ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ବିଜେଡି ନେତା ରାଜା ଚକ୍ରଙ୍କ ୩ ଠିକଣାରେ ପୁଣି ରେଡ୍‌

0

କେନ୍ଦୁଝର: ବିଜେଡି ନେତା ରାଜା ଚକ୍ରଙ୍କ ୩ଟି ଠିକଣାରେ ଆଜି ବି ଚଢାଉ ଜାରି ରହିଛି। କ୍ରାଇମବ୍ରାଞ୍ଚ, ଇଓଡବ୍ଲୁ ଏବଂ ଏସଟିଏଫ୍ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଉଛି। ବଣାଇ, ଗୋପାଳପୁର ବନ୍ଦର ଏବଂ କେନ୍ଦୁଝର ଟାଉନରେ ରେଡ୍ ଚାଲିଛି। ଅନ୍ତରୀଣ ସୁରକ୍ଷାରେ ଥିବା ରାଜା ଚକ୍ରଙ୍କର ଆଜି ହାଇକୋର୍ଟରେ ଶୁଣାଣି ରହିଛି।

ଓଡ଼ିଶା ଖଣି ନିଗମ ସହ ସହବନ୍ଧିତ ଥିବା କେନ୍ଦୁଝର ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ପ୍ରାୟ ୫୦କୋଟି ଟଙ୍କା ହେର୍‌ଫେର୍‌ ହୋଇଛି। ଏହି ଘଟଣାରେ ବିଜେଡି ନେତା ରାଜା ଚକ୍ର କ୍ରାଇମବ୍ରାଞ୍ଚ ସ୍କାନରେ ପଡିଛନ୍ତି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ରାଜା ଚକ୍ରଙ୍କ ୩ଟି ଠିକଣାରେ କ୍ରାଇବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଏବଂ ଏସ୍‌ଟିଏଫ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି।

ସୂଚନା ଯୋଗ୍ୟ, ଏହି ମାମଲାରେ କ୍ରାଇବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଏବଂ ଏସ୍‌ଟିଏଫ୍‌ ଗତ ମଙ୍ଗଳବାର କେନ୍ଦୁଝରର ବିଜେଡି ନେତା ସୌମ୍ୟ ଓରଫ ରାଜା ଚକ୍ରଙ୍କ ୧୦ଟି ସ୍ଥାନରେ ଚଢ଼ାଉ କରିଥିଲା। ଏପରିକି ରାଜ୍ୟର ସମସ୍ତ ମାଇନ୍ସ କରିଡର ଚେକ ପଏଣ୍ଟରେ ରେଡ୍‌ କରାଯାଇଥିଲା। ସେତିକିବେଳେ ଅଧିକାରୀମାନେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛନ୍ତି। କେନ୍ଦୁଝର ସମେତ ସୁନ୍ଦରଗଡ଼଼, ସମ୍ବଲପୁର, ଗଞ୍ଜାମ ଓ ବ୍ରହ୍ମପୁରର ବିଭିନ୍ନ ଖଣି କାରବାର ସମ୍ପର୍କିିତ କାର୍ଯ୍ୟାଳୟରେ ତଦନ୍ତକାରୀ ସଂସ୍ଥା ଚଢ଼ଉ କରିଥିଲା। କେନ୍ଦୁଝରରେ ତାଙ୍କ ପରିବାର ଲୋକଙ୍କୁ ତଦନ୍ତକାରୀ ଦଳ ପଚରାଉଚରା କରିଥିଲା। ଏବଂ ସେଠାରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ପରିବହନରେ ବ୍ୟବହୃତ ୧୭ଟି ବଡ଼ ଗାଡ଼ି, ଦାମୀ କାର୍‌ ଜବତ କରିଥିଲା। ତାଙ୍କ ଆକାଉଣ୍ଟରୁ ଏକାଧିକ ରାଜନେତାଙ୍କ ପାଖକୁ କୋଟି କୋଟି ଟଙ୍କାର ଟ୍ରାଞ୍ଜାକ୍ସନ ହୋଇଥିବା ଜଣାପଡ଼ିଛି।

Leave A Reply

Your email address will not be published.