ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ନାଁ ବଦଳାଇ ପାରନ୍ତି, ଭଲ ପାଇବା ନୁହେଁ’ : ନବୀନ ପଟ୍ଟନାୟକ

0

ଭୁବନେଶ୍ବର: ପ୍ରବାଦ ପୁରୁଷ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଆଜି ୧୦୯ ତମ ଜନ୍ମ ଜୟନ୍ତୀ ଅବସରରେ ଭୁବନେଶ୍ବର ଫରେଷ୍ଟ ପାର୍କରେ ବିଜୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ। ପିତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ, ଆଜି ପଞ୍ଚାୟତିରାଜ ଦିବସ ନପାଳିବା ପାଇଁ, ବିଜେପି ସରକାରଙ୍କୁ କଡା ଟାର୍ଗେଟ କରିଛନ୍ତି ନବୀନ।

କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଓଡ଼ିଶାରେ କ୍ଷମତାକୁ ଆସିବା ପରେ, ବିଜେପି ସରକାର ବିଜୁ କ୍ରୀଡ଼ା ପୁରସ୍କାରର ନାମ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲା। ରାଜ୍ୟ ସାରା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବାର ଲଜ୍ଜାଜନକ ଘଟଣା ଘଟିଛି, ହେଲେ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ସରକାରଙ୍କ ଦ୍ୱାରା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ସେମାନେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ନାମ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି। ଆଉ ବର୍ତ୍ତମାନ ପଞ୍ଚାୟତିରାଜ ଦିବସ ପାଳନକୁ ମାର୍ଚ୍ଚ ୫ ରୁ ଏପ୍ରିଲ ୨୪ ତାରିଖରେ ପାଳନ କରିବାର ନିଷ୍ପତ୍ତି ନେଇଛନ୍ତି। ୧୯୯୩ ମସିହାରୁ ରାଜ୍ୟରେ ୫ ମାର୍ଚ୍ଚକୁ ପଞ୍ଚାୟତିରାଜ ଦିବସ ଭାବରେ ପାଳନ କରାଯାଇଆସୁଥିଲା। ଏବେ ୩୦ ବର୍ଷ ପରେ ଏଭଳି ଏପରି ନିଷ୍ପତ୍ତିର କାରଣ କ’ଣ? ବୋଲି ପ୍ରଶ୍ନ କରିଛନ୍ତି ନବୀନ।

ଏଥିସହିତ ବିଜେପି ସରକାରକୁ ସମାଲୋଚନା କରି ନବୀନ କହିଛନ୍ତି, ମୁଁ ଗୋଟିଏ କଥା କହିବାକୁ ଚାହେଁ, ତୁମେ ପୁରସ୍କାରର ନାମ ବଦଳାଇ ପାରିବ, ପ୍ରତିମୂର୍ତ୍ତିକୁ ବିକୃତ କରିପାରିବ, ତାରିଖ ବଦଳାଇ ପାରିବ, କିନ୍ତୁ ତୁମେ ବିଜୁ ବାବୁଙ୍କ ପ୍ରତି ଓଡ଼ିଶା ଲୋକଙ୍କ ପ୍ରେମ ଏବଂ ସ୍ନେହକୁ ବଦଳାଇ ପାରିବ ନାହିଁ। ସେ ଲୋକଙ୍କ ହୃଦୟରେ ବାସ କରନ୍ତି। ତାହା ତୁମେ କିପରି ଲିଭାଇବ ବୋଲି ପଚାରିଛନ୍ତି ନବୀନ। ଏଭଳି କରି ସରକାର କେବଳ ନିଜର ଅପରିପକ୍ବତା ଏବଂ କ୍ଷୁଦ୍ର ମନୋଭାବ ଦେଖାଇଛନ୍ତି ବୋଲି ନବୀନ କହିଛନ୍ତି।

ସେ ଆହୁରି ବି କହିଛନ୍ତି, ମୁଁ ଓଡ଼ିଶାର ବିଜେପି ସରକାରଙ୍କୁ ପଚାରିବାକୁ ଚାହୁଁଛି, ଆପଣ ମହାନ ବିଜୁ ପଟ୍ଟନାୟକଙ୍କ ଐତିହ୍ୟକୁ ଲିଭାଇ ଦେବା ପାଇଁ ପଞ୍ଚାୟତିରାଜ ଦିବସର ତାରିଖ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କ’ଣ ପାରାଦୀପ ବନ୍ଦର ବନ୍ଦ କରିପାରିବେ? କ’ଣ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍, ସୁନାବେଡାକୁ ବନ୍ଦ କରିପାରିବେ? କ’ଣ ଏନଟିପିସି, ତାଳଚେରକୁ ବନ୍ଦ କରିପାରିବେ? କ’ଣ ଓୟୁଏଟି ଏବଂ ଏନଆଇଟି, ରାଉରକେଲାକୁ ବନ୍ଦ କରିପାରିବେ କି? ବିଜୁ ବାବୁ ପଞ୍ଚାୟତ ସଂସ୍ଥାରେ ମହିଳାମାନଙ୍କ ପାଇଁ ସଂରକ୍ଷଣ ଆରମ୍ଭ କରିଥିଲେ, କ’ଣ ତାକୁ ମନା କରିପାରିବେ କି? ବୋଲି ପ୍ରଶ୍ନ କରିଛନ୍ତି ନବୀନ। ସରକାର ଆସିବ, ସରକାର ଯିବ। କିନ୍ତୁ ବିଜୁ ବାବୁ ସବୁଦିନ ପାଇଁ ସବୁ ଓଡିଆଙ୍କ ହୃଦୟରେ ରହିଛନ୍ତି ଓ ରହିଥିବେ ଏବଂ ତାଙ୍କ ଅବଦାନ ପାଇଁ ଓଡିଆ ଜାତି ଗର୍ବ କରୁଥିବ ଏବଂ ଭବିଷ୍ୟତ ପୀଢି ପାଇଁ ପ୍ରେରଣା ଯୋଗାଇ ଚାଲିଥିବ ବୋଲି ନବୀନ କହିଛନ୍ତି।

Leave A Reply

Your email address will not be published.