ପ୍ରମୁଖ ଖବର

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅକ୍ଟୋବର ୨୪ ଓ ୨୫ରେ ଓଡ଼ିଶା ହାଇକୋର୍ଟ ବନ୍ଦ ରହିବ, ଏଥି ପାଇଁ ନଭେମ୍ବର ୩୦ ଓ ଡିସେମ୍ବର ୭ରେ ହାଇକୋର୍ଟ ଖୋଲା ରହିବ
ବାତ୍ୟା ପାଇଁ ଓଏଏସ୍ ପ୍ରିଲିମ୍‌ ପରୀକ୍ଷା ସ୍ଥଗିତ
ହବିଷ୍ୟାଳିଙ୍କ ପାଇଁ ୨୪ ଓ ୨୫ ତାରିଖରେ ବନ୍ଦ ରହିପାରେ ମହାପ୍ରଭୁଙ୍କ ଦର୍ଶନ:ଜିଲ୍ଲାପାଳ
ବାତ୍ୟା ପାଇଁ ବ୍ୟାପକ ଟ୍ରେନ୍‌ ବାତିଲ ଘୋଷଣା କଲା ରେଲୱେ
ବାତ୍ୟା ପ୍ରଭାବିତ ଜିଲାରେ ବନ୍ଦ ରହିବ ମଦ ଦୋକାନ ; ନଗର ଉନ୍ନୟନ ମନ୍ତ୍ରୀ
୬ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ
ବାତ୍ୟା ‘ଦାନା’ ପାଇଁ ନନ୍ଦନକାନନ ବନ୍ଦ
ୱାୟନାଡ ପାଇଁ ନାମାଙ୍କନ ଦାଖଲ କଲେ ପ୍ରିୟଙ୍କା ଗାନ୍ଧି
ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ମିଳିଲା ଜାମିନ

କାହିଁକି ଓଡ଼ିଶାକୁ ସବୁଠି ପ୍ରଶଂସା?

0

ଭୁବନେଶ୍ବର: ସମଗ୍ର ଦେଶରେ ଆଜିସୁଦ୍ଧା ୨୪ ହଜାର ୫୦୬ ଜଣଙ୍କ ଠାରେ ମହାମାରୀ କରୋନା ଭୁତାଣୁ ଠାବ ହୋଇଛି। ପାଖାପାଖି ୫୦୬୩ ଜଣ ସୁସ୍ଥ ହୋଇସାରିଲେଣି ଓ ୭୭୫ ଜଣଙ୍କର ମୃତ୍ୟୁ ହୋଇଛି। ବିଶ୍ବସ୍ତରରେ ଏହି ମୃତ୍ୟୁ ହାର ୧ଲକ୍ଷ ୯୭ ହଜାର ଡେଇଁସାରିଲାଣି। ଭାରତବର୍ଷର ଜନସଂଖ୍ୟା ତୁଳନାରେ ରୋଗର ସଂକ୍ରମଣ ଯେଭଳି ଉଲ୍ଲେଖନୀୟ, ଠିକ୍ ସେମିତି କେରଳ ଓ ଓଡ଼ିଶା ଭଳି ରାଜ୍ୟର ପ୍ରଦର୍ଶନ କେତେ ଉନ୍ନତ, ତାହା କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ସ୍ପଷ୍ଟ ସୂଚନା ଦେଉଛି। କେରଳରେ ଓଡ଼ିଶା ଠାରୁ କରୋନା ମୃତ୍ୟୁ ସଂଖ୍ୟା ଅଧିକ। ହେଲେ ସୁସ୍ଥ ହାର ବେଶ୍ ଆଖିଦୃଶିଆ। କିନ୍ତୁ ଓଡ଼ିଶାର ପ୍ରଦର୍ଶନ ଏଇଥିପାଇଁ ପ୍ରଣିଧାନ ଯୋଗ୍ୟ, ରାଜ୍ୟରେ ସଂକ୍ରମଣ ହାରକୁ ସରକାର ନିୟନ୍ତ୍ରଣରେ ରଖିପାରିଛନ୍ତି ଓ ସଂକ୍ରମିତଙ୍କ ସଂଖ୍ୟା,ସୁସ୍ଥ ଏବଂ ଏ ସଂକ୍ରାନ୍ତ ମୃତ୍ୟୁ ହାର ମଧ୍ୟ।

ବିପର୍ଯ୍ୟୟ ପରିଚାଳନା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଟିମର ପାରଦର୍ଶିତା ଏବେ ସମସ୍ତଙ୍କୁ ଚକିତ କରୁଛି। ଓଡ଼ିଶାରେ ଆଜି ସୁଦ୍ଧା ମାତ୍ର ୯୪ଜଣ ସଂକ୍ରମିତ ହୋଇଛନ୍ତି, ୩୩ ଜଣ ସୁସ୍ଥ ହୋଇସାରିଲେଣି ଏବଂ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ରାଜ୍ୟର ୩୦ ପ୍ରତିଶତ ଅଞ୍ଚଳ ମଧ୍ୟରେ ସମୁଦାୟ ସଂକ୍ରମିତ ସୀମିତ ଅଛନ୍ତି। ଏହା ସତ୍ତ୍ବେ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ପ୍ରସ୍ତୁତି ଠାରୁ ଆରମ୍ଭ କରି ଲକ ଡାଉନ୍ ଏବଂ ସଟ୍ ଡାଉନ ଭଳି କଟକଣା ଲଗାଇ ସରକାର ଯେତେ ଶୀଘ୍ର ପରିସ୍ଥିତି ଉପରେ କାବୁ ଆଣିଛନ୍ତି, ତାହା ରାଜଧାନୀର ସଂକ୍ରମିତ ପରିସଂଖ୍ୟାନକୁ ନିରେଖି ଦେଖିଲେ ଯେ କେହି ବୁଝିପାରିବ।

ପଡ଼ୋଶୀ ତେଲେଙ୍ଗାନାରେ ସଂକ୍ରମିତଙ୍କ ସଂଖ୍ୟା ୯୮୪ ପହଞ୍ଚିଲେଣି। ୨୫୩ ଜଣ ସୁସ୍ଥ ହୋଇଥିଲେ ହେଁ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀ, ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ ଭଳି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୪ ଅଙ୍କ ବିଶିଷ୍ଟ। ସବୁଠାରୁ ଅଧିକ ଆକ୍ରାନ୍ତ ମହାରାଷ୍ଟ୍ରରେ ଓ ସେହି ରାଜ୍ୟରେ ହିଁ ମୃତ୍ୟୁ ସଂଖ୍ୟା ବି ଅଧିକ, ପାଖାପାଖି ୩୦୧। ସେହିଭଳି ତିନିଅଙ୍କ ବିଶିଷ୍ଟ ଆକ୍ରାନ୍ତ ରାଜ୍ୟ ଭିତରେ ଆନ୍ଧ୍ରପ୍ରଦେଶ, ବିହାର, ହରିଆନା, କର୍ଣ୍ଣାଟକ, ପଞ୍ଜାବ, ତେଲେଙ୍ଗାନା ପଶ୍ଚିମବଙ୍ଗ ଅଛନ୍ତି। ଗୁଜରାଟରେ ୧୨୭ ଜଣ ଓ ମଧ୍ୟପ୍ରଦେଶରେ ୯୨ ଜଣ ପ୍ରାଣ ହରାଇଛନ୍ତି।

ଏହି ଚିତ୍ର ନିରେଖି ଦେଖିଲେ, ଓଡ଼ିଶାରେ ୨୦ ହଜାର ୫୯୯ଟି ସ୍ବାବ୍ ଟେଷ୍ଟ ପରେ ସଂକ୍ରମିତଙ୍କ ସଂଖ୍ୟା ତିନି ଅଙ୍କ ଛୁଇଁନି। ଯାଜପୁର, ଭଦ୍ରକ, ଯାଜପୁର ଉପରେ ଏବେ ସରକାରଙ୍କ ଦୃଷ୍ଟି ନିବଦ୍ଧ ରହିଛିି, କିଭଳି ସବୁ ସଂକ୍ରମିତଙ୍କ ଚିହ୍ନଟ କରିବା ସହିତ ଏହାକୁ ରୋକିପାରିବେ, ରାଜଧାନୀ ଭଳି। ସବୁଠାରୁ ବଡ଼ ଚ୍ୟାଲେଞ୍ଜ, ଯାହା ଏବେ ରାଜ୍ୟ ସରକାରଙ୍କ ସାମ୍ନାରେ ରହିଛି, ତାହା ହେଉଛି ପ୍ରବାସୀ ଶ୍ରମିକ। ପାଖାପାଖି ପାଞ୍ଚଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ଆଣି ସଙ୍ଗରୋଧ କରିବା କ୍ଷେତ୍ରରେ ସରକାର ଯଦି ସଫଳ ହୋଇପାରିବେ, ତେବେ କରୋନା ମୁକାବିଲା କ୍ଷେତ୍ରରେ ବିଶ୍ବସ୍ତରରେ ଓଡ଼ିଶା ଶ୍ରେଷ୍ଠତା ପ୍ରତିପାଦିତ ହେବ ବୋଲି ବିଶେଷଜ୍ଞମାନେ କହିଲେଣି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିସନର ସୁରେଶ ମହାପାତ୍ର ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି କାର୍ତିକେୟନ୍ ପାଣ୍ଡିଆନଙ୍କ ରଣନୀତି ଓଡ଼ିଶାକୁ ଏ କ୍ଷେତ୍ରରେ ଯଥେଷ୍ଟ ସଫଳତା ଦେଇଛି। ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା, ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ, ମିସନ ଶକ୍ତି ମୁଖିଆ ସୁଜାତା କାର୍ତିକେୟନ୍, ଏନଏଚଏମ୍ ପରିଚାଳନା ନିର୍ଦେଶିକା ଶାଳିନୀ ପଣ୍ଡିତ ପ୍ରମୁଖ ଏହି ଟିମରେ କାମ କରୁଛନ୍ତି।

Leave A Reply

Your email address will not be published.