ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ସରପଞ୍ଚଙ୍କୁ ଶପଥ କରାଇଲେ ନବୀନ

0
  • ପଞ୍ଚାୟତରେ କରୋନା ପଶିବାକୁ ଦେବେ ନାହିଁ ବୋଲି ଶପଥ ନେଲେ ସରପଞ୍ଚ
  • ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀ କଥା ହେଲେ, ପଞ୍ଚାୟତସ୍ତରକୁ ଗଲା ମୁକାବିଲା

ଭୁବନେଶ୍ବର: ମୁଁ ଶପଥ କରି କହୁଛି ଯେ ମୋ ପଞ୍ଚାୟତରେ କରୋନାକୁ ରୋକିବା ପାଇଁ ମୋତେ ଦିଆଯାଇଥିବା ଦାୟିତ୍ବ ଲୋକଙ୍କ ମଙ୍ଗଳ ପାଇଁ ନିଷ୍ଠାର ସହ କରିବି।

ଅନ୍ୟ ରାଜ୍ୟରୁ ଗାଁକୁ ଆସୁଥିବା ଲୋକଙ୍କୁ କ୍ବାରାଣ୍ଟିନରେ ରଖିବି।

ସେମାନଙ୍କ ରହିବା, ଖାଇବା ଓ ଚିକିତ୍ସାର ଉଚିତ୍ ବ୍ୟବସ୍ଥା କରିବି।

କରୋନାକୁ ରୋକିବା ପାଇଁ ସରକାରଙ୍କ ସବୁ ପଦକ୍ଷେପକୁ ମୋ ପଞ୍ଚାୟତର ଭାଇଭଉଣୀଙ୍କ ମଙ୍ଗଳ ପାଇଁ କଡ଼ାକଡ଼ି ଭାବେ ପାଳନ କରିବି।

ମୋ ପଞ୍ଚାୟତରେ କରୋନାକୁ ପଶିବାକୁ ଦେବି ନାହିଁ।

ଏହା କୌଣସି ସାଧାରଣ ବ୍ୟକ୍ତିର ଅଭିବ୍ୟକ୍ତି ନୁହେଁ। ବରଂ ରାଜ୍ୟର ସାଢେ ଛଅ ହଜାରରୁ ଅଧିକ ପଞ୍ଚାୟତର ସରପଞ୍ଚ ଆଜି ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଏଭଳି ଶପଥ ପାଠ କରିଛନ୍ତି। କରୋନାକୁ ପ୍ରତିହତ କରିବା ଲାଗି ମୁଖ୍ୟମନ୍ତ୍ରୀ ଆଜି ଏଭଳି ଅସ୍ତ୍ର ପ୍ରୟୋଗ କରିଛନ୍ତି। ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କ ସହିତ କଥା ହୋଇଥିଲେ। କିଛି ସରପଞ୍ଚଙ୍କ ସହିତ ମୁଖ୍ୟମନ୍ତ୍ରୀ ସିଧା ସଳଖ କଥା ହେଲେ। ପ୍ରତି ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ର କରିବା ନିର୍ଦେଶ ଦେବା ସହିତ ବାହାରୁ ଆସୁଥିବା ଲୋକଙ୍କୁ ତୁରନ୍ତ ପଞ୍ଜୀକରଣ କରି ତାଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖିବା ଲାଗି କହିଥିଲେ।

ନବୀନଙ୍କ ଏଭଳି ପଦକ୍ଷେପ ପରେ ପଞ୍ଚାୟତସ୍ତରରେ ମଧ୍ୟ କରୋନା ମୁକାବିଲା ଯୁଦ୍ଧ ଜୋର ଧରିଛି। ଏବେ ସରପଞ୍ଚମାନେ ସକ୍ରିୟ ହେବା ସହିତ ବାହାର ଅଞ୍ଚଳର ଜଣେ ବି ଲୋକ ଯେଭଳି ଆସି ଛପିନଯାଏ, ସେ ସଂପର୍କରେ ପଦକ୍ଷେପ ନେବେ। ପୂର୍ବରୁ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଥିଲେ। ଏହା ଏକ ଐତିହାସିକ ପଦକ୍ଷେପ ଥିଲା। ଏବେ ଅନ୍ୟ ରାଜ୍ୟର ବ୍ୟକ୍ତି ଆସିବାପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ସବୁ ମହଲ ସ୍ବାଗତ କରିଛନ୍ତି।

Leave A Reply

Your email address will not be published.