ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ସର୍ଚ୍ଚ ଅପରେସନ ବେଳେ ମାଓ ଡମ୍ପରୁ ମେଡିକାଲ ସାମଗ୍ରୀ ଜବତ

0

ଛତିଶଗଡ: ଛତିଶଗଡ-ମାଲକାନଗିରି ସୀମାନ୍ତ ସୁକୁମା ଜିଲ୍ଲାର ମିନାଭଟ୍ଟା ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ ସର୍ଚ୍ଚ ଅପରେସନ ବେଳେ ଠାବ ହୋଇଛି ମାଓ ଡମ୍ପ। ଏହି ମାଓ ଡମ୍ପରୁ ବିପୁଳ ପରିମାଣର ମେଡ଼ିକାଲ ସାମଗ୍ରୀ ଜବତ କରାଯାଇଛି। ଏଥିରେ ଚକ୍ଷୁ ପରୀକ୍ଷଣ ମେସିନ ମଧ୍ୟ ଜବତ କରାଯାଇଛି। ଯାହା କେବଳ ବଡ ବଡ ଡାକ୍ତରଖାନାରେ ଉପଲବ୍ଧ ହୋଇଥାଏ। ଏହି ଚଢ଼ାଉରେ ସିଆରପିଏଫ ଓ କୋବ୍ରା ଯବାନ ସାମିଲ ଥିଲେ।

ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଗୋମଗୁଡ଼ା ଠାରେ ନୂତନ ପୋଲିସ କ୍ୟାମ୍ପ ପ୍ରତିଷ୍ଠା ହୋଇଛି। ଏହି କ୍ୟାମ୍ପର ସୁରକ୍ଷା କର୍ମୀ ସର୍ଚ୍ଚ ଅପରସନ ବେଳେ ମାଓ ଡମ୍ପ ଉଦ୍ଧାର କରିଥିଲେ। ଏହି ମାଓ ଡମ୍ପରୁ ବିପୁଳ ପରିମାଣର ମେଡ଼ିକାଲ ସାମଗ୍ରୀ ଜବତ କରାଯାଇଛି। ଏଥିରେ ଚକ୍ଷୁ ପରୀକ୍ଷଣ ମେସିନ ,ଚକ୍ଷୁ ପରୀକ୍ଷଣ କିଟ୍ ସମେତ ନକ୍ସଲ ପୁସ୍ତକ,ଷ୍ଟେଥୋ, ଲୁହାଛଡ଼,ବିଦ୍ୟୁତ ତାର ଇତ୍ୟାଦି ବହୁ ସାମଗ୍ରୀ ଜବତ କରାଯାଇଛି।

Leave A Reply

Your email address will not be published.