ପ୍ରମୁଖ ଖବର

ପ୍ରେସର ବୋମା ବିସ୍ଫୋରଣରେ ଯବାନ ସହିଦ
କୋରାପୁଟ ଜିଲାପାଳ ପାଇଲେ ପ୍ରଧାନମନ୍ତ୍ରୀ ଆଓ୍ବାର୍ଡ
ଇସ୍ରାଏଲରେ ଚାକିରି ଦେବା ନାଁରେ ଠକେଇ, ନକଲି ସାକ୍ଷାତକାର ବେଳେ ୩ ଗିରଫ
ସମ୍ବଲପୁରରେ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
ଝାଡ଼ଖଣ୍ଡରେ ପୋଲିସ ଏନକାଉଣ୍ଟର, ୮ ନକ୍ସଲ ନିପାତ
ସରକାରଙ୍କୁ ଡାକ୍ତରଙ୍କ ଚେତାବନୀ; ୭ ଦଫା ଦାବି ପୂରଣ ନହେଲେ ସମୂହ ଇସ୍ତଫା

ସାଇବର ଠକେଇର ଶିକାର ହେଲେ କୁଳପତି

0

ବ୍ରହ୍ମପୁର: ସାଇବର ଠକେଇର ଶିକାର ହେଲେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ କୂଳପତି। ଭିସି ପ୍ରଫେସର ଗୀତାଞ୍ଜଳୀ ଦାସଙ୍କ ଠାରୁ ଡିଜିଟାଲ ଆରେଷ୍ଟ ଜରିଆରେ ୧୪ ଲକ୍ଷ ଟଙ୍କା ଲୁଟି ନେଇଥିବା ନେଇ ସାଇବର ଥାନାରେ ଅଭିଯୋଗ ହୋଇଛି।

ଏସପିଙ୍କ ସୂଚନା ମୁତାବକ, ଏ ବିଷୟରେ ଜାଣିବା ପରେ, କୁଳପତି ପ୍ରଫେସର ଦାସ ସାଇବର ଥାନାରେ ଏତଲା ଦାୟର କରିଛନ୍ତି। ପ୍ରଫେସର ଦାସଙ୍କ ଏତଲା ଅନୁଯାୟୀ, ଜଣେ ବ୍ୟକ୍ତି ନିଜକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀ ପରିଚୟ ଦେଇ ତାଙ୍କୁ ଡିଜିଟାଲ ଆରେଷ୍ଟ କରାଯାଇଥିବା କହିଥିଲେ। ଯାହା ଫଳରେ ପ୍ରଫେସର ଦାସ ସମ୍ପୃକ୍ତ ବ୍ୟକ୍ତିକୁ ବ୍ୟାଙ୍କ ସମ୍ବନ୍ଧୀୟ ସମସ୍ତ ସୂଚନା ଦେଇଥିଲେ। ପରେ ଜାଣିବାକୁ ପାଇଥିଲେ ଯେ ତାଙ୍କ ଆକାଉଣ୍ଟରୁ ୧୪ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି। କୁଳପତିଙ୍କ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରାଯାଇଥିବା କହିଛନ୍ତି ଏସପି।

Leave A Reply

Your email address will not be published.