାନମନ୍ତ୍ରୀ ମୋଦି ଚାରି ଦିନିଆ ଫ୍ରାନ୍ସ ଏବଂ ଆମେରିକା ଗସ୍ତରେ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଚାରି ଦିନିଆ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସ ଯାତ୍ରା ଶେଷ କରିବା ପରେ ବୁଧବାର ଆମେରିକାରେ ପହଞ୍ଚିବା ନେଇ କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.